ଗୁଲଜାର
ଗୁଲଜାର (ଜନ୍ମ: ୧୮ ଅଗଷ୍ଟ ୧୯୩୪; ଜନ୍ମନାମ: ସମ୍ପୂରନ ସିଂହ କାଲରା) ଜଣେ କବି, ଗୀତିକାର, ଚିତ୍ରନାଟ୍ୟ ଲେଖକ, କଥାଚିତ୍ର ପଯୋଜକ ଓ ନିର୍ଦ୍ଦେଶକ । ସେ ବ୍ରିଟିଶ ଭାରତର ଝେଲମ୍ ଜିଲ୍ଲାରେ ଜନ୍ମିତ । ଦେଶ ବିଭାଜନ ସମୟରେ ତାଙ୍କ ପିତା ଭାରତକୁ ଆସି ବସ ବାସ କଲେ । ସେ ତାଙ୍କର ବୃତି ଆରମ୍ଭ କରିଥିଲେ ଏସ ॰ ଡି ॰ ବର୍ମନ ( ବର୍ମନ ଦାଦା ଭାବରେ ପରିଚିତ )ଙ୍କ ସହ ୧୯୬୩ ନିର୍ମିତ ଫିଲ୍ମ 'ବନ୍ଦିନୀ 'ରେ ଗୀତିକାର ଭାବେ । ଗୁଲଜର ସେ ସମୟର ସବୁ ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତିକାର ଭାବେ କାମ କରିବା ସହ ' ଆନ୍ଧୀ' ଓ 'ମୌସମ' ନାମକ ଦୁଇଟି ଫିଲ୍ମ , ଟିଭି ସିରିୟାଲ ' ମିଥ୍ଯା ଘାଳିବ'ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ସକ୍ରିୟ ଭୂମିକା ନେଇଥିବା ଗୁଲଜର ପୁଣି ୧୯୯୩ରେ ' କିରଦାର ' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।
ଗୁଲଜାର | |
---|---|
ଜନ୍ମ | ସମ୍ପୂରନ ସିଂହ କାଲରା ୧୮ ଅଗଷ୍ଟ ୧୯୩୪ ଦିନ, ପଞ୍ଜାବ, ବ୍ରିଟିଶ ଭାରତ (ବର୍ତ୍ତମାନର ପଞ୍ଜାବ, ପାକିସ୍ତାନ) |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୫୬–ଏବେଯାଏଁ |
ବୈବାହିକ-ସାଥୀ | |
ସନ୍ତାନ | ମେଘନା ଗୁଲଜାର |
ପୁରସ୍କାର | ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୨) ପଦ୍ମ ଭୂଷଣ (୨୦୦୪) ଏକାଡେମୀ ପୁରସ୍କାର (୨୦୦୮) ଗ୍ରାମୀ ଆୱାର୍ଡ଼ (୨୦୧୦) ଦାଦା ସାହେବ ଫାଲକେ ପୁରସ୍କାର (୨୦୧୩) ଜ୍ଞାନପୀଠ ପୁରସ୍କାର (୨୦୨୪) |
ଦସ୍ତଖତ | |
Gulzar signature |
ଗୁଲଜାର କବିତା , ଚିତ୍ର ନାଟ୍ୟ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦଉଥିଲେ । ସେ ଦେୟାଶର ତୃତୀୟ ସର୍ବୋତ୍ତମ ନାଗରିକ ସମ୍ମାନ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ସହ ଦାଦାସାହେବ ଫାଳକେ ପୁରସ୍କାର , ୨୦ଟି ଫିଲ୍ମ ଫେୟାର ପୁରସ୍କାର , ଏକାଡେମି ପୁରସ୍କାର , ଗ୍ରାମୀ ପୁରସ୍କାର ସହ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି d.[୧][୨]
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଗୁଲଜାର ଝେଲମ ଜିଲ୍ଲାରେ କଲରା ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଲେଖକର ଜୀବନ ଆରମ୍ଭ କରିବା ଆଗରୁ ମୁମ୍ବାଇରେ ବିଭିନ୍ନ ପ୍ରକାର କାମ କରୁଥିଲେ । ଏପରିକି ଗାରେଜରେ ପୁରୁଣା ଗାଡି ରଙ୍ଗ କରିବା କାମ ମଧ୍ୟ କରିଥିଲେ।
