ପାଇରାଜିନାମାଇଡ
ପାଇରାଜିନାମାଇଡ (ଇଂରାଜୀ ଭାଷାରେ Pyrazinamide) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । [୨] ସକ୍ରିୟ ଯକ୍ଷ୍ମା ନିମନ୍ତେ ପାଇରାଜିନାମାଇଡ, ଆଇସୋନିଆଜିଡ, ରିଫାମ୍ପିସିନ ସହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ । [୩] ଗୁପ୍ତ ଯକ୍ଷ୍ମା ନିମନ୍ତେ ଏହା ସାଧରାଣତଃ ଦିଆଯାଏନାହିଁ ।[୨] ଏହି ଔଷଧ ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Rifater, Tebrazid, others[୧] |
AHFS/Drugs.com | monograph |
MedlinePlus | a682402 |
Pregnancy category |
|
Routes of administration | by mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | >90% |
Metabolism | liver |
Elimination half-life | 9 to 10 hours |
Excretion | kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.002.470 |
Chemical and physical data | |
Formula | C5H5N3O |
Molar mass | 123.113 g/mol |
3D model (JSmol) | |
| |
| |
(verify) |
ପାଇରାଜିନାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅରୁଚି, ମାଂସପେଶୀ ଯନ୍ତ୍ରଣା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅଧିକ ସଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗାଉଟ୍, ଯକୃତ ବିଷକ୍ରିୟା (liver toxicity) ଓ ସୂର୍ଯ୍ୟାଲୋକ ସମ୍ବେଦନଶୀଳ ଇତ୍ୟାଦି ହୋଇପାରେ ।[୨] ଉଲ୍ଲେଖନୀୟ ଯକୃତ ରୋଗ ଓ ପରଫିରିଆ ରୋଗମାନଙ୍କରେ ଏହା ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଇପାରେ ।[୩] ପାଇରାଜିନାମାଇଡ ଏକ ଆଣ୍ଟିମାଇକୋବ୍ୟାକ୍ଟେରିଆଲ (antimycobacterial) ଶ୍ରେଣୀର ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ଭାବରେ ଜଣାଯାଇନାହିଁ ।[୨]
ସନ ୧୯୩୬ରେ ପାଇରାଜିନାମାଇଡ ପ୍ରଥମେ ତିଆରି ହୋଇଥିଲା କିନ୍ତୁ ସନ ୧୯୭୨ରୁ ବହୁଳ ଭାବରେ ବ୍ୟବହାର ଆରମ୍ଭ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ପାଇରାଜିନାମାଇଡ ଜେନେରିକ ନାମରେ ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨.୭୬ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର କ୍ରୟ ମୁଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 49. ISBN 9781284057560.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Pyrazinamide". The American Society of Health-System Pharmacists. Retrieved 8 December 2016.
- ↑ ୩.୦ ୩.୧ WHO Model Formulary 2008 (PDF). World Health Organization. 2009. pp. 136, 140, 594, 608. ISBN 9789241547659. Retrieved 8 December 2016.
- ↑ Donald, P. R.; Helden, P. D. van (2011). Antituberculosis Chemotherapy (in ଇଂରାଜୀ). Karger Medical and Scientific Publishers. p. 8. ISBN 9783805596282.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Pyrazinamide". International Drug Price Indicator Guide. Retrieved 8 December 2016.[permanent dead link]