ତପନ କୁମାର ପ୍ରଧାନ
ତପନ କୁମାର ପ୍ରଧାନ (ଜନ୍ମ: ୨୨ ଅକ୍ଟୋବର ୧୯୭୨) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କବି, ଲେଖକ, ଅନୁବାଦକ, ପ୍ରଶାସକ ଓ ବ୍ୟଙ୍ଗକାର । ସେ ମୁଖ୍ୟତଃ ଇଂରାଜୀ, ଓଡ଼ିଆ ଓ ହିନ୍ଦୀରେ କବିତା ଓ ଗଦ୍ୟ ରଚନା କରନ୍ତି । ସେ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ପ୍ରଧାନ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୧][୨] ତାଙ୍କ ରଚନାବଳୀ ମୁଖ୍ୟତଃ ଭ୍ରଷ୍ଟାଚାର ନିବାରଣ, ମାନବାଧିକାର ଓ ସର୍ବଧର୍ମ ସମନ୍ୱୟ ଉପରେ କେନ୍ଦ୍ରିତ ।
ତପନ କୁମାର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୁବନେଶ୍ୱର | ୨୨ ଅକ୍ଟୋବର ୧୯୭୨
ବୃତ୍ତି | ଲେଖକ, ଗବେଷକ, ପ୍ରଶାସକ |
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ (ସମାଜତତ୍ତ୍ୱ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ମହାବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ |
ପୈତୃକ ବାସସ୍ଥାନ | ଭୁବନେଶ୍ୱର, ଓଡ଼ିଶା |
ଶୈଳୀ | କବିତା, ପ୍ରବନ୍ଧ |
ବିଷୟ | ମାନବାଧିକାର |
ସାହିତ୍ୟ କୃତି | କଳାହାଣ୍ଡି |
ପୁରସ୍କାର | ସାହିତ୍ଯ ଏକାଡେମୀ |
କାର୍ଯ୍ୟକାଳ | ଏକବିଂଶ ଶତାବ୍ଦୀ |
ଜୀବନସାଥୀ | ଶୁଭଶ୍ରୀ |
ସନ୍ତାନ | ଓମ୍ ସତ୍ୟମ୍ |
ପିତାମାତା | ଅରକ୍ଷିତ ପ୍ରଧାନ, କୁମୁଦିନୀ |
ଜୀବନୀ
ସମ୍ପାଦନାପରିବାର
ସମ୍ପାଦନାତପନ କୁମାର ପ୍ରଧାନ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାଲ୍ୟକାଳ କଳାହାଣ୍ଡି, କେନ୍ଦୁଝର ଓ ଲକ୍ଷ୍ମୀସାଗରରେ କଟିଥିଲା ।[ଆଧାର ଲୋଡ଼ା] ତାଙ୍କ ପିତାଙ୍କ ନାମ ଅରକ୍ଷିତ ପ୍ରଧାନ ଓ ମାତାଙ୍କ ନାମ କୁମୁଦିନୀ ପ୍ରଧାନ ।[ଆଧାର ଲୋଡ଼ା] ତାଙ୍କ ପିତା ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଥିଲେ ଓ ମାତା ପରିବାର ପୋଷଣ କରିଥିଲେ ।[ଆଧାର ଲୋଡ଼ା]
ଶିକ୍ଷା
ସମ୍ପାଦନାସେ ଲକ୍ଷ୍ମୀସାଗର ବିଦ୍ୟାଳୟ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରି ସେ ୧୯୯୯ ମସିହାରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଲେ ।[ଆଧାର ଲୋଡ଼ା] ପରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ବରିଷ୍ଠ ଅଧିକାରୀ ପଦରେ ନିଯୁକ୍ତ ହେଲେ ।[ଆଧାର ଲୋଡ଼ା] ୨୦୧୪ ମସିହାରେ ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଅର୍ଥ ସଚିବ ତଥା ବିତ୍ତୀୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ମାଲାବାର ବ୍ୟାଙ୍କ ଆଦିରେ ମଧ୍ୟ ନିର୍ଦ୍ଦେଶକ ଥିଲେ ।[ଆଧାର ଲୋଡ଼ା]
ରଚନାବଳୀ
ସମ୍ପାଦନାଓଡ଼ିଆ
ସମ୍ପାଦନା- କଳାହାଣ୍ଡି - ୨୦୦୭[୩]
- କଳାହାଣ୍ଡିର ଅକୁହା କାହାଣୀ - ୨୦୨୧[ଆଧାର ଲୋଡ଼ା]
- ପ୍ରେମ ସ୍ତୁତି - ୨୦୨୦ (ଆଣ୍ଟନୀ ଥିଓଡରଙ୍କ ସହିତ)[ଆଧାର ଲୋଡ଼ା]
- ମୁଁ, ସେ ଓ ସମୁଦ୍ର - ୨୦୧୯[୪]
- ଅପରାହ୍ଣର ଝଡ଼ - ୨୦୧୭[ଆଧାର ଲୋଡ଼ା][୫]
- କନ୍ଧମାଳ ଦଂଗା: ଉତ୍ପତ୍ତି ଓ ପରିଣାମ - ୨୦୧୫[ଆଧାର ଲୋଡ଼ା]
- ସାମ୍ପ୍ରଦାୟିକ ଭେଦଭାବର ଅର୍ଥନୈତିକ ଦିଗ - ୨୦୦୨[ଆଧାର ଲୋଡ଼ା]
ଇଂରାଜୀ
ସମ୍ପାଦନା- The Buddha Smiled[ଆଧାର ଲୋଡ଼ା]
- Equation[ଆଧାର ଲୋଡ଼ା]
- Hour of Coming[ଆଧାର ଲୋଡ଼ା]
