ଆଇସୋନିଆଜିଡ (ଇଂରାଜୀ ଭାଷାରେ Isoniazid, ଅନ୍ୟ ନାମ isonicotinylhydrazide ବା ଆଇଏନଏଚ/INH) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । [୧] ସକ୍ରିୟ ଯକ୍ଷ୍ମା ନିମନ୍ତେ ଆଇସୋନିଆଜିଡ, ରିଫାମ୍ପିସିନପାଇରାଜିନାମାଇଡ (pyrazinamide) ସ‌ହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ ।[୨] ଗୁପ୍ତ ଯକ୍ଷ୍ମା ନିମନ୍ତେ କେବଳ ଏହି ଔଷଧ ଦିଆଯାଇପାରେ । ଯକ୍ଷ୍ମା ନ କରୁଥିବା ଏମ ଆଭିଅମ (M. avium), ଏମ କାନସାସି (M. kansasii) ଓ ଏମ ଜେନୋପି (M. xenopi) ଇତ୍ୟାଦି ମାଇକୋବ୍ୟାକ୍ଟେରିଆ ଜୀବାଣୁମାନଙ୍କ (atypical types of mycobacteria) ନିମନ୍ତେ ମଧ୍ୟ ଏହା ଦିଆଯାଇପାରେ । ଏହା ପାଟିରେ ଦିଆଗଲେ ମଧ୍ୟ ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଅଯାଏ ।[୧]

ଆଇସୋନିଆଜିଡ
Clinical data
Trade namesHydra, Hyzyd, Isovit, other
Synonymsisonicotinic acid hydrazide, isonicotinyl hydrazine, INHA
AHFS/Drugs.commonograph
MedlinePlusa682401
Pregnancy
category
Routes of
administration
by mouth, intramuscular, intravenous
ATC code
Legal status
Legal status
  • prescription only (US)
Pharmacokinetic data
Protein bindingVery low (0-10%)
Metabolismliver; CYP450: 2C19, 3A4 inhibitor
Elimination half-life0.5-1.6h (fast acetylators), 2-5h (slow acetylators)
Excretionurine (primarily), feces
Identifiers
  • Pyridine-4-carbohydrazide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.195 Edit this at Wikidata
Chemical and physical data
FormulaC6H7N3O
Molar mass137.139 g/mol
3D model (JSmol)
  • O=C(NN)c1ccncc1
  • InChI=1S/C6H7N3O/c7-9-6(10)5-1-3-8-4-2-5/h1-4H,7H2,(H,9,10) checkY
  • Key:QRXWMOHMRWLFEY-UHFFFAOYSA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ଯକୃତ ଏଞ୍ଜାଇମ ସ୍ତର (increased blood levels of liver enzymes) ଓ ହାତ ତ‌ଥା ପାଦରେ କାଲୁଆ ବା କମ ସ୍ପର୍ଶ ଶକ୍ତି ଅନୁଭବ ହୁଏ । ସାଂଘାତିକ ପ୍ରତିକ୍ରିୟାରେ ହେପାଟାଇଟିସ ବା ଯକୃତ ପ୍ରଦାହ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ନେଇ ସ୍ପଷ୍ଟ ଚିତ୍ର ନାହିଁ । ସ୍ତନ୍ୟପାନ ସମୟରେ ବ୍ୟବ‌ହାର କରାଯାଇପାରେ ।[୩] ପାର୍ଶ୍ୱ ପ୍ରତିକ୍ରିୟା ନିବାରଣ ନିମନ୍ତେ ପାଇରିଡକ୍ସିନ Pyridoxine ଦିଆଯାଇପାରେ ।[୪] ଏହି ଔଷଧ ଜୀବାଣୁର ଜୀବକୋଷ ଆବରଣକୁ (cell wall) ନଷ୍ଟ କରି ତାହାକୁ ମାରିଦିଏ ।[୧]

ଆଇସୋନିଆଜିଡ ପ୍ରଥମେ ସନ ୧୯୫୨ ମସିହାରେ ତିଆରି ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୦.୬୦ରୁ ୪.୫୫ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୫ ଡଲାରରୁ କମ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Isoniazid". The American Society of Health-System Pharmacists. Retrieved 8 December 2016.
  2. WHO Model Formulary 2008 (PDF). World Health Organization. 2009. p. 136. ISBN 9789241547659. Retrieved 8 December 2016.
  3. "Isoniazid (Nydrazid) Use During Pregnancy". www.drugs.com. Retrieved 10 December 2016.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 49. ISBN 9781284057560.
  5. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Isoniazid". International Drug Price Indicator Guide. Retrieved 8 December 2016.[permanent dead link]