ଅଙ୍କୁଶକୃମି
ଅଙ୍କୁଶକୃମି (ହୁକ୍ୱାର୍ମ/ hookworm) ଏକ ପ୍ରକାର ଗୋଲକୃମି (roundworm) ଓ ଅନ୍ତ୍ରନଳୀ ପରଜୀବୀ, ଇଂରାଜୀରେ ତାହାକୁ ନେମାଟୋଡ Nematode ଦଳରେ ଅନ୍ତର୍ଭୁକ୍ତ କରାଯାଏ ।[୧][୪] ଏହି ରୋଗ ଆରମ୍ଭ ସମୟରେ ସାମାନ୍ୟ ଗଲୁ ଓ ରାସ ଦେଖାଯାଏ ।[୧] ଏହା ଆଶ୍ରୟଦାତାର ବା ହୋଷ୍ଟର କ୍ଷୁଦ୍ର ଅନ୍ତ୍ରନଳୀରେ ବାସ କରେ, ଏହି ହୋଷ୍ଟମାନେ ସ୍ତନ୍ୟପାୟୀ ଜୀବ ଯଥା ମଣିଷ, କୁକୁର ବା ବିଲେଇ ହୋଇପାରନ୍ତି । ଅନେକ ଗୁଡ଼ିଏ କୃମିଦ୍ୱାରା ଆକ୍ରାନ୍ତ ହେଲେ ପେଟ ଯନ୍ତ୍ରଣା (abdominal pain), ତରଳ ଝାଡ଼ା, ଓଜନ ହ୍ରାସ, ଥକ୍କା ଅନୁଭବ ହୋଇପାରେ ।[୧] ଶିଶୁର ମାନସିକ ତଥା ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇପାରେ ।[୧] ଆନିମିଆ ହୋଇପାରେ ।[୧]
ଅଙ୍କୁଶକୃମି ସଂକ୍ରମଣ/ Hookworm infection | |
---|---|
ହୁକୱାର୍ମ ରୋଗ/ Hookworm disease | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଗଲୁ, ସ୍ଥାନୀୟ ରାସ୍, ପେଟ ଯନ୍ତ୍ରଣା ଓ ତରଳ ଝାଡ଼ା ।[୧] |
କାରଣ | ଆଙ୍କିଲୋସ୍ଟୋମା ଡୁଓଡେନେଲ/ (Ancylostoma duodenale), ନେକାଟର ଆମେରିକାନ୍ସ (Necator americanus)[୧] |
ବିପଦ କାରକ | ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ହୋଇପାରେ ।[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମଳ ନମୁନା (Stool sample)[୧] |
ପ୍ରତିକାର | ଖାଲି ପାଦରେ ନଚାଲିବା, ଖୋଲା ପଡ଼ିଆରେ (outdoor defecation) ମଳତ୍ୟାଗ ବନ୍ଦ ।[୧] |
ଔଷଧ | ଆଲବେଣ୍ଡାଜୋଲ, ମେବେଣ୍ଡାଜୋଲ, ଲୌହ ପରିପୂରକ[୨] |
ପୁନଃପୌନିକ | ସନ ୨୦୧୫ରେ ୪୨୮ ନିୟୁତ[୩] |
