ଗୋ ଏୟାର

(GoAirରୁ ଲେଉଟି ଆସିଛି)

ଗୋ ଏୟାର (GoAir) ଭାରତର ସାଧାରଣ ଜନତାଙ୍କୁ ସୁହାଇଲାଭଳି ଏକ କମ ଟଙ୍କାରେ ଯାତାୟତ ସୁବିଧା ଦେଉଥିବା ଏକ ବୀମାନ ସେବା ଅଟେ । ମଇ ୨୦୧୩ ମସିହାର ଶେୟର ଗଣନା ଅନୁସାରେ ଏହା ଭାରତର ପଞ୍ଚମ ସବୁଠାରୁ ବଡ଼ ବୀମାନ ସେବା ଅଟେ । ଅକ୍ଟୋବର ୨୦୧୭ ମସିହାରେ ଏହା ୮.୪% ଯାତ୍ରୀ ବଜାର ଅଂଶୀଦାର ସହିତ ଭାରତର ପଞ୍ଚମ ସବୁଠାରୁ ବଡ଼ ଏୟାରଲାଇନ୍ସ ଥିଲା ।[୨] ଏହି ସେବାର ପ୍ରାରମ୍ଭ ନଭେମ୍ବର ୨୦୦୫ ମସିହାରୁ ଆରମ୍ଭ ହୋଇଥିଲା । ଏହା ୨୧ଟି ସହରରେ ପ୍ରତି ଦିନର ୧୦୦ ତଥା ସପ୍ତାହର ୭୫୦ ଉଡ଼ାଣ ମାଧ୍ୟମରେ ଘରୋଇ ବୀମାନ ସେବା ପ୍ରଦାନ କରିଥାଏ ।[୩][୪][୫] ଏହା ସମ୍ପୂର୍ଣ୍ଣ ରୂପେ ୱାଦୀୟା ସମୂହର ମାଲିକାନା ଅନ୍ତର୍ଭୁକ୍ତ ।

ଗୋ ଏୟାର
IATA
G8
ICAO
GOW
Callsign
GOAIR
Founded2005
Commenced operationsନଭେମ୍ବର 2005
Hubs
  • ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର , ମୁମ୍ବାଇ
  • ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର, ଦିଲ୍ଲୀ
  • ଚେନ୍ନାଇ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର, ଚେନ୍ନାଇ
  • କେମ୍ପାଗୌଡ଼ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର, ବଙ୍ଗାଲୁର
  • ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବୀମାନ କ୍ଷେତ୍ର, କୋଲକାତା
Fleet size24
Destinations23
Company sloganFly Smart
Headquartersମୁମ୍ବାଇ, ମହାରାଷ୍ଟ୍ର, ଭାରତ
Key peopleଜାହାଙ୍ଗିର ୱାଡିୟା (ସଂସ୍ଥାପକ ଏବଂ MD)
ProfitIncrease Indian Rupee ₹୧୦୪ million (US$୨.୩୧ million) (2013)[୧]
Websitewww.goair.in
GoAir Airbus A320 SDS-2

ଇତିହାସ ସମ୍ପାଦନା

ଗୋ ଏୟାର ଇଣ୍ଡିଆର ସ୍ଥାପନ ୨୦୦୫ ମସିହାରେ ହୋଇଥିଲା । ଏହାର ସ୍ଥାପନର ଶ୍ରେୟ ଭାରତ ଅଗ୍ରଗଣ୍ୟ ବ୍ୟାପାରୀ ନସଲୀ ୱାଦୀୟାଙ୍କ ପୁଅ ଜାହାଙ୍ଗିର ୱାଦୀୟାଙ୍କୁ ଯାଇଛି । ଏହି ଏୟାର ଲାଇନ୍ସରେ ୱାଦୀୟା ପରିବାରର ସମ୍ପୁର୍ଣ୍ଣ ହାତ ରହିଥିଲା ତଥା ଜାହାଙ୍ଗିର ୱାଦୀୟା ଏହାର ମ୍ୟାନେଜିଙ୍ଗ ଡାଇରେକ୍ଟର ଥିଲେ । ଗୋ ଏୟାରର ପ୍ରଥମ ଅପରେସନ ନଭେମ୍ବର ୨୦୦୫ ମସିହାରେ ଏୟାର ବସ A ୩୨୦ ଏୟାରକ୍ରାଫ୍ଟ ସହିତ ପ୍ରାରମ୍ଭ ହୋଇଥିଲା । ଏପ୍ରିଲ ୨୦୧୨ ମସିହାରେ ଏୟାରଲାଇନ ନିଜ ମାର୍କେଟ ସେୟାରର ଷଷ୍ଠ ତମ ଅନ୍ତିମ ସ୍ଥାନରୁ ବଢ଼ ପଞ୍ଚମ ସ୍ଥାନକୁ ପହଞ୍ଚି ଯାଇଥିଲା ।[୬][୭]

