ପୁଲ୍ଲେଲା ଗୋପୀଚାନ୍ଦ
ପୁଲ୍ଲେଲା ଗୋପୀଚାନ୍ଦ (ଜନ୍ମ: ୧୬ ନଭେମ୍ବର ୧୯୭୩) ଜଣେ ପ୍ରାକ୍ତନ ଭାରତୀୟ ବାଡ଼ମିଣ୍ଟନ ଖେଳାଳୀ । ବର୍ତ୍ତମାନ ସେ ଭାରତୀୟ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟରତ । ୨୦୦୧ ମସିହାରେ ସେ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ ।[୩] ପ୍ରକାଶ ପାଦୁକୋନଙ୍କ ପରେ ଏହି ଉପଲବ୍ଧୀ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଥିଲେ ।[୪][୫] ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡେମୀ ନାମରେ ସେ ନିଜର ଏକ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ସୃଷ୍ଟିକରି ଅନେକ ଅଲିମ୍ପିକ ଖେଳାଳୀ ଓ ପଦକ ବିଜେତା ସୃଷ୍ଟି କରିପାରିଛନ୍ତି ।[୫] ସେ ୧୯୯୯ ମସିହାରେ ଅର୍ଜ୍ଜୁନ ପୁରସ୍କାର, ୨୦୦୯ ମସିହାରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ୨୦୧୪ ମସିହାରେ ପଦ୍ମ ଭୂଷଣ ସମ୍ମାନପ୍ରାପ୍ତ ହୋଇଛନ୍ତି ।[୬][୭]
ପୁଲ୍ଲେଲା ଗୋପୀଚାନ୍ଦ | |
---|---|
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | ନାଗଣ୍ଡଲା, ଆନ୍ଧ୍ର ପ୍ରଦେଶ, ଭାରତ | ୧୬ ନଭେମ୍ବର ୧୯୭୩
ଉଚ୍ଚତା | 1.82 m (6 ft 0 in)[୧] |
ଓଜନ | ୬୮ କିଲୋ |
ଦେଶ | ଭାରତ |
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ |
ପୁରୁଷ ଏକଳ | |
ସର୍ବୋଚ୍ଚ ରାଙ୍କ | ୫[୨] |
BWF Profile |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଗୋପୀଚାନ୍ଦ ୧୯୭୩ ମସିହା ନଭେମ୍ବର ୧୬ ତାରିଖରେ ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାର ଚିରାଲାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୁଲ୍ଲେଲା ସୁବାସ ଚନ୍ଦ୍ର ଓ ମାତାଙ୍କ ନାମ ପୁଲ୍ଲେଲା ସୁବ୍ବାରାଭାମ୍ମା ।[୮] ପ୍ରଥମେ ସେ କ୍ରିକେଟ ଖେଳ ପ୍ରତି ଆକର୍ଷିତ ଥିଲେ କିନ୍ତୁ ବଡ଼ଭାଇଙ୍କ କଥାମାନି ସେ ବ୍ୟାଡ଼ମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ।[୮] ତାଙ୍କ ପରିବାର ନିଜାମାବାଦଠାରେ ରହୁଥିଲେ । ସେ ହାଇଦ୍ରାବାଦର ସେଣ୍ଟ ପଲ ହାଇସ୍କୁଲରେ ପାଠ ପଢୁଥିଲେ ଓ ପରେ ହାଇଦ୍ରାବାଦର ଏ ଭି କଲେଜରୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନରେ ସ୍ନାତକ ପାଠ୍ୟକ୍ରମ ସମାପ୍ତ କରିଥିଲେ । ୧୯୯୦ ଓ ୯୧ ମସିହାରେ ସେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର କ୍ୟାପଟେନ ଥିଲେ ।
ଖେଳ ଜୀବନ
ସମ୍ପାଦନାପୁଲ୍ଲେଲା ପ୍ରଥମେ ଏସ ଏମ ଆରିଫଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପରେ ପ୍ରକାଶ ପାଦୁକୋନ ତାଙ୍କୁ ନିଜ ଏକାଡେମୀରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । [୧][permanent dead link]. ସେ ଜାତୀୟ କ୍ରୀଡ଼ା ପ୍ରାଧିକରଣଠାରେ ଗାଙ୍ଗୁଲି ପ୍ରସାଦଙ୍କଠାରୁ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।