ଦୁଇ ପ୍ରକାର ଅଙ୍କୁଶକୃମି ସାଧାରଣତଃ ମନୁଷ୍ୟ ଦେହରେ ଦେଖାଯାଆନ୍ତି, ଯଥା:- ଆଙ୍କିଲୋସ୍ଟୋମା ଡୁଓଡେନେଲ (Ancylostoma duodenale) ପ ନେକାଟର ଆମେରିକାନ୍ସ (Necator americanus)[୧] ।ପ୍ରଥମଟି ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଭାରତ ଓ ଦ୍ୱିତୀୟଟି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣପୂର୍ବ ଏସିଆ, ଚୀନ ଓ ଇଣ୍ଡୋନେସିଆରେ ଦେଖାଯାଆନ୍ତି । ଅଙ୍କୁଶ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରେ ଦେଖାଯାଏ ।[୧] ଏହାର ଅଣ୍ଡାରୁ ଅପରିପକ୍ୱ ଲାର୍ଭା (immature worms) ବାହାରି ମାନବ ଚର୍ମକୁ ଫୁଟେଇ ପଶିଯାଆନ୍ତି ।[୧] ପରଜୀବୀ ଅପମିଶ୍ରିତ ଖାଦ୍ୟ ମାଧ୍ୟମରେ ମଧ୍ୟ ଏହି ରୋଗ ବ୍ୟାପେ ।[୧] ଉଷ୍ମ ଜଳବାୟୁ (warm climates) ଥିବା ସ୍ଥାନରେ ପରିମଳ (sanitation) ଅବ୍ୟବସ୍ଥା ଥାଇ ଖାଲି ପାଦରେ ଚାଲିଲେ ଏହି ରୋଗ ସମ୍ଭାବନା ରହେ ।[୧] ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ମଳ ନମୁନାରେ ଲାର୍ଭା ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ଆଙ୍କିଲୋଷ୍ଟୋମା କ୍ୟାନିଅମ୍ ମନୁଷ୍ୟକୁ ଆକ୍ରମଣ କରିପାରେ ଓ ଅଷ୍ଟେଲିଆର ବ୍ରିସ୍ବେନ୍ଠାରେ ୧୯୮୮ରୁ ୧୯୯୨ ମସିହା ମଧ୍ୟରେ ୧୫୦ ଜଣ ମନୁଷ୍ୟଙ୍କୁ ଆକ୍ରମଣ କରିଥିଲା ।[୫]
ଜିଆ ବା ରାଉଣ୍ଡୱର୍ମ ଅପେକ୍ଷା ଅଙ୍କୁଶକୃମି ଆକାରରେ ଛୋଟ । ଏହି ଅଙ୍କୁଶକୃମି ସଂକ୍ରମଣ ଯୋଗୁ ଦେହର ଲୌହ ଅଂଶ ଓ ପୁଷ୍ଟିସାର କ୍ଷୟ ଯୋଗୁ ରୋଗୀର ଆନିମିଆ ହୁଏ । ଅଙ୍କୁଶକୃମି ବହୁତ ତୃଷାର୍ତ୍ତ ଭଳି ରକ୍ତ ଶୋଷିନିଏ ଓ ଅନ୍ତନଳୀର ମ୍ୟୁକୋସାକୁ ନଷ୍ଟ କରିଦିଏ, କିନ୍ତୁ ମଳରେ ଏହି ରକ୍ତ ଦେଖାଯାଏ ନାହିଁ ।
ରୋଗ ଦେଖାଯାଉଥିବା ସ୍ଥାନରେ ଖାଲି ପାଦରେ ନଚାଲିଲେ ପ୍ରତିଷେଧ ହୋଇପାରିବ ।[୧] ପଡ଼ିଆରେ (outdoor defecation) ଖାଲି ପାଦରେ ଯାଇ ମଳତ୍ୟାଗ ନ କରିବା, ମଳ ଭଳି ଜିନିଷ ସାର (fertilizer) ଭାବରେ ବ୍ୟବହାର ବନ୍ଦ କରିବା ଓ ସାମୂହିକ ଅଙ୍କୁଶ କୃମି ନାଶକ (mass deworming) ବ୍ୟବହାର କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[୧] ରୋଗୀକୁ ଆଲବେଣ୍ଡାଜୋଲ ବା ମେବେଣ୍ଡାଜୋଲ ଔଷଧ ଏକରୁ ତିନି ଦିନ ପର୍ଯ୍ୟନ୍ତ ଦିଆଯାଏ ।[୨] ଆନିମିଆ ହେଉଥିଲେ ଲୌହ ପରିପୂରକ ଦିଆଯାଏ ।[୨]