ବିମଲ ରାୟ ହୃଷୀକେଶ ମୁଖାର୍ଜୀଙ୍କ ପରି ସଫଳ ନିର୍ଦ୍ଦେଶକଙ୍କ ସହ ନିଜ କମ ଆରଭ କରିଥିବା ଗୁଲଜାର ସେମାନଙ୍କ ସହ ବର୍ମନ ଡାଡାଙ୍କ ପାଇଁ ମଧ୍ୟ ବହୁତ ଗୀତା ରଚନା କରିଥିଲେ । ' ଆଶୀର୍ବାଦ ' ଚିତ୍ର ପାଇଁ ଗୁଲଜର ଚିତ୍ର ନାଟ୍ୟ ମଧ୍ୟ ଦେଇଥିଲେ , ଯାହାଦ୍ୱାରା ମୁଖ୍ୟ ଅଭିନେତା ଅଶୋକ କୁମାରଙ୍କ ଅଭିନୟ ଖୁବ ସୁନ୍ଦର ଭାବେ ଫୁଟି ଉଠିଥିଲା ଗୁଲଜାରଙ୍କ ସଂଳାପଦ୍ୱାରା । 1069ରେ ଗୁଲଜାରଙ୍କ ଲିଖିତ " ହମନେ ଦେଖି ହେ ଉନ ଆଖୋ କି ମହକତି.ଖୁସବୁ.....) ଗୀତଟି ଖୁବ ଆଦୃତ ହେଇଥିଲା । ଗୁଲଜାରଙ୍କ ସୁନ୍ଦର ଗୀତ ଥିବା କିଛି ଫିଲ୍ମ ହେଲା ଆନନ୍ଦ , ମେରେ ଅପନେ , Slumdog Millionair , କମିନେ, ଗୁରୁ , ଦିଲ ସେ .... ଆଦି ।
ନିର୍ଦ୍ଦେଶକ ଭାବେ ଗୁଲଜାର
ସମ୍ପାଦନାଗୁଲଜାର ଆଶୀର୍ବାଦ , ଆନନ୍ଦ, ଖମୋସି ପରି ଫିଲ୍ମରେ ଗୀତା , ଚିତ୍ରନାଟ୍ୟ ଓ ସଂଳାପ ରଚନା କଳା ପରେ ' ମେରେ ଅପନେ ' ନାମକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାହା ପରେ ସେ 'ପରିଚୟ ' କୋଶିସ' ପରି ଭିନ୍ନ ସ୍ୱାଦର ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ' ଅଚାନକ ' ,' ଆନ୍ଧୀ' ସଫଳ ଚିତ୍ର ଭାବରେ ଲୋକପ୍ରିୟ ଥିଲା । ତାଙ୍କର ଚଳଚ୍ଚିତ୍ର ' ମୌସମ' ପାଇଁ ସେ ଜାତୀୟ ପୁରସ୍କାର ପ୍ରାପ୍ତ ହେଇଥିଲେ ।ତାଙ୍କର ଅନେକ ଫିଲ୍ମ ବ୍ୟବସାୟିକ ସଫଳତା ପାଇଥିଲା ।
କବିତାବଳୀ
ସମ୍ପାଦନାଉର୍ଦ୍ଦୁ ଭାଷାରେ ଗୁଲଜାର ବହୁ କବିତା ଓ ଗଜଲ ରଚନା କରିଛନ୍ତି । ହିନ୍ଦୀ ଭାଷାରେ ତାଙ୍କ ରଚିତ କବିତା ସମୂହ ଭାରତୀୟ ଭାଷାମାନଙ୍କୁ ଅନୁଦିତ ମଧ୍ୟ ହୋଇଛି ।
ଗୁଲଜାର 2013ରେ ଆସାମ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଇଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଗୁଲଜର ଅଭିନେତ୍ରୀ ରାକ୍ଷୀଙ୍କୁ ବିବାହ କରିଥିଲେ । ତାଙ୍କର ଝିଅ ମେଘନା ଜଣେ ନିର୍ଦ୍ଦେଶିକା ଭାବେ ଫିଲହାଲ ,Just Married , ଦଶ କାହାନୀୟା ପରି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବା ସହ ଗୁଲଜରଙ୍କ ଆତ୍ମଜୀବନୀ ରଚନା କରିଛନ୍ତି ।
ପୁରସ୍କାର ସମୂହ ଓ ମନୋନୀତ
ସମ୍ପାଦନାBibliography
ସମ୍ପାଦନା- Gulzar (1999). Raavi Paar. Rupa & Co. ISBN 8171673899.