[୯][୧୦] ୧୯୯୬ ମସିହାରେ ପୁଲ୍ଲେଲା ନିଜର ପ୍ରଥମ ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ ଓ ସେବେଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବରେ ୫ଥର ଏହି ଚମ୍ପିୟାନସିପ ଜିତିଥିଲେ । ୧୯୯୮ ମସିହାରେ ଇମ୍ଫାଲଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାରେ ସେ ୨ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟପଦକ ଜିତିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଥମାସ କପରେ ସେ ୩ଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୬ ମସିହାରେ ହିଁ ସେ ବିଜୟୱାଡ଼ାଠାରେ ଅନୁଷ୍ଠିତ ସାର୍କ ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ ସ୍ୱର୍ଣ୍ଣପଦକ ଜିତିଥିଲେ ଓ ୧୯୯୭ ମସିହାରେ କଲମ୍ବୋଠାରେ ଏହି ପ୍ରଦର୍ଶନ ଦୋହରାଇଥିଲେ । ୧୯୯୮ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଦଳଗତ ପ୍ରତିଯୋଗୀତାରେ ରୌପ୍ୟ ଓ ଏକକ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ଜିତିଥିଲେ ।
୧୯୯୯ ମସିହାରେ ସେ ଫ୍ରାନ୍ସରେ ଅନୁଷ୍ଠିତ ଟାଉଲୁଜ ଓପନ ଚମ୍ପିୟାନସିପ ଓ ସ୍କଟଲାଣ୍ଡରେ ଅନୁଷ୍ଠିତ ସ୍କଟିଶ ଓପନ ଚମ୍ପିୟାନସିପ ଜିତିଥିଲେ । ସେହି ବର୍ଷ ସେ ହାଇଦ୍ରାବାଦଠାରେ ଏସୀଅ ସାଟେଲାଇଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତିଥିଲେ ଓ ଜର୍ମାନ ଗ୍ରାଣ୍ଡ ପ୍ରିକ୍ସ ଚମ୍ପିୟାନସିପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ
୨୦୦୧ ମସିହାରେ ସେ ବର୍ମିଂହାମଠାରେ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଜିତିଥିଲେ । ଏହି ପ୍ରତିଯୋଗୀତାର ସେମିଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳୀ ପିଟର ଗେଡ଼େଙ୍କୁ ହରାଇଥିଲେ ଓ ଫାଇନାଲରେ ଚିନର ଚେଙ୍ଗ ହଙ୍ଗଙ୍କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ ।[୧୧] ପ୍ରକାଶ ପାଦୁକନଙ୍କ(୧୯୮୦) ପରେ ଦ୍ୱିତୀୟ ଭାରତୀୟ ଭାବରେ ସେ ଏହି ପ୍ରତିଯୋଗୀତା ଜିତିଥିଲେ ।[୧୨]
ସଫଳତା
ସମ୍ପାଦନାଏସୀୟ ଚମ୍ପିୟାନସିପ
ସମ୍ପାଦନାପୁରୁଷ ଏକଳ
ବର୍ଷ | ସ୍ଥାନ | ପ୍ରତିଦ୍ୱନ୍ଦୀ | ସ୍କୋର | ଫଳ |
---|---|---|---|---|
୨୦୦୦ ଏସୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ | ଇଷ୍ଟୋର ସେନ୍ୟାନ, ଜାକର୍ତ୍ତା, ଇଣ୍ଡୋନେସିଆ | ତୌଫିକ ହିଦାୟତ | ୪-୧୫, ୧୨-୧୫ | ବ୍ରୋଞ୍ଜ |
ରାଜ୍ୟଗୋଷ୍ଠୀ କ୍ରୀଡ଼ା
ସମ୍ପାଦନାପୁରୁଷ ଏକଳ
ବର୍ଷ | ସ୍ଥାନ | ପ୍ରତିଦ୍ୱନ୍ଦୀ | ସ୍କୋର | ଫଳ |
---|---|---|---|---|
୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତା | କୁଆଲାଲାମପୁର ବ୍ୟାଡ଼ମିଣ୍ଟନ ଷ୍ଟାଡ଼ିୟମ, କୁଆଲାଲୁମ୍ପୁର, ମାଲେସିଆ | ୱଙ୍ଗ ଚୁଙ୍ଗ ହାନ | ୧-୧୫, ୧୧-୧୫ | ବ୍ରୋଞ୍ଜ |
ଆଇବିଏଫ ୱାର୍ଲ୍ଡ଼ ଗ୍ରାଣ୍ଦ ପ୍ରିକ୍ସ
ସମ୍ପାଦନାଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଫେଡ଼େରେସନଦ୍ୱାରା ଅନୁମୋଦିତ ୧୯୮୩ରୁ ୨୦୦୬
ପୁରୁଷ ଏକଳ
ବର୍ଷ | ସ୍ଥାନ | ପ୍ରତିଦ୍ୱନ୍ଦୀ | ସ୍କୋର | ଫଳ |
---|---|---|---|---|
୧୯୯୭ | ଇଣ୍ଡିଆ ଓପନ | ହାରିୟାଣ୍ଟୋ ଆର୍ବୀ | ୪-୧୫, ୭-୧୫[୧୩] | ଉପବିଜେତା |
୧୯୯୯ | ଫ୍ରେଞ୍ଚ ଓପନ | ଚେନ ଗାଙ୍ଗ | ୮-୧୫, ୧୫-୧୦, ୧୦-୧୫[୧୪] | ଉପବିଜେତା |
୧୯୯୯ | ଜର୍ମାନ ଓପନ | ଜିଆ ଜୁଆଞ୍ଜେ | ୩-୧୫, ୧୫-୧୩, ୪-୧୫[୧୫] | ଉପବିଜେତା |
୨୦୦୧ ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ | ଅଲ ଇଂଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ | ଚେନ ହଙ୍ଗ | ୧୫-୧୨, ୧୫-୬[୧୬] | ବିଜେତା |
ଆଇବିଏଫ ଇଣ୍ଟରନେସନାଲ
ସମ୍ପାଦନାପୁରୁଷ ଏକଳ
ବର୍ଷ | ସ୍ଥାନ | ପ୍ରତିଦ୍ୱନ୍ଦୀ | ସ୍କୋର | ଫଳାଫଳ |
---|---|---|---|---|
୧୯୯୯ | ଲେ ଭୋଲାଣ୍ଡ ଡି'ଓ ଡେ ଟୌଲୁଜ | ରିଚାର୍ଡ଼ ଭୌଗାନ | ୧୫-୧୩, ୧୪-୧୫, ୧୫-୬[୧୭] | ବିଜେତା |
୧୯୯୯ | ସ୍କଟିଶ ଓପନ | ସିଦ୍ଧାର୍ଥ ଜେନ | ୧୫-୭, ୧୫-୧୯[୧୮] | ବିଜେତା |
୧୯୯୯ | ଇଣ୍ଡିଆ ଇଣ୍ଟରନେସନାଲ ଚାଲେଞ୍ଜ | ଅଜିତ ୱିଜେତିଲେକ | ୧୫-୬, ୧୫-୧୩[୧୯] | ବିଜେତା |
୨୦୦୪ | ଇଣ୍ଡିଅ ଏସିଆନ ସାଟେଲାଇଟ | ଜେ ବି ଏସ ବିଦ୍ୟାଧର | ୧୫-୬, ୧୫-୧[୨୦] | ବିଜେତା |
ପ୍ରଶିକ୍ଷକ ଭୂମିକାରେ
ସମ୍ପାଦନାଖେଳରୁ ଅବସର ଗ୍ରହଣ କରିବା ପରେ ପୁଲ୍ଲେଲା ୨୦୦୮ ମସିହାରେ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡ଼େମୀ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ତାଙ୍କୁ ନିଜ ଘରକୁ ବନ୍ଧା ପକେଇବାକୁ ପଡ଼ିଥିଲା ।[୨୧] ନିମ୍ମଗଡ୍ଡା ପ୍ରସାଦ ନାମକ ବ୍ୟବସାୟୀ ତାଙ୍କୁ ୫୦ଲକ୍ଷ ଟଙ୍କା ଦାନସୂତ୍ରରେ ଏହି ଲକ୍ଷରେ ଦେଇଥିଲେ ଯେ, ଗୋପୀଚାନ୍ଦଙ୍କ ଏକାଡ଼େମୀରୁ କେହି ଜଣେ ଛାତ୍ର ଅଲିମ୍ପିକ ପଦକ ଜିତୁ ।[୨୨] ଗୋପୀଚାନ୍ଦ ଏକାଡ଼େମୀରୁ ସାୟିନା ନେହୱାଲ, ପି. ଭି. ସିନ୍ଧୁ, ସାଈ ପ୍ରଣୀଥ, ପାରପଲ୍ଲୀ କଶ୍ୟପ, କିଦାମ୍ବୀ ଶ୍ରୀକାନ୍ତ, ଅରୁନ୍ଧତି ପଣ୍ଟାୱନେ, ଗୁରୁସାଈ ଦତ୍ତ, and ଅରୁଣ ବିଷ୍ଣୁ ଆଦି ଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ବାହାରିଛନ୍ତି ।[୨୩] ସାଇନା ୨୦୧୨ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ସିନ୍ଧୁ ୨୦୧୬ ଅଲିମ୍ପିକରେ ବ୍ରୋଞ୍ଜ ଓ ୨୦୨୦ ଅଲିମ୍ପିକରେ ରୌପ୍ୟପଦକ ଜିତିଥିଲେ । ୨୦୧୬ ଅଲିମ୍ପିକରେ ଗୋପୀଚାନ୍ଦ ଭାରତୀୟ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨୧]
ଆଧାର
ସମ୍ପାଦନା- ↑ "Pulella Gopichand". Sports Reference. Archived from the original on 18 April 2020. Retrieved 6 March 2016.
- ↑ "Historical Ranking". Badminton World Federation. Retrieved 7 February 2010.[permanent dead link]
- ↑ "Pulella Gopichand". mapsofindia.com. Retrieved 7 February 2010.
- ↑ "P Gopichand". The Times of India. 11 December 2002. Retrieved 7 February 2010.