ସନ ୨୦୧୫ରେ ଏହି ରୋଗରେ ପ୍ରାୟ ୪୨୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[୩] ପିଲା ଓ ବଡ଼ ମଣିଷଙ୍କୁ ଅତ୍ୟଧିକ ସଂକ୍ରମଣ ହୋଇପାରେ କିନ୍ତୁ ବଡ଼ ମଣିଷ କମ୍ ଆକ୍ରାନ୍ତ ହୁଅନ୍ତି ।[୬] ଏହା କ୍ୱଚିତ୍ ଘାତକ ହୁଏ ।[୭] ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।[୮]
ଚିହ୍ନ ଓ ଲକ୍ଷଣ
ସମ୍ପାଦନାଅଙ୍କୁଶକୃମି ସଂକ୍ରମଣରେ କୌଣସି ନିର୍ଦ୍ଦିଷ୍ଟ ଚିହ୍ନ ବା ଲକ୍ଷଣ ଦେଖାଯାଏ ନାହିଁ । ଅନ୍ତନଳୀ ପ୍ରଦାହ ଓ ବର୍ଦ୍ଧନଶୀଳ ପ୍ରୋଟିନ୍/ଲୌହ ଅଭାବ ଜନିତ ଆନିମିଆ ଦେଖାଯାଏ । ଏହାର ଲାର୍ଭା ଚର୍ମରେ ବିଶେଷତଃ ପାଦ ବା ଗୋଡ଼ର ନିମ୍ନ ଭାଗରେ ରହିଲେ ଲାର୍ଭା ଥିବା ସ୍ଥାନରେ ପ୍ରବଳ ଗଲୁ ହୁଏ । ଏହା ପୋକ କାମୁଡ଼ା ଭଳି ଦେଖାଯାଏ, ଫୋଟକା ହୁଏ ଓ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହେ ।
ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ ଓ ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ରୋଗୀର ସମୟ ସମୟରେ କାଶ, ଛାତି ଯନ୍ତ୍ରଣା ସହ ସଁସଁ ଶବ୍ଦ ବାହାରେ ଓ ଏହା ଅତ୍ୟଧିକ ଲାର୍ଭା ଥିଲେ ହୁଏ । ଏପିଗ୍ୟାସ୍ଟ୍ରିକ ଯନ୍ତ୍ରଣା, ବଦହଜମୀ, ଓକାଳ ଲାଗିବା, କଠିନ ଝାଡ଼ା ଓ ତରଳ ଝାଡ଼ା ହୋଇପାରେ । ପେଟ ଲକ୍ଷଣ ସମୟକ୍ରମେ ଉନ୍ନତି କରେ । ରୋଗ ଅଗ୍ରଗତି କଲେ ଆନିମିଆ, ପ୍ରୋଟିନ ଅଭାବ, ଇମାସିଏସନ୍, ହୃତ୍ପିଣ୍ଡ ଫେଲ ଓ ପେଟ ଫୁଲି ଆସାଇଟିସ୍ ରୋଗ ହୁଏ ।
ବିକାରୀ ଶରୀର କ୍ରିୟା
ସମ୍ପାଦନାଆକୃତି