- Gulzar (2001). Dhuan. Sahitya Akademi Publications. ISBN 8126019360.
- Gulzar (2002). Raat Pashmine Ki. Rupa & Co. ISBN 8129102242.
- Gulzar (2003). Kharashein. Radhakrishna Prakashan. ISBN 9788171198498.
- Gulzar (2004). Meera. Radhakrishna Prakashan. ISBN 8171198813.
- Gulzar (2005). Pukhraj. Rupa & Co.
- Gulzar (2005). Triveni. Rupa & Co.
- Gulzar (2006). Autumn Moon. Rupa & Co. ISBN 8129109778.
- Gulzar (2008). Kuchh Aur Nazmein. Radhakrishna Prakashan. ISBN 8171198929.
- Gulzar (2010). Magical Wishes: The Adventures Of Goopy & Bagha. Scholastic. ISBN 8184778449.
- Gulzar (2011). Mirza Ghalib A Biographical Scenatio. Rupa & Co. ISBN 8129117177.
- Gulzar (2012). Selected Poems. Penguin. ISBN 0143418211.
- Gulzar (2013). My Favourite Stories : Boskys Panchatantra. Rupa & Co. ISBN 8129121182.
- Gulzar (2013). Half a Rupee Stories. Penguin. ISBN 9780143068792. [୩]
- Gulzar (2013). Meelo Se Din. Rupa & Co. ISBN 8129120011.
- Gulzar (2014). Green Poems. Penguin Books India. ISBN 0143422820.
ଶ୍ରବଣ ପୁସ୍ତକ ସମୂହ
ସମ୍ପାଦନା- Gulzar (2000). Rangeela Geedhad. Karadi Tales. ISBN 8186838422.
- ଇଣ୍ଟରନେଟ ମୁଭି ଡାଟାବେସରେ Gulzar
ଆତ୍ମଜୀବନୀ ସମୂହ
ସମ୍ପାଦନା- Kabir, Nasreen Munni (2012). In the Company of a Poet: Gulzar in Conversation with Nasreen Munni Kabir. Rainlight Rupa. ISBN 978-81-291-2083-0.
- Chatterjee, Saibal (2007). Echoes and Eloquences: The Life and Cinema of Gulzar. Rupa & Co. ISBN 978-81-291-1235-4.
- Gulzar, Meghna (2004). Because He Is... Rupa & Co. ISBN 81-291-0364-8.
ଟୀକା
ସମ୍ପାଦନା' ଜୟ ହୋ " - ଗୁଲଜାରଙ୍କ ହିନ୍ଦୀ ଗୀତ ସମୂହର କନ୍ନଡ ଭାଷାର ଅନୁବାଦ ଲକ୍ଷ୍ମୀକାନ୍ତ ଇତନଳଙ୍କଦ୍ୱାରା , ପ୍ରକାଶନ ପାଇଁ
'ଦସ୍ତକ' ଗୁଲଜରଙ୍କ ଗଜଲ , ନଜମ , ଓ କବିତାବଳୀର କନ୍ନଡ ଭାଷାରେ ଅନୁବାଦ
ଆଧାର
ସମ୍ପାଦନା- ↑ "Gulzar to get Dadasaheb Phalke award".
- ↑ "Gulzar selected for Dadasaheb Phalke Award".
- ↑ Shekhar, Sunjoy.
ବାହାର ଲିଙ୍କ ସମୂହ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୁଲଜାର