କାଠ ପେଚା
କାଠ ପେଚା (ଇଂରାଜୀ ଭାଷାରେ Mottled wood owl, ଜୀବବିଜ୍ଞାନ ନାମ Strix ocellata) ଭାରତରେ ପରିଲକ୍ଷିତ ଏବଂ ଆକାରରେ ସାମାନ୍ୟ ବଡ଼ ଏକ ପେଚା ପ୍ରଜାତି । ଶୁଷ୍କ କଣ୍ଟକିତ ଅରଣ୍ୟ ବା ଚାଷ ଜମି ନିକଟସ୍ଥ ପର୍ଣ୍ଣମୋଚୀ ଅରଣ୍ୟରେ କିମ୍ବା ବିଭିନ୍ନ ଉଦ୍ୟାନରେ ଏମାନେ ବାସ କରିବା ଦେଖାଯାଏ । ଭୋର ଓ ଗୋଧୂଳି ସମୟରେ ଏମାନଙ୍କ ଭୀତି ସୃଷ୍ଟିକାରୀ ଡାକରୁ ଏମାନଙ୍କୁ ଠଉରାଇ ହୁଏ । ଉଭୟ ଅଣ୍ଡିରା ଓ ମାଈ ପେଚା ଯୁଗଳରେ ବୋବାଇବା ଲକ୍ଷ୍ୟ କରାଯାଇପାରେ । ଏମାନଙ୍କଦ୍ୱାରା ସୃଷ୍ଟ ଧ୍ୱନିରେ ନିମ୍ନ ସ୍ୱରରେ ହୁ-ହୁ କରି ଡାକିବା ବା ଗାରେଇବା ପରି ଡାକିବା ମଧ୍ୟ ରହିପାରେ । ବଡ଼ ଆକାର, କାନ ପାଖରେ ଲମ୍ବା ପରର ଅନୁପସ୍ଥିତି ଓ ମୁହଁର କୁଣ୍ଡଳାକାର ଦାଗରୁ ଏମାନଙ୍କୁ ସହଜରେ ଚିହ୍ନି ହେବ ।
କାଠ ପେଚା | |
---|---|
କାଠ ପେଚା | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ବର୍ଗ: | ଷ୍ଟ୍ରିଜିଫୋର୍ମ୍ସ |
Family: | Strigidae |
Genus: | Strix |
ଜାତି: | S. ocellata |
ବାଇନୋମିଆଲ ନାମ | |
Strix ocellata ରେନେ-ପ୍ରିମେଭେର୍ ଲେସଁ (୧୮୩୯)
| |
Synonyms | |
ସିର୍ଣ୍ଣିୟମ୍ ଓସେଲାଟମ୍ (Syrnium ocellatum) |
ବିବରଣୀ
ସମ୍ପାଦନାଏହି ବଡ଼ ଆକାରର ପେଚାର କାନ ପର ନଥାଏ । ଏହି ପେଚାର ଦେହ ସାମାନ୍ୟ ଚିତ୍ରିତ । ଏହାର ଦେହର ରଙ୍ଗରେ ଲାଲ୍ ମିଶା ମାଟିଆ ଓ ଧଳା ରଙ୍ଗର ଆଧିକ୍ୟ ଦେଖିବାକୁ ମିଳେ । ଏହାର ମୁହଁରେ ଧଳା ଓ କଳା ରଙ୍ଗର କୁଣ୍ଡଳାକାର ଚିହ୍ନ ରହିଥାଏ । ଉଭୟ ମାଈ ଓ ଅଣ୍ଡିରା କାଠ ପେଚା ଦେଖିବାକୁ ଏକା ପରି । ଏମାନଙ୍କ ଥୋଡ଼ିଟି ଧଳା ରଙ୍ଗର ।[୨] ଆଖିର ପିତୁଳା କମଳା ରଙ୍ଗ ଓ ଆଖି ଡୋଳା ଗାଢ଼ ମାଟିଆ ରଙ୍ଗର ।[୩] ଲାଞ୍ଜରେ ମାଟିଆ ଓ କଳା ରଙ୍ଗର ପଟାଦାଗ ରହିଥାଏ ।[୪] ମୁହଁର ସ୍ୱତନ୍ତ୍ର କୁଣ୍ଡଳାକାର ଦାଗ ଓ ଚିତ୍ରିତ ଶରୀର ଯୋଗୁଁ ଏମାନଙ୍କୁ ଦକ୍ଷିଣ ଭାରତରେ ଦେଖାଯାଉଥିବା ଆଉ ଏକ ମାଟିଆ କାଠ ପେଚା ପ୍ରଜାତିଠାରୁ ସହଜରେ ପୃଥକ୍ ବୋଲି ଚିହ୍ନି ହୁଏ ।[୫]
ଏହି ପେଚା ପକ୍ଷୀର ତିନି ଗୋଟି ଉପପ୍ରଜାତି ଚିହ୍ନଟ ହୋଇଛି । କିନ୍ତୁ ଏହି ଉପପ୍ରଜାତିମାନଙ୍କ ଭୌଗୋଳିକ ବିତରଣରେ ବିଶେଷ ପାର୍ଥକ୍ୟ ଓ ପରିଚୟଗତ ସ୍ୱାତନ୍ତ୍ର୍ୟ ନାହିଁ ବୋଲି କୁହାଯାଇପାରିବ ।[୨]