ସମ୍ପାଦନାଆଙ୍କିଲୋସ୍ଟୋମା ଡୁଓଡେନେଲ୍ ପୋକ ଦେଖିବାକୁ ପାଉଁଶିଆ ଧଳା କିମ୍ବା ପିଙ୍କ ରଙ୍ଗର, ମୁଣ୍ଡ ଦେହଠାରୁ ସାମାନ୍ୟ ବଙ୍କା । ଏହି ବଙ୍କା ଗଠନ ହୁକ୍ (hook) ଭଳି ଦେଖାଯାଉଥିବା ଯୋଗୁ ଏହାକୁ ଇଂରାଜୀରେ ହୁକ୍ୱର୍ମ (Hookworm) କୁହାଯାଏ । ଏହାର ମୁହଁ ଭଲ ଭାବରେ ଗଠିତ ଓ ଦୁଇ ଧାଡ଼ି ଦାନ୍ତ ଥାଏ । ଅଣ୍ଡିରା ପୋକର ଆକାର ୧ ସେ.ମି. X୦.୫ ମି.ମି. ଓ ଏହାର କୋପୁଲଟରି ବର୍ସା ଥାଏ[୯] କିନ୍ତୁ ମାଈ ଏହାଠାରୁ ଦୀର୍ଘ ଓ ମୋଟା ।
ଆଙ୍କିଲୋସ୍ଟୋମା ଆମେରିକାନସ୍ର ଆକାର ପ୍ରାୟ ସମାନ, ଅଣ୍ଡିରାର ଲମ୍ବ ୫ ରୋ ୯ ମି.ମି. ଲମ୍ବ ଓ ମାଈ ପ୍ରାୟ ୧ ସେ.ମି. ଲମ୍ବ । ଏହାର ଦାନ୍ତ ନ ଥାଇ ଗୋଟିଏ ଜୋଡ଼ା କତୁରି ପ୍ଲେଟ (cutting plates) ଥାଏ । ଏହାର ହୁକ ଆକାର ଅଧିକ ସ୍ପଷ୍ଟ ।[୯]
ନିଦାନ ଶାସ୍ତ୍ର
ସମ୍ପାଦନାଅଙ୍କୁଶକୃମି ସଂକ୍ରମଣ ଲକ୍ଷଣବିହୀନ ବୋଲି ଧରାଯାଏ, କିନ୍ତୁ ୧୯୬୨ ମସିହାରେ ନର୍ମାନ ସ୍ଟଲ (Norman Stoll) ଏହାକୁ ଶବ୍ଦହୀନ ଆକ୍ରମଣକାରୀ ବୋଲି ଅଭିହିତ କରିଥିଲେ । ସଂକ୍ରମଣ ପରେ ପରେ ଗ୍ରାଉଣ୍ଡ-ଗଲୁ ଅନୁଭୁତ ହୁଏ ଅର୍ଥାତ୍ ପୋକ ଦେହକୁ ପଶିଥିବା ସ୍ଥାନରେ ଆଲର୍ଜୀ ହୁଏ ଓ ଏହା ଆମେରିକାନସ୍ ପୋକରେ ଅଧିକ ଦେଖାଯାଏ ।
ଜୀବନ ଚକ୍ର
ସମ୍ପାଦନାଯେଉଁ ସ୍ଥାନମାନଙ୍କରେ ଗରିବ ଲୋକମାନେ ପଡ଼ିଆରେ ମଳତ୍ୟାଗ କରନ୍ତି, ସେହି ସ୍ଥାନ ମାନଙ୍କରେ ମାଟିରେ ଅଙ୍କୁଶକୃମି ଅଣ୍ଡା ମଳରୁ ଯାଇ ମାଟିରେ ମିଶିଯାଏ । ମାଟିର ଉତ୍ତାପ ୧୮୦ରୁ ଅଧିକ ଥିବା ସ୍ଥାନରେ ଅଣ୍ଡା ଓ ଲାର୍ଭା ରହନ୍ତି । ଶୁଖିଲା ସ୍ଥାନରେ ଓ ସିଧା ସୂର୍ଯ୍ୟାଲିକରେ ସେମାନେ ମରିଯାଆନ୍ତି । ସାଧାରଣତଃ ବାଲିଆ ମାଟି ତଥା ବାଲି, ପଟୁ ଓ କାଦୁଆ ମିଶା ମାଟିରେ ରହନ୍ତି । ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।
