ସନ୍ତରଣ ଗଲୁ
ସନ୍ତରଣ ଗଲୁ, ଏକ ଚର୍ମର ଏକ ଆଲର୍ଜି ପ୍ରତିକ୍ରିୟା ଯାହା କେତେକ ଅଣୁବୀକ୍ଷଣ ସମ୍ପର୍କୀୟ ବା ମାଇକ୍ରୋସ୍କୋପିକ୍ ପରଜୀବୀ ଯୋଗୁ ହୁଏ ।[୨] ଏହାର ଲକ୍ଷଣ ମଧ୍ୟରେ ଚର୍ମରେ ଗଲୁ ହୁଏ, ଛୋଟ ଫୁଲା, ଫୋଟକା ଆଦି ହୁଏ ଯାହା ସିଧାସଳଖ ଜଳ ସହିତ ସଂସ୍ପର୍ଶରେ ଆସିଥିବା ଚର୍ମରେ ହୁଏ ।[୨] [୩] ସଂସ୍ପର୍ଶରେ ଆସିବାର କିଛି ମିନିଟରୁ କିଛି ଦିନ ମଧ୍ୟରେ ଆରମ୍ଭ ହୁଏ । [୨] ଏହି ଲକ୍ଷଣ କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୨] [୩] ଜଟିଳତା ମଧ୍ୟରେ ଅନ୍ୟାନ୍ୟ ଚର୍ମ ଜୀବାଣୁ ସଂକ୍ରମଣ ହୋଇପାରେ ।[୨] ବାରମ୍ବାର ସଂସ୍ପର୍ଶରେ ଆସିଲେ ଖରାପ ଲକ୍ଷଣ ସୃଷ୍ଟି କରିପାରେ ।[୨]
Swimmer's itch | |
---|---|
Schistosome dermatitis,[୧] cercarial dermatitis,[୨] duck itch[୩] | |
ବିଭାଗ | Dermatology |
ଲକ୍ଷଣ | Itchy skin, red bumps, small blisters[୨] |
ଆକ୍ରାନ୍ତ ସମୟ | Minutes to days of exposure[୨] |
ଅବଧି | Up to 3 week[୩] |
କାରଣ | Schistosome[୧] |
ବିପଦ କାରକ | Shallow warm water[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୩] |
ସଠିକ ରୋଗ ନିର୍ଣ୍ଣୟ | Insect bites, contact dermatitis, seabather's eruption, seaweed dermatitis[୪][୩] |
ଚିକିତ୍ସା | Hydrocortisone cream, baking soda, Epsom salts, colloidal oatmeal baths[୨] |
Prognosis | Good[୧] |
ଏହା ଏକ ପ୍ରକାର ଜଳବାହିତ ଫ୍ଲାଟ ୱାର୍ମ ସିଷ୍ଟୋସୋମ ଯୋଗୁ ଘଟିଥାଏ ।[୧] ପରଜୀବୀମାନଙ୍କର ଜୀବନଚକ୍ରରେ ପକ୍ଷୀ, ଗେଣ୍ଡା, ଶାମୁକା ଏବଂ କେତେକ ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଆନ୍ତି ।[୨] ଏହା ସାଧାରଣତଃ ସଂକ୍ରମିତ ମଧୁର କିମ୍ବା ଲୁଣିଆ ପାଣିରେ ପହଁରିଲେ ହୋଇଥାଏ ।[୨] ଧାନ ଚାଷୀଙ୍କ ମଧ୍ୟରେ ଏହି ଅବସ୍ଥା ଦେଖିବାକୁ ମିଳିଛି ।[୪] ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପେ ନାହିଁ । [୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[୩]
ଚିକିତ୍ସାରେ ହାଇଡ୍ରୋକର୍ଟିଜୋନ କ୍ରିମ୍, ବେକିଂ ସୋଡା, ଏପସମ ଲୁଣ, ଏବଂ କଲଏଡାଲ୍ ଓଟମିଲ୍ ସ୍ନାନ କରାଯାଇପାରେ ।[୨] ଆଣ୍ଟିହାଇଷ୍ଟାମିନ ପାଟିରେ ଦିଆଯାଇପାରେ ।[୪] ଏହାର କୌଣସି ସ୍ଥାୟୀ ପ୍ରଭାବ ନାହିଁ ।[୧] ଅବସ୍ଥାକୁ ରୋକିବା ପ୍ରୟାସରେ ପାଣିରୁ ବାହାରିବା ପରେ ସଙ୍ଗେ ସଙ୍ଗେ ପୋଛିହେବା ଏବଂ ଅଗଭୀର ଉଷୁମ ପାଣି ଏଡ଼େଇବା ଆବଶ୍ୟକ ହୁଏ ।[୪] [୩]
ସାରା ପୃଥିବୀରେ ସନ୍ତରଣ ଗଲୁ ହୁଏ ।[୨] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ରୋଗର ହାର ବଢ଼ୁଥିବା ଦେଖାଯାଏ; ଏହା ଅଧିକ ଅଞ୍ଚଳରେ ଘଟିବା କିମ୍ବା ଭଲ ରିପୋର୍ଟ ହେବା ହେତୁ ହେଉଛି ।[୪] ଅବସ୍ଥାର କାରଣ ୧୯୨୮ ମସିହାରେ ନିର୍ଣ୍ଣୟ କରାଯାଇଥିଲା । [୪] ପର୍ଯ୍ୟଟନ ଉପରେ ରୋଗ ପ୍ରଭାବ ପକାଇପାରେ ।[୪] ଏହାକୁ ଉଦୀୟମାନ ସଂକ୍ରାମକ ରୋଗ ଭାବରେ ବିବେଚନା କରାଯାଏ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "With warm weather, Swimmers Itch makes annual appearance". dnr.wi.gov. Archived from the original on 2016-03-08. Retrieved 2016-03-07.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Prevention, CDC-Centers for Disease Control and (18 September 2020). "CDC - Cercarial Dermatitis - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 10 June 2021. Retrieved 21 July 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Swimmer's itch | DermNet NZ". dermnetnz.org (in ଇଂରାଜୀ). Archived from the original on 13 December 2021. Retrieved 21 July 2022.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Horák, Petr; Mikeš, Libor; Lichtenbergová, Lucie; Skála, Vladimír; Soldánová, Miroslava; Brant, Sara Vanessa (January 2015). "Avian schistosomes and outbreaks of cercarial dermatitis". Clinical Microbiology Reviews. 28 (1): 165–190. doi:10.1128/CMR.00043-14. ISSN 1098-6618. PMC 4284296. PMID 25567226.