ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ
ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ବା ଏଏଲଏଲ ରକ୍ତର ଲିମ୍ଫୋଏଡ଼ ଲାଇନର (lymphoid line) ଏକ କର୍କଟ ରୋଗର ନାମ ଯେଉଁଥିରେ ବହୁତ ଗୁଡ଼ିଏ ଲିମ୍ଫୋବ୍ଲାସ୍ଟ (immature lymphocytes) ବା ଅବିକଶିତ ଲିମ୍ଫୋସାଇଟ ପ୍ରସ୍ତୁତ ହୋଇଥାଏ ।[୧] ଏହି ରୋଗରେ ଥକା ଲାଗିବା, ମଳିନ ଚର୍ମ ରଙ୍ଗ, ଜ୍ୱର ହେବା, ସହଜରେ ରକ୍ତ ବାହାରିବା କିମ୍ବା ଖଣ୍ଡିଆ ହେଇଯିବା, ବର୍ଦ୍ଧିତ ଲିମ୍ଫ ନୋଡ (enlarged lymph nodes) କିମ୍ବା ହାଡ଼ରେ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।.[୧] ଏହା ଏକ ଆକ୍ୟୁଟ ଲିଉକେମିଆ ହୋଇଥିବାରୁ ରୋଗୀର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ହୋଇଥାଏ ଏବଂ ଚିକିତ୍ସା ନପାଇଲେ କିଛି ସପ୍ତାହ ବା ମାସ ମଧ୍ୟରେ ଏହା ପ୍ରାଣଘାତକ ମଧ୍ୟ ହୋଇପାରେ ।[୬]
ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ | |
---|---|
ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ଲିମ୍ଫୋଏଡ ଲିଉକେମିଆ | |
ବିଭାଗ | ରକ୍ତ ରୋଗ ବିଜ୍ଞାନ hematology, କର୍କଟ ରୋଗ ବିଜ୍ଞାନ oncology |
ଲକ୍ଷଣ | ଏହାର ଲକ୍ଷଣଗୁଡିକ ହେଲା, ଥକା ଲାଗିବା, ମଳିନ ଚର୍ମ ରଙ୍ଗ, ଜ୍ୱର ହେବା, ସହଜରେ ରକ୍ତ ବାହାରିବା କିମ୍ବା ଖଣ୍ଡିଆ ହେଇଯିବା, ଲିମ୍ଫ ନୋଡର ଆକାର ବୃଦ୍ଧି ଘଟିବା କିମ୍ବା ହାଡ଼ରେ କଷ୍ଟହେବା [୧] |
ଆକ୍ରାନ୍ତ ସମୟ | ୨-୫ ବର୍ଷ |
କାରଣ | ସାଧାରଣତଃ ଅଜଣା [୨] |
ବିପଦ କାରକ | ଯାଆଁଳା ଶିଶୁର ଏଏଲଏଲ, ଫ୍ୟାନକୋନି ଅନିମିଆ (Fanconi anemia), ଅଟାକ୍ସିଆ ଟେଲାଞ୍ଜିଏକ୍ଟାସିଆ (ataxia telangiectasia), କ୍ଲାଇନଫେଲ୍ଟର ସିଣ୍ଡ୍ରୋମ, ଅଧିକ ନବଜାତ ଶିଶୁ ଓଜନ (high birth weight), ଅଧିକ ବିକିରଣ ଏକ୍ସପୋଜର (radiation), ଡାଉନ ସିଣ୍ଡ୍ରୋମ, ଲି-ଫ୍ରମେନି ସିଣ୍ଡ୍ରୋମ (Li-Fraumeni syndrome), ବା ନିଉରୋଫାଇବ୍ରୋମାଟୋସିସ ଟାଇପ ୧ [୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (blood tests) ଓ ଅସ୍ଥି ମଜ୍ଜା ପରୀକ୍ଷା (bone marrow examination) |
ସଠିକ ରୋଗ ନିର୍ଣ୍ଣୟ | ଇନଫେକ୍ସସ୍ ମୋନୋନ୍ୟୁକ୍ଲିଓସିସ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ଲିମ୍ଫୋବ୍ଲାସ୍ଟିକ ଲିମ୍ଫୋମା (lymphoblastic lymphoma), ଆପ୍ଲାଷ୍ଟିକ ଆନିମିଆ (aplastic anemia) |
ଔଷଧ | ମାନକ ଚିକିତ୍ସାରେ ଉପଶମ ନହେଲେ |
ଚିକିତ୍ସା | କେମୋଥେରାପି (chemotherapy), ବିକିରଣ ଥେରାପି (radiation therapy), ହେମାଟୋପଏଟିକ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (Stem cell transplantation) ଓ ଟାର୍ଗେଟେଡ ଥେରାପି (targeted therapy)[୧] |
Prognosis | ଶିଶୁ: ୯୦% ପାଞ୍ଚ ବର୍ଷ ବଞ୍ଚିବା ସୁଯୋଗ[୩] ବୟସ୍କ: ୩୫% ପାଞ୍ଚ ବର୍ଷ ବଞ୍ଚିବା ସୁଯୋଗ [୪] |
ପୁନଃପୌନିକ | ୧,୭୫୦ ଶିଶୁ ମଧ୍ୟରୁ ଜଣେ [୫] |
ମୃତ୍ୟୁ ସାନ୍ଦ୍ରତା | ୧,୧୧,୦୦୦ (୨୦୧୫) |