ମାଟିରେ ଅଣ୍ଡା ଫୁଟି ଅଣସଂକ୍ରମଣକାରୀ ପ୍ରଥମ ସ୍ଟେଜ ଲାର୍ଭା (L1. L2) ବାହାରି ମାଟିରେ ଥିବା ଜୀବଙ୍କୁ ଖାଆନ୍ତି ଓ ପରେ ମୋଲ୍ଟ ହୋଇ ୨ୟ ସ୍ଟେଜ ଲାର୍ଭା (L2.L2)ରେ ପରିଣତ ହୁଅନ୍ତି । ଏହାର ୭ ଦିନ ପରେ ଏହା ସଂକ୍ରମଣକାରୀ ୩ୟ ସ୍ଟେଜ ଲାର୍ଭାରେ ପରିଣତ ହୋଇ ଭୂମି ଉପରକୁ ଆସି ରହନ୍ତି । ଏହି ସ୍ଟେଜର ଲାର୍ଭା ମାଟିର ଖାଦ୍ୟ ଗ୍ରହଣ କରେ ନାହିଁ । ଅଙ୍କୁଶକୃମି ସଂକ୍ରମଣ ଅଣ୍ଡାଦ୍ୱାରା ନ ହୋଇ ଲାର୍ଭାଦ୍ୱାରା ହୁଏ ଓ ଖାଦ୍ୟ ମାଧ୍ୟମରେ ମଧ୍ୟ ହୋଇପାରେ । ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି । ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍ଫୁସ୍ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।[୧୦]
ବୟସ୍କ ଆଙ୍କିଲୋସ୍ଟୋମା କେବଳ ୬ ମାସ ବଞ୍ଚନ୍ତି । ଲାର୍ଭା ଦେହରେ ସୁପ୍ତ ଅବସ୍ଥାରେ ଷ୍ଟୋର ହୋଇ ରହି ପାରନ୍ତି ଓ ପରେ ବାହାରି ବହୁ ବର୍ଷ ଧରି ରୋଗ କରେଇ ପାରନ୍ତି । ଏହା ଫଳରେ ଋତୁ ବାରି ରୋଗ ହୁଏ । ହୋଷ୍ଟ ଦେହରେ ଅଣ୍ଡିରା ଓ ମାଈ ପୋକ ସଙ୍ଗମ ପରେ ମାଈ ଦୈନିକ ୩୦,୦୦୦ ଅଣ୍ଡା ଦିଏ ଓ ୧୮ରୁ ୫୪ ନିୟୁତ ଅଣ୍ଡା ଜୀବନ କାଳ ମଧ୍ୟରେ ଦିଏ । ଏହି ଅଣ୍ଡା ଫୁଟି ବୟସ୍କ ଅବସ୍ଥାକୁ ଆସିବାକୁ ୫ରୁ ୭ ସପ୍ତାହ ଲାଗ । ଏଣୁ ରୋଗୀର ପ୍ରାଥମିକ ଅବସ୍ଥାରେ ମଳରେ ଅଣ୍ଡା ଆସେ ନାହିଁ, ତେଣୁ ରୋଗ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୁଏ । ଏହି ଅଣ୍ଡା ଫୁଟି ମାଟିରେ ଲାର୍ଭା ହେବାକୁ କିଛି ଦିନ ଲାଗେ ଓ ଜୀବନ ଚକ୍ର ନୂଆରେ ଆରମ୍ଭ ହୁଏ ।[୧୧]
ରୋଗପୁଷ୍ଟି ସମୟ
ସମ୍ପାଦନାସଂକ୍ରମଣ କରୁଥିବା ଲାର୍ଭା ସଂଖ୍ୟା ଅନୁପାତରେ ରୋଗପୁଷ୍ଟି ସମୟ ବା ଇକ୍ୟୁବେସନ ପିରିଅଡ କିଛି ସପ୍ତାହରୁ କିଛି ମାସ ଲାଗେ ।[୧୨]
ରୋଗ ନିର୍ଣ୍ଣୟ
ସମ୍ପାଦନାଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ରୋଗୀର ମଳ ପରୀକ୍ଷା କରି ତାହା ମଧ୍ୟରେ ଉଷୁମ ଅଣ୍ଡା ପାଇଲେ ଏହି ରୋଗ ନିର୍ଣ୍ଣୟ ହୁଏ କିନ୍ତୁ ଏହା ପ୍ରାରମ୍ଭିକ ଅବସ୍ଥାରେ ମିଳେ ନାହିଁ । ଅଙ୍କୁଶ କୃମିର ଆକାର ଅଣ୍ଡା ଅଣ୍ଡାକୃତି ବା ଏଲିପ୍ଟିକାଲ ଥାଏ, ମାପ ୬0 µm