- ଷ୍ଟ୍ରିକ୍ସ ଓସେଲାଟା ଓସେଲାଟା (S. o. ocellata) (ଲେସଁ, ୧୮୩୯) ମୁଖ୍ୟତଃ ଦକ୍ଷିଣ ଭାରତରେ ଦେଖିବାକୁ ମିଳନ୍ତି । ଏହି ଉପପ୍ରଜାତିର ଅଣ୍ଡିରା ପକ୍ଷୀମାନଙ୍କ ଡେଣାର ପ୍ରସାର (୩୩୩-୩୩୮ ମିଲିମିଟର) ଗ୍ରାଣ୍ଡିସ୍ ଉପପ୍ରଜାତି ତୁଳନାରେ କ୍ଷୁଦ୍ରତର ।
- ଷ୍ଟ୍ରିକ୍ସ ଓସେଲାଟା ଗ୍ରିସେଶେନ୍ସ (S. o. grisescens) (କୋଲ୍ଜ, ୧୯୫୦) ମୁଖ୍ୟତଃ ଉତ୍ତର ଭାରତରେ ହିମାଳୟର ଦକ୍ଷିଣ ପଟକୁ, ପାକିସ୍ତାନର ପଶ୍ଚିମ ପଟରୁ ବିହାରର ପୂର୍ବ ପର୍ଯ୍ୟନ୍ତ ଅଞ୍ଚଳରେ ଦେଖାଯାନ୍ତି । ଏମାନଙ୍କ ଦେହର ଚିତ୍ରିତ ଦାଗ ସାମାନ୍ୟ ଫିକା ଏବଂ ଅଣ୍ଡିରା ପକ୍ଷୀଙ୍କ ପ୍ରସାରିତ ଡେଣାର ବ୍ୟାପ୍ତି ପ୍ରାୟ ୩୩୮-୩୪୬ ମିଲିମିଟର ।
- ଷ୍ଟ୍ରିକ୍ସ ଓସେଲାଟା ଗ୍ରାଣ୍ଡିସ୍ (S. o. grandis) (କୋଲ୍ଜ, ୧୯୫୦) ଉପପ୍ରଜାତି ଗୁଜରାଟ ଅଞ୍ଚଳରେ ଦେଖାଯାନ୍ତି ଏବଂ ଏହି ଉପପ୍ରଜାତିର ଅଣ୍ଡିରାମାନଙ୍କ ଡେଣାର ପ୍ରସାର ପ୍ରାୟ ୩୬୦-୩୭୨ ମିଲିମିଟର ।
ଭୌଗୋଳିକ ବିତରଣ ଓ ପରିବାସ
ସମ୍ପାଦନାସମତଳ ଅଞ୍ଚଳର ଉଦ୍ୟାନ ଓ ପତଳା ଅରଣ୍ୟ ପରିବାସରେ ଏହି ପକ୍ଷୀ ବାସ କରିବା ଦେଖାଯାଏ । ଗହଳ ପତ୍ର ଥିବା ଡାଳରେ ଲୁଚି ରହି ଏମାନେ ଦିନ ବେଳା ଡାକ ପକାଇଥାନ୍ତି । ପାକିସ୍ତାନର ଲାହୋର ସହରରୁ ଏକ ନମୁନା ସଂଗ୍ରହ କରାଯାଇଥିବା ବିଷୟ ଉଲ୍ଲିଖିତ ଅଛି; କିନ୍ତୁ ନିକଟ ଅତୀତରେ ପାକିସ୍ତାନରେ ଏହି ପକ୍ଷୀ ପ୍ରଜାତି ପରିଲକ୍ଷିତ ହେବାର କୌଣସି ସୂଚନା ନାହିଁ । ପୂର୍ବ ପଟେ ଏହି ପକ୍ଷୀର ପରିବାସ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ବ୍ୟାପ୍ତ ।[୫]
ପରିସଂସ୍ଥା ଓ ବ୍ୟବହାର
ସମ୍ପାଦନାଦିନ ବେଳା କାଠ ପେଚାମାନେ ଯୋଡ଼ା ହୋଇ ବସି ରାବିଥାନ୍ତି । ଦିନ ସମୟରେ ଏମାନେ ଘଞ୍ଚ ପତ୍ର ଗହଳରେ ବସି ରହିବା ପସନ୍ଦ କରିଥାନ୍ତି; କିନ୍ତୁ କୌଣସି ଆଶଙ୍କା ସୃଷ୍ଟି ହେଲେ ଏମାନେ ଦିନ ବେଳେ ଉଡ଼ି ବୁଲିବା ମଧ୍ୟ ଦେଖାଯାଏ । ଏମାନଙ୍କ ଚୁହ୍ୱା-ଆ ରାବ ମନରେ ଭୀତି ସୃଷ୍ଟି କରିପାରେ । ଉଭୟ ଅଣ୍ଡିରା ଓ ମାଈ ପେଚା ଯୁଗଳରେ ଏହି ରାବ ସୃଷ୍ଟି କରନ୍ତି । ଅଣ୍ଡିରା ପକ୍ଷୀ ପ୍ରଥମ ଦୁଇଥର ଡାକ ଦେଇ ସାରିବା ପରେ ମାଈ ପକ୍ଷୀ କ୍ଷୁଦ୍ରତର ରାବ ପକାଉଥାଏ ।