ସୁରମା ପାଢ଼ୀ

ଓଡ଼ିଆ ରାଜନୀତିଜ୍ଞ
(Surama Padhyରୁ ଲେଉଟି ଆସିଛି)

ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ତଥା ବାଚସ୍ପତି ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ମସିହାରେ ସେ ପ୍ରଥମ କରି ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[] ୨୦୨୪ ମସିହାରେ, ୧୭ଶ ଓଡ଼ିଶା ବିଧାନ ସଭାରେ ବାଚସ୍ପତି ଭାବରେ ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।[]

ସୁରମା ପାଢ଼ୀ
ବାଚସ୍ପତି: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦ ଜୁନ ୨୦୦୪ – ଏବେଯାଏଁ
ପୂର୍ବ ଅଧିକାରୀପ୍ରମିଳା ମଲ୍ଲିକ
ବିଧାୟିକା: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସତ୍ୟନାରାୟଣ ପ୍ରଧାନ
ନିର୍ବାଚନ ମଣ୍ଡଳୀରଣପୁର
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀରମାକାନ୍ତ ମିଶ୍ର
ପର ଅଧିକାରୀସତ୍ୟନାରାୟଣ ପ୍ରଧାନ
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-12-29) ୨୯ ଡିସେମ୍ବର ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀବିପିନ ବିହାରୀ ପାଢ଼ୀ
ବାପା/ବୋଉହରିଶ୍ଚନ୍ଦ୍ର ପାଢ଼ୀ (ବାପା)
ବୃତ୍ତିଓକିଲ
ରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଥିଲା ହରିଶ୍ଚନ୍ଦ୍ର ପାଢ଼ୀ । ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ।[] ପରବର୍ତ୍ତୀ ସମୟରେ ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ସେ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ।[] ଏହି ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ସମ୍ପାଦନା

ସୁରମା ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରେ ଏହି ପଦରେ ରହିଥିଲେ ।[] ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ୨୦୦୨ ମସିହାଯାଏଁ ଏହି ପଦରେ କାର୍ଯ୍ୟ କରିଥିଲେ ।[] ଏଥି ସହିତ ସେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।[]

୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ।[] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[] ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୮ ମଇ ୨୦୦୪ରୁ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୯ ମାର୍ଚ୍ଚ ୨୦୦୯ ଯାଏଁ ସେ କାର୍ଯ୍ୟ କରିଥିଲେ ।[]

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୩୩,୦୪୨ ଖଣ୍ଡ ଭୋଟ ପାଇବା ସହ ୨ୟ ସ୍ଥାନରେ ଥିଲେ ।[] ବିଜୁ ଜନତା ଦଳର ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ସମୁଦାୟ ୫୪,୬୪୩ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଏହାପରେ ସେ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୪,୨୭୯ ଖଣ୍ଡ ଭୋଟ ପାଇବା ସହ ପୁଣିଥର ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[] ବିଜୁ ଜନତା ଦଳର ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଏହି ନିର୍ବାଚନରେ ସମୁଦାୟ ୬୦,୭୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୧,୪୩୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୧୫,୫୪୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ, ସେ ବାଚସ୍ପତି ଭାବରେ କାର୍ଯ୍ୟ କରୁଛନ୍ତି ।[]

  1. ୧.୦ ୧.୧ ୧.୨ ୧.୩ "Smt. Surama Padhy". odishaassembly.nic.in. Odisha Assembly. Retrieved 8 March 2019.
  2. ୨.୦ ୨.୧ Halim, Shaikh (20 June 2024). "ସୁରମା ପାଢ଼ୀ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କଲେ: ଗୃହର ଗାରିମା ରକ୍ଷା କରିବି ବୋଲି କହିଲେ". Sambad. Retrieved 20 June 2024.
  3. ୩.୦ ୩.୧ ୩.୨ "MLA Surama Padhy Profile | RANPUR Constituency". naveenpatnaik.com. Archived from the original on 2017-10-26. Retrieved 2019-03-08.
  4. ୪.୦ ୪.୧ ୪.୨ "MLA Surama Padhy Profile | RANPUR Constituency". odishahelpline.com. Retrieved 2019-03-08.
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 12 April 2014. 21601
  7. "Constituency Wise odisha Assembly Election result 2014". Leadtech.in. Archived from the original on 18 August 2014. Retrieved 20 August 2014.
  8. "Odisha - Ranpur". Election Commission of India. Archived from the original on 23 May 2014. Retrieved 20 August 2014.
  9. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.