ଅଧିକାଂଶ ରୋଗରେ କାରଣ ଅଜ୍ଞାତ ଥାଏ ।[୩] ଡାଉନ ସିଣ୍ଡ୍ରୋମ, ଲି-ଫ୍ରମେନି ସିଣ୍ଡ୍ରୋମ Li-Fraumeni syndrome, ବା ନିଉରୋଫାଇବ୍ରୋମାଟୋସିସ ଟାଇପ ୧ ରୋଗ ଗୁଡ଼ିକ ଥିଲେ ଏହି ରୋଗ ସଙ୍କତ ରହେ ।[୧] ଉଲ୍ଲେଖନୀୟ ରାଡିଏସନ ସଂସ୍ପର୍ଶ (radiation exposure) ବା ପୂର୍ବରୁ କେମୋଥେରାପି (chemotherapy) ପାଉଥିଲେ ପରିବେଶ ଯୋଗୁ ସଙ୍କତ ରହେ ।[୧] ଇଲେକ୍ଟ୍ରୋମାଗନେଟିକ ଫିଲ୍ଡ (electromagnetic field) ବା କୀଟ ନାଶକ (pesticide) ପ୍ରଭାବ ଥିବା ସ୍ପଷ୍ଟ ହୋଇନାହିଁ ।[୭][୮] କେତେକ ହାଇପୋଥେସିସ ମତରେ ସାଧାରଣ ସଂକ୍ରମଣ (infection) ବିରୁଦ୍ଧରେ ଏକ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା ସୃଷ୍ଟି ହେବା ଫଳରେ ଏହା ହୋଇପାରେ ।[୭] ଜେନେଟିକ ମ୍ୟୁଟେସନ (genetic mutations) ଯୋଗୁ ଦୃତ କୋଷ ବିଘଟନ (cell division) ହେବା ଫଳରେ ଏ ରୋଗ ହୁଏ ।[୩] ଅସ୍ଥି ମଜ୍ଜାରେ (bone marrow) (bone marrow) ଅତ୍ୟଧିକ ଅବିକଶିତ ଲିମ୍ଫୋସାଇଟ ଥିବା ଯୋଗୁ ନୂଆ ଲୋହିତ ରକ୍ତ କଣିକା (red blood cell), ଶ୍ୱେତ ରକ୍ତ କଣିକା (white blood cell) ଓ ପ୍ଲାଟେଲେଟ (platelet) ତିଆରିରେ ବାଧା ଉପୁଜେ । [୧] ରକ୍ତ ପରୀକ୍ଷା (blood tests) ଓ ଅସ୍ଥି ମଜ୍ଜା ପରୀକ୍ଷା (bone marrow examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୯]
ଚିକିତ୍ସା ଆରମ୍ଭରେ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆର ଉପଶମ (remission) ନିମନ୍ତେ କେମୋଥେରାପି (chemotherapy) ଦିଆଯାଏ ।[୩] ଏହା ପରେ ମଧ୍ୟ ଅନେକ ବର୍ଷ ଧରି କେମୋଥେରାପି ଦିଆଯାଏ ।[୩] ମସ୍ତିଷ୍କକୁ ବ୍ୟାପିଥିଲେ ଇଣ୍ଟ୍ରାଥେକାଲ କେମୋଥେରାପି (intrathecal chemotherapy) ବା ରାଡିଏସନ ଥେରାପି (radiation therapy) ଦିଆଯାଏ ।[୩] ମାନକ ଚିକିତ୍ସାରେ ଉପଶମ ନହେଲେ ହେମାଟୋପଏଟିକ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ]] (Stem cell transplantation) କରାଯାଏ । [୩] ଇମ୍ମ୍ୟୁନୋଥେରାପିର (immunotherapy) ପ୍ରଭାବ ଉପରେ ଅନୁଶୀଳନ ଚାଲିଛି । [୩]
ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ରୋଗରେ ସନ ୨୦୧୫ରେ ପ୍ରାୟ ୮୭୬,୦୦୦ ଲୋକ ଆକ୍ରାନ୍ତ ହୋଇ ୧୧୧,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୧୦][୧୧] ସାଧାରଣତଃ ୨ରୁ ୫ ବର୍ଷ ବୟସର ପିଲାଙ୍କୁ ଏହି ରୋଗ ହୁଏ । [୧୨][୭] ଯୁକ୍ତରାଷ୍ଟ୍ର ଆମେରିକାରେ ସମସ୍ତ ପିଲାମାନଙ୍କର କର୍କଟ ରୋଗ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହା ସର୍ବାଧିକ ସାଧାରଣ ରୋଗ । [୩] ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ରୋଗ ପ୍ରଥମ ଡିସସେମିନେଟେଡ କର୍କଟ (disseminated cancer) ଭାବରେ ଚିକିତ୍ସା ଫଳରେ ଆରୋଗ୍ୟ ହେବାର ଗୌରନ ଅର୍ଜନ କରିଛି ।[୧୩] ରୋଗମୁକ୍ତ ହେବା ହାର ସନ ୧୯୬୦ରେ ୧୦% ଥିବାବେଳେ ସନ ୨୦୧୫ରେ ୯୦% ହୋଇପାରିଛି ।[୩] ଛୋଟ ଶିଶୁଙ୍କ ବଞ୍ଚିବା ହାର ୫୦% ଥିବା ବେଳେ[୧୪] ଯୁବକମାନଙ୍କର ୩୫% ହୋଇଛି ।[୪]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Childhood Acute Lymphoblastic Leukemia Treatment". National Cancer Institute (in ଇଂରାଜୀ). 8 December 2017. Retrieved 20 December 2017.