[୫] ନଭେମ୍ବର ମାସ ଏମାନଙ୍କ ମିଳନ ଋତୁ ଓ ଏହି ସମୟରେ ପେଚା ଯୁଗଳଙ୍କ ଡାକ ଅଧିକ ଶୁଣାଯାଏ । ଫେବୃଆରୀରୁ ନେଇ ଅପ୍ରେଲ ମାସ ପର୍ଯ୍ୟନ୍ତ ଏମାନେ ବସା ବାନ୍ଧିବାର ଦେଖିବାକୁ ମିଳେ ।[୫] ଲକ୍ଷ୍ମୀ ପେଚା ପରି ଏମାନେ ମଧ୍ୟ ଗାରେଇବା ପରି ବା ହୁ-ହୁ କରି ଡାକ ପକାଇଥାନ୍ତି । ଗଛର କୋରଡ଼ରେ ଏମାନେ ନିଜର ବସା ତିଆରି କରିଥାନ୍ତି ଓ ମାଈ ପେଚା ନିଜ ବସାରେ ୨-୩ଟି ଧଳା ରଙ୍ଗର ଅଣ୍ଡା ଦେବା ଦେଖାଯାଏ ।[୨] ବିଭିନ୍ନ ଗୁଣ୍ଡୁଚି ମୂଷା, ମୂଷା ଓ କ୍ଷୁଦ୍ରାକୃତି ସ୍ତନ୍ୟପାୟୀ ପ୍ରାଣୀ ଏହି ପେଚାଙ୍କ ମୁଖ୍ୟ ଆହାର ।[୩]
ସଂସ୍କୃତିରେ କାଠପେଚା
ସମ୍ପାଦନାକେରଳର ବିଭିନ୍ନ ସ୍ଥାନରେ କାଠ ପେଚାର ଭୀତି ପ୍ରଦାୟକ ଡାକକୁ ଅତୃପ୍ତ ଆତ୍ମାମାନଙ୍କ ଡାକ ବୋଲି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହିଛି । ଏମାନଙ୍କ ଡାକ କେରଳର ଲୋକମାନଙ୍କୁ ପୋୱା - ଆଆ ପରି ଶୁଣାଯାଏ, ମାଲାୟାଲମ୍ ଭାଷାରେ ଯାହାର ଅର୍ଥ “ଚାଲ ଯିବା” । ଏହା ପ୍ରେତାତ୍ମାମାନଙ୍କ ଡାକରା ବୋଲି ଭ୍ରମ ଧାରଣା ରହିଛି ।[୬]
ଆଧାର
ସମ୍ପାଦନା- ↑ BirdLife International (2012). "Strix ocellata". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ ୨.୦ ୨.୧ ୨.୨ Ali, S & SD Ripley (1981). Handbook of the Birds of India and Pakistan. Volume 3 (2nd ed.). pp. 304–307.
- ↑ ୩.୦ ୩.୧ Blanford WT (1895). The Fauna of British India, Including Ceylon and Burma. Birds. Volume 3. Taylor and Francis, London. pp. 277–278.
- ↑ Baker, ECS (1927). The Fauna of British India, Including Ceylon and Burma. Birds. Volume 4 (2nd ed.). Taylor and Francis, London. pp. 402–403.
- ↑ ୫.୦ ୫.୧ ୫.୨ ୫.୩ Rasmussen PC & JC Anderton (2005). Birds of South Asia. The Ripley Guide. Volume 2. Smithsonian Institution and Lynx Edicions. p. 242.
- ↑ Vijayaraghavan, B (1986). "Owl beliefs". Newsletter for Birdwatchers. 38 (3): 54–55.