- Remembering Father[ଆଧାର ଲୋଡ଼ା]
ଅନୁବାଦ
ସମ୍ପାଦନା- ପ୍ରେମ ପାଶରେ ଯୀଶୁ (ମୂଳ ଲେଖା: ଆଣ୍ଟନି ଥିଓଡର)[ଆଧାର ଲୋଡ଼ା]
- ମୁଁ ତୋହରି ଶିଶୁ, ମା (ମୂଳ ଲେଖା: ଆଣ୍ଟନି ଥିଓଡର)[୬]
- କାମନା ଓ ପ୍ରେମ ସଂଗୀତ (ମୂଳ ଲେଖା: ଲଳିତା ଆୟାର୍)[ଆଧାର ଲୋଡ଼ା]
- ବିଷାଦ ସଂଗୀତ (ମୂଳ ଲେଖା: ଲଳିତା ଆୟାର୍)[୭]
ସମ୍ମାନ ଓ ପୁରସ୍କାର
ସମ୍ପାଦନାପ୍ରଧାନ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ସାହିତ୍ୟ ଅକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧] ୨୦୦୭ ମସିହାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଉପରେ ସାହିତ୍ୟ ରଚନା ନିମନ୍ତେ ସେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ[୮][୯][୧୦] ତାଙ୍କ କବିତା “ବୁଦ୍ଧ ହସିଲେ” ୨୦୧୩ ମସିହାରେ ପୋଏଟ୍ରି ସୋସାଇଟୀ ପୁରସ୍କାରରେ ସମ୍ମାନିତ ହୋଇଥିଲା ।[ଆଧାର ଲୋଡ଼ା] ବ୍ୟାଙ୍କ ସେବା, ବିତ୍ତୀୟ ସମାବେଶନ ଓ ହିନ୍ଦୀ ସାହିତ୍ୟରେ ଯୋଗଦାନ ନିମନ୍ତେ ମଧ୍ୟ ସେ ଅନେକବାର ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ।[ଆଧାର ଲୋଡ଼ା]
ଆଧାର
ସମ୍ପାଦନା- ↑ ୧.୦ ୧.୧ Staff (November–December 2007). "Indian Literature Golden Jubilee Literary Translation Prize Winners". Indian Literature (Golden Jubilee Issue ed.). Sahitya Akademi. 51 (6): 39–65. JSTOR 23347623.
- ↑ "Sahitya Akademi Indian Literature Translation Award".
- ↑ Kalahandi - The Untold Story. Kohinoor Books. 01-Aug-2020. pp. ୨୯୮. Retrieved 10 February 2022.
{{cite book}}
: Check date values in:|date=
(help) - ↑ I, She and the Sea: (Three Women in One). Kohinoor Books. 01-Jan-2019. p. 202. Retrieved 10 February 2022.
{{cite book}}
: Check date values in:|date=
(help) - ↑ Wind in the Afternoon. Independently Published. 05-Mar-2019. pp. ୧୩୬. ISBN 9781798797891.
{{cite book}}
: Check date values in:|date=
(help) - ↑ I Am Your Baby, Mother. Kohinoor Books. 25-Dec-2020. pp. ୧୮୨.
{{cite book}}
: Check date values in:|date=
(help) - ↑ . Kohinoor Books. 25-Dec-2020. pp. ୨୨୮ https://books.google.co.in/books?id=fBMZEAAAQBAJ&newbks=1&newbks_redir=0&dq=tapan+kumar+pradhan&source=gbs_navlinks_s. Retrieved 10 February 2022.
{{cite book}}
: Check date values in:|date=
(help); Missing or empty|title=
(help) - ↑ "Indian Express Citizen for Peace Short List".
- ↑ "Citizens for Peace Essays on Secularism". Archived from the original on 2008-01-29. Retrieved 2011-08-24.
- ↑ "Living with Differences : Dr Tapan Kumar Pradhan on Communal Harmony in Bhadrak". Archived from the original on 2014-02-22. Retrieved 2021-09-18.