ରୁଦ୍ର ପ୍ରତାପ ମହାରଥୀ
ରୁଦ୍ର ପ୍ରତାପ ମହାରଥୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରୁଦ୍ର ପ୍ରତାପ ମହାରଥୀ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୨୧ – ୨୦୨୪ | |
ପୂର୍ବ ଅଧିକାରୀ | ପ୍ରଦୀପ ମହାରଥୀ |
ପର ଅଧିକାରୀ | ଆଶ୍ରିତ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଜୁନ ୧୯୮୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଜାଗୃତି ପଣ୍ଡା |
ସମ୍ପର୍କ | ଅର୍ଦ୍ଧେନ୍ଧୁ ସାହୁ (ଭିଣୋଇ)[୧] |
ବାପା/ବୋଉ | ପ୍ରଦୀପ ମହାରଥୀ (ବାପା) ପ୍ରତିଭା ମିଶ୍ର (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ୱେବସାଇଟ | maharathy |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ, ଯିଏକି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ[୨] ଓ ତାଙ୍କ ମାଆଙ୍କ ନାମ ପ୍ରତିଭା ମିଶ୍ର ଏବଂ ତାଙ୍କ ପତ୍ନୀଙ୍କ ନାମ ଜାଗୃତି ପଣ୍ଡା ।
ରାଜନୈତିକ ଜୀବନ
ସମ୍ପାଦନାରୁଦ୍ର ପ୍ରତାପ ମହାରଥୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ସେ ବିଧାୟକ ଥିବା ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ଖାଲି ପଡ଼ିଥିଲା, ତେଣୁ ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୪,୧୪୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୫,୧୬୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୫]
ଆଧାର
ସମ୍ପାଦନା- ↑ KUMAR, DILIP (27 March 2021). "Prativa Maharathy Unhappy Over Son's Candidature For Pipili Bypoll !". Odisha TV (in ଇଂରାଜୀ). Retrieved 4 October 2021.
- ↑ "Odisha BJD nominates Rudra Pratap Maharathy as its candidate for PipiliBypolls". Orissa Diary. 26 March 2021. Archived from the original on 26 March 2021. Retrieved 4 October 2021.
- ↑ "ପିପିଲି ଉପନିର୍ବାଚନ: ବାପା ପ୍ରଦୀପଙ୍କୁ ଟପିଲେ ପୁଅ ରୁଦ୍ର ମହାରଥୀ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 3 October 2021. Archived from the original on 3 October 2021. Retrieved 4 October 2021.
{{cite news}}
: CS1 maint: unrecognized language (link) - ↑ Dash, Chinmayee (3 October 2021). "Pipili bypoll: BJD's Rudra Maharathy emerges victorious". Sambad English (in English). Pipili: sambadenglish.com. Archived from the original on 4 October 2021. Retrieved 4 October 2021.
{{cite news}}
: CS1 maint: unrecognized language (link) - ↑ "General Election to Assembly Constituencies 2024: Pipili (Odisha)". Election Commission of India. Retrieved 27 June 2024.