ମହମ୍ମଦ ମୁଜାଫର ହୁସେନ ଖାନ
ମହମ୍ମଦ ମୁଜାଫର ହୁସେନ ଖାନ (୧ ଅପ୍ରେଲ ୧୯୪୬ – ୨୧ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମହମ୍ମଦ ମୁଜାଫର ହୁସେନ ଖାନ | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ମୂରଲୀଧର ଗୁରୁ |
ପର ଅଧିକାରୀ | ଅନଙ୍ଗ ଉଦୟ ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅପ୍ରେଲ ୧୯୪୬ |
ମୃତ୍ୟୁ | ୨୧ ଡିସେମ୍ବର ୨୦୦୫ | (ବୟସ ୫୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସଲତାନା ବେଗମ |
ବାପା/ବୋଉ | ମକବୁଲ୍ ହୁସେନ୍ ଖାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାମହମ୍ମଦ ମୁଜାଫର ହୁସେନ ଖାନ ୧୯୪୬ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମକବୁଲ୍ ହୁସେନ୍ ଖାନ ଏବଂ ପତ୍ନୀଙ୍କ ନାମ ସଲତାନା ବେଗମ।[୧]
ରାଜନୈତିକ ଜୀବନ
ସମ୍ପାଦନାମହମ୍ମଦ ମୁଜାଫର ହୁସେନ ଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୮୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାମହମ୍ମଦ ମୁଜାଫର ହୁସେନ ଖାନ ୨୦୦୫ ମସିହାର ଡିସେମ୍ବର ୨୧ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Mahmmed Muzafer Hussain Khan". odishaassembly.nic.in. Odisha Assembly. Retrieved 15 October 2021.