X ୪0 µm, ରଙ୍ଗହୀନ, ପିତ୍ତ ଜଡ଼ିତ ନୁହେଁ ଓ ତାହାର ଗୋଟିଏ ପତଳା ହ୍ୟାଲିନ କୋଷ ପରଦା(hyaline shell membrane) ଥାଏ । ଅନ୍ତନଳୀରେ ଏହା ପୋକ ଶରୀରରୁ ଏହା ନିର୍ଗତ ହେବା ସମୟରେ ଅଣ୍ଡାର ବିଭାଗ ବା ସେଗମେଣ୍ଟ ନ ଥାଏ । ଅନ୍ତନଳୀ ଭିତରେ ଏହା ଗତି କରିବା ସମୟରେ ଏହାର ସେଗମେଣ୍ଟ ତିଆରି ହୁଏ ଓ ଏଥିରେ ୪ରୁ ୮ ବ୍ଲାସ୍ଟୋମିଅର ଥାଏ । ଅଣ୍ଡାଗୁଡ଼ିକ ଏହା ପ୍ରକାର ଦେଖାଯାଏ ଓ ସେଥିରୁ ଲାର୍ଭା ନ ବାହାରିଲା ଯାଏ କେଉଁ ପ୍ରକାର କୃମି ତାହା ଅଣୁବୀକ୍ଷଣ ଯନ୍ତ୍ରରେ ଜାଣିହୁଏ ନାହିଁ ।
ସାମ୍ପ୍ରତିକ ଗବେଷଣାଦ୍ୱାରା ଡି.ଏନ.ଏ ଆଧାରଯୁକ୍ତ ଟୁଲ ବ୍ୟବହାର କରି ବିଭିନ୍ନ ପ୍ରକାରର ଅଙ୍କୁଶକୃମି ଓ ସେମାନଙ୍କର ଜେନେଟିକ ଭାରିଏସନ ଚିହ୍ନିବାକୁ ଚେଷ୍ଟା ଚାଲିଛି ।[୧୩] ଏହି ଅଣ୍ଡାଗୁଡ଼ିକ ଅନେକ ସମୟରେ ଅନ୍ୟ ପରଜୀବୀ ଅଣ୍ଡାଠାରୁ ମଧ୍ୟ ପୃଥକ ଜଣାପଡ଼େ ନାହିଁ । ନିଧାର୍ଯ୍ୟ ନିର୍ଣ୍ଣୟ ନିମନ୍ତେ ପି.ସି.ଆର. ଆସେ ପ୍ରୟୋଗ ଚେଷ୍ଟା ଚାଲିଛି ।[୧୩][୧୪]
ପ୍ରତିଷେଧ
ସମ୍ପାଦନାଓଦା, ବାଲୁକାମୟ ମଇଳା ମାଟିରେ ସଂକ୍ରମଣକାରୀ ଲାର୍ଭା ବଞ୍ଚିପାରନ୍ତି; କାଦୁଆ ଓ ଖତ ବା ନାଳପାଖ ଜାଗାରେ ରହିପାରନ୍ତି ନାହିଁ । ଏଣୁ ସତର୍କତା ଅବଲମ୍ବନ କରିବା ନିମନ୍ତେ କେତେକ ଉପାୟ ଦିଆଗଲା
- ପାଇଖାନା ବ୍ୟତୀତ ଅନ୍ୟ ଜାଗାରେ ମଳତ୍ୟାକ କରନ୍ତୁ ନାହିଁ ।
- କୃଷି କାମରେ ମାନବ ମଳ ମିଶ୍ରିତ ସାର ବ୍ୟବହାର କରନ୍ତୁ ନାହିଁ ।
- ଖାଲି ପାଦରେ ସଂକ୍ରମଣ ଶଂସୟ ଜାଗାରେ ଚଲାବୁଲା କରନ୍ତୁ ନାହିଁ ।
- କୁକୁର ପାଳିଥିଲେ ଡିୱର୍ମ କରନ୍ତୁ ।
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "CDC - Hookworm - General Information - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). 16 December 2014. Archived from the original on 22 April 2017. Retrieved 22 April 2017.