- ↑ ୫.୦ ୫.୧ "Pullela Gopichand – The Founder". Gopichand Badminton Academy. Archived from the original on 24 ଫେବୃଆରୀ 2010. Retrieved 7 ଫେବୃଆରୀ 2010.
- ↑ "LIST OF ARJUNA AWARD WINNERS". Archived from the original on 25 December 2007. Retrieved 12 February 2010.
- ↑ "Pullela Gopichand thanks Badminton Fraternity for Padma Bhushan". IANS. Biharprabha News. Retrieved 25 January 2014.
- ↑ ୮.୦ ୮.୧ "Pullela Gopichand – Badminton Player". webindia123.com. Retrieved 7 February 2010.
- ↑ "His hard work and dedication has paid off". The Tribune. 11 March 2001. Retrieved 12 February 2010.
- ↑ "Still a crusader". The Tribune. 15 April 2001. Retrieved 12 February 2010.
- ↑ Our Correspondent in Birmingham (10 March 2001). "Gopichand enters All-England final". rediff.com. Retrieved 2019-07-28.
- ↑ "Randhawa's wait for Padma Shri ends". The Tribune. 26 January 2005. Retrieved 12 February 2010.
- ↑ "India Open 1997 (I): Draws: MS". Badminton World Federation. Retrieved 30 January 2016.
- ↑ "French Open 1999 (I): Draws: MS". Badminton World Federation. Retrieved 1 February 2016.
- ↑ "German Open 1999 (I): Draws: MS". Badminton World Federation. Retrieved 30 January 2016.
- ↑ "All England Open 2001 (I): Draws: MS". Badminton World Federation. Retrieved 30 January 2016.
- ↑ "Open de Toulouse Int 99 (I): Draws: MS". Badminton World Federation. Retrieved 30 January 2016.
- ↑ "Scottish Int 1999 (I): Draws: MS". Badminton World Federation. Retrieved 30 January 2016.
- ↑ "India International 99 (I): Draws: MS". Badminton World Federation. Retrieved 30 January 2016.
- ↑ "Indian Asian Satellite 2004: Draws: MS". Badminton World Federation. Retrieved 30 January 2016.
- ↑ ୨୧.୦ ୨୧.୧ "How Indian badminton rocketed on the Gopichand shuttle". The Hindu. 20 August 2016. Retrieved 20 August 2016.
- ↑ "All that went into the making of Gopichand Academy". The Hindu. 28 August 2016. Retrieved 25 August 2021.
- ↑ Dua, Aarti (1 August 2010). "Star maker". The Telegraph. Archived from the original on 3 February 2013. Retrieved 15 October 2010.