- ↑ ୨.୦ ୨.୧ Baljevic, Muhamed; Jabbour, Elias; O'Brien, Susan; Kantarjian, Hagop M (2016). "Acute Lymphoblastic Leukemia". In Kantarjian, HM; Wolff, RA (eds.). The MD Anderson Manual of Medical Oncology (3 ed.). New York: McGraw-Hill Education. Retrieved 22 November 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Hunger, Stephen P.; Mullighan, Charles G. (2015-10-14). "Acute Lymphoblastic Leukemia in Children". New England Journal of Medicine (in ଇଂରାଜୀ). 373 (16): 1541–1552. doi:10.1056/nejmra1400972. PMID 26465987.
- ↑ ୪.୦ ୪.୧ Paul, Shilpa; Kantarjian, Hagop; Jabbour, Elias J. (2016). "Adult Acute Lymphoblastic Leukemia". Mayo Clinic Proceedings. 91 (11): 1645–1666. doi:10.1016/j.mayocp.2016.09.010.
- ↑ Boer, JM; den Boer, ML (11 July 2017). "BCR-ABL1-like acute lymphoblastic leukaemia: From bench to bedside". European Journal of Cancer. 82: 203–218. doi:10.1016/j.ejca.2017.06.012. PMID 28709134.
- ↑ Marino, Bradley S.; Fine, Katie S. (2013). Blueprints Pediatrics (in ଇଂରାଜୀ). Lippincott Williams & Wilkins. p. 205. ISBN 9781451116045.
- ↑ ୭.୦ ୭.୧ ୭.୨ Inaba H, Greaves M, Mullighan CG (June 2013). "Acute lymphoblastic leukaemia". Lancet. 381 (9881): 1943–55. doi:10.1016/S0140-6736(12)62187-4. PMC 3816716. PMID 23523389.
- ↑ Childhood acute lymphoblastic leukemia. Vora, Ajay (editor). Cham, Switzerland: Springer International Publishing. 2017. pp. 1–44, 61–86. ISBN 9783319397078. OCLC 984342596.
{{cite book}}
: CS1 maint: others (link) - ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 743. ISBN 9780323529570.
- ↑ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Acute Lymphocytic Leukemia - Cancer Stat Facts". SEER (in ଇଂରାଜୀ). Retrieved 20 December 2017.
- ↑ Tubergen, DG; Bleyer, A; Ritchey, AK (2011). "Acute Lymphoblastic Leukemia". In Kliegman, RM; Stanton, BMD; St Geme, J; Schor, NF; Behrman, RE (eds.). Nelson Textbook of Pediatrics (19th ed.). Philadelphia, PA: Elsevier/Saunders. pp. 1732–1737. ISBN 1437707556. OCLC 706780860.
- ↑ Brown, Patrick (2013-12-06). "Treatment of infant leukemias: challenge and promise". ASH Education Program Book (in ଇଂରାଜୀ). 2013 (1): 596–600. doi:10.1182/asheducation-2013.1.596. ISSN 1520-4391. PMC 4729208. PMID 24319237.