- ↑ ୨.୦ ୨.୧ ୨.୨ "CDC - Hookworm - Treatment". www.cdc.gov (in ଆମେରିକୀୟ ଇଂରାଜୀ). 10 January 2013. Archived from the original on 23 April 2017. Retrieved 22 April 2017.
- ↑ ୩.୦ ୩.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Prevention, CDC - Centers for Disease Control and. "CDC - Hookworm - Biology". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 21 June 2017. Retrieved 21 June 2017.
- ↑ Croese J, Loukas A, Opdebeeck J, Fairley S, Prociv P (March 1994). "Human enteric infection with canine hookworms". Ann. Intern. Med. 120 (5): 369–74. doi:10.7326/0003-4819-120-5-199403010-00003. PMID 8304653.
{{cite journal}}
: CS1 maint: multiple names: authors list (link)[permanent dead link] - ↑ "CDC - Hookworm - Disease". www.cdc.gov (in ଆମେରିକୀୟ ଇଂରାଜୀ). 10 January 2013. Archived from the original on 23 April 2017. Retrieved 22 April 2017.
- ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Neglected Tropical Diseases". cdc.gov. June 6, 2011. Archived from the original on 4 December 2014. Retrieved 28 November 2014.
- ↑ ୯.୦ ୯.୧ Markell, Edward K.; John, David C.; Petri, William H. (2006). Markell and Voge's medical parasitology (9th ed.). St. Louis, Mo: Elsevier Saunders. ISBN 0-7216-4793-6.
{{cite book}}
: CS1 maint: multiple names: authors list (link) - ↑ "CDC Factsheet: Hookworm", accessed September 29, 2008
- ↑ Hawdon JM, Hotez PJ (October 1996). "Hookworm: developmental biology of the infectious process". Curr. Opin. Genet. Dev. 6 (5): 618–23. doi:10.1016/S0959-437X(96)80092-X. PMID 8939719.
- ↑ "Hookworms." The Center for Food Security and Public Health. May 2005. Iowa State University
- ↑ ୧୩.୦ ୧୩.୧ Gasser RB, Cantacessi C, Campbell BE (January 2009). "Improved molecular diagnostic tools for human hookworms". Expert Rev. Mol. Diagn. 9 (1): 17–21. doi:10.1586/14737159.9.1.17. PMID 19099345.
{{cite journal}}
: CS1 maint: multiple names: authors list (link) - ↑ Yong TS, Lee JH, Sim S,; et al. (March 2007). "Differential diagnosis of Trichostrongylus and hookworm eggs via PCR using ITS-1 sequence". The Korean Journal of Parasitology. 45 (1): 69–74. doi:10.3347/kjp.2007.45.1.69. PMC 2526333. PMID 17374982.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link)
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ |
---|
- CDC Department of Parasitic Diseases images of the hookworm life cycle Archived 2009-12-24 at the Wayback Machine.
- Centers for Disease Control and Prevention
- Dog hookworm (Ancylostoma caninum) at MetaPathogen: facts, life cycle, references Archived 2010-08-30 at the Wayback Machine.
- Human hookworms (Ancylostoma duodenale and Necator americanus) at MetaPathogen: facts, life cycle, references Archived 2009-07-09 at the Wayback Machine.