ଆଇଜିଏ ନେଫ୍ରୋପାଥି
ଆଇଜିଏ ନେଫ୍ରୋପାଥି (ବା ଆଇଜିଏଏନ/ IgAN ), ଯାହା ବର୍ଗର ରୋଗ ଭାବରେ ମଧ୍ୟ ଜଣାଶୁଣା, ଏକ ବୃକ୍କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ ।[୧] ପ୍ରାରମ୍ଭରେ ସାଧାରଣତ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ଏହି ରୋଗ ଆଗେଇ ଗଲେ ଫେଣଯୁକ୍ତ ରକ୍ତ ମିଶ୍ରିତ ପରିସ୍ରା ହୋଇପାରେ ।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ଗୋଡ଼ର ଇଡିମା ହୋଇପାରେ ।[୧] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍କ ବିଫଳତା, ହୃଦ ରୋଗ ଏବଂ ହେନୋକ-ସୁନଲାଇନ ପୁରପୁରା ହୋଇପାରେ ।[୧]
IgA nephropathy | |
---|---|
IgA nephritis, Berger's disease, synpharyngitic glomerulonephritis | |
ଉଚ୍ଚାରଣ |
|
ବିଭାଗ | Nephrology |
ଲକ୍ଷଣ | None, blood in the urine, foamy urine, swelling of the legs[୧] |
ଆକ୍ରାନ୍ତ ସମୟ | Late childhood to late 30s[୧] |
ଅବଧି | Long term[୨] |
କାରଣ | Autoimmune disease[୨] |
ବିପଦ କାରକ | Family history, HIV/AIDS, and hepatitis[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on blood and urine tests, confirmed by a kidney biopsy[୧] |
ସଠିକ ରୋଗ ନିର୍ଣ୍ଣୟ | Lupus nephritis, nephrotic syndrome, membranoproliferative glomerulonephritis, Henoch-Schönlein purpura[୨] |
ପ୍ରତିକାର | None[୨] |
ଚିକିତ୍ସା | Immunosuppressants, blood pressure medication, kidney transplant[୨] |
Prognosis | Often good[୨] |
ପୁନଃପୌନିକ | Relatively common[୧] |
ରୋଗ ପାରିବାରିକ ଇତିହାସ ଥିଲେ, ଏଚ୍.ଆଇ.ଭି/ଏଡସ୍ ଏବଂ ହେପାଟାଇଟିସ୍ ଥିଲେ ଏହି ରୋଗ ସଙ୍କଟ ରହେ ।[୧] [୨] ଏହାର ଅନ୍ତର୍ନିହିତ ପ୍ରଣାଳୀ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ଆଣ୍ଟିବଡି ସହିତ ଆଇଜିଏ ଅନୁବନ୍ଧିତ ହୋଇ ଇମ୍ୟୁନ କମ୍ପ୍ଲେକ୍ସ ତିଆରି କରିଥାଏ ।[୧] ଏହି କମ୍ପ୍ଲେକ୍ସଗୁଡ଼ିକ ଗଠନ ହୋଇଗଲେ ବୃକ୍କରେ ପ୍ରଦାହ ହୁଏ ।[୧] ଏକ ସଂକ୍ରାମକ ରୋଗଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ।[୨] ରକ୍ତ ଏବଂ ପରିସ୍ରା ପରୀକ୍ଷା ଉପରେ ଆଧାର କରି ରୋଗ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବୃକ୍କ ବାୟୋପସିଦ୍ୱାରା ରୋଗ ନିଶ୍ଚିତ କରାଯାଏ ।[୧]
ଏହି ରୋଗ ଆରୋଗ୍ୟସାଧ୍ୟ ନଥିବା ବେଳେ ଚିକିତ୍ସାରେ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରିବା ପାଇଁ କର୍ଟିକୋଷ୍ଟିରଏଡ କିମ୍ବା ସାଇକ୍ଲୋଫୋସଫାମାଇଡ ଭଳି ଔଷଧ ଦିଆଯାଇଥାଏ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ରକ୍ତଚାପ ନିୟନ୍ତ୍ରଣ ନିୟନ୍ତ୍ରଣ ନିମନ୍ତେ ଏସିଇ ଇନହିବିଟର ଏବଂ ଦେହରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବା ପାଇଁ ଡାଇୟୁରେଟିକ୍ ବ୍ୟବହାର କରାଯାଇପାରେ ।[୧] ବୃକ୍କ ଫେଲ ଥିବା ଲୋକଙ୍କ ପାଇଁ ବୃକ୍କ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ ।[୨] ଫଳାଫଳ ପ୍ରାୟ ଭଲ ହୋଇଥାଏ ।[୨]
ଆଇଏ ନେଫ୍ରୋପାଥି ହେଉଛି କିଡନୀ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ ।[୧] ଏହାର ଆରମ୍ଭ ସାଧାରଣତଃ ପିଲାଦିନରୁ ୩୦ ଦଶକ ପର୍ଯ୍ୟନ୍ତ ହୋଇଥାଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏସିଆ ଲୋକ ଏବଂ ଧଳା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୯୬୮ ମସିହାରେ ଜଣେ ଫେନ୍ସ ପାଥୋଲୋଜିଷ୍ଟ ଜିନ ବର୍ଗଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।[୨] [୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ "IgA Nephropathy | NIDDK". National Institute of Diabetes and Digestive and Kidney Diseases. Archived from the original on 22 January 2021. Retrieved 23 January 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Rawla, P; Limaiem, F (January 2020). "IgA Nephropathy". PMID 30855802.
{{cite journal}}
: Cite journal requires|journal=
(help) - ↑ Howie, Alec J. (2007). Handbook of Renal Biopsy Pathology (in ଇଂରାଜୀ). Springer Science & Business Media. p. 236. ISBN 978-0-387-74605-0. Archived from the original on 2021-08-28. Retrieved 2021-01-23.