ଲକ୍ଷ୍ୟ ସମ୍ପାଦନା

ଏୟାରଲାଇନ ୧୧ ଅକ୍ଟୋବର ୨୦୧୮ ମସିହାରେ ଦିଲ୍ଲୀରୁ ଫୁକେଟ, ୧୨ ଅକ୍ଟୋବରରେ ମୁମ୍ବାଇରୁ ଫୁକେଟ, ମୁମ୍ବାଇ, ଦିଲ୍ଲୀରୁ ମାଲେ ପର୍ଯ୍ୟନ୍ତ କ୍ରମଶଃ ୧୪ ଓ ୧୭ ଅକ୍ଟୋବରରେ ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ପରିଚାଳନା ଆରମ୍ଭ କରିଥିଲା ।[୮] ଏୟାରଲାଇନର ମୁଖ୍ୟାଳୟ ମୁମ୍ବାଇ ଭାରତରେସ୍ଥିତ[୯] ଜାହାଙ୍ଗିର ୱାଦୀୟା ନଭେମ୍ବର ୨୦୦୫ ମସିହାରେ ନିଜର ଉପ-ସ୍ଥାପନା ପରେ ଏୟାରଲାଇନର ପ୍ରବନ୍ଧ ନିର୍ଦ୍ଧେଶକ ରୂପେ କାର୍ଯ୍ୟ କରିଥିଲେ ।

ଭାରତରେ ଗୋ ଏୟାର କୂଳ ୧୨ଟି ସ୍ଥଳରେ ଦୈନିକ ୧୦୦ ତଥା ସପ୍ତାହରେ ପାଖାପାଖି ୭୫୦ ବୀମାନ ବନ୍ଦରଦ୍ୱାରା ସେବା ପ୍ରଦାନ କରିଥାଏ ଭାରତ ସରକାରଙ୍କ କେନ୍ଦ୍ରୀୟ ବୀମାନ ମନ୍ତ୍ରାଳୟର ଆଦେଶ ଅନୁସାରେ ଗୋ ଏୟାରକୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣର ସ୍ୱୀକୃତି ମିଳିନଥିଲା । ଭାରତର ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଏହା ୨୧ଟି ସ୍ଥାନରେ ନିଜ ସେବା ପ୍ରଦାନ କରିଥାଏ, ଯାହାର ନାମ ନିମ୍ନତମ ଅଟେ :-

  • ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହ
    • ପୋର୍ଟ ବ୍ଲେୟର – ବୀର ସାବରକର ଏୟାର ପୋର୍ଟ
  • ଆସାମ
    • ଗୁୱାହାଟୀ – ଲୋକପ୍ରିୟ ଗୋପୀନାଥ ବଦଦୋଲେ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ବିହାର
    • ପାଟଣା – ଲୋକନାୟକ ଜୟ ପ୍ରକାଶ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ଚଣ୍ଡୀଗଡ଼
    • ଚଣ୍ଡୀଗଡ଼ ଏୟାରପୋର୍ଟ
  • ଦିଲ୍ଲୀ
    • ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ଗୋଆ
    • ଡାବେଲିମ ବୀମାନ ବନ୍ଦର
  • ଗୁଜରାଟ
    • ଅହମଦାବାଦ – ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ଜାମ୍ମୁ ଏବଂ କାଶ୍ମୀରି
    • ଜାମ୍ମୁ – ଜାମ୍ମୁ ବୀମାନ ବନ୍ଦର
    • ଲେହ – ଲେହ କୁଶୋକ ବାକଳା ରୀମ୍ପେଚେ ବୀମାନ ବନ୍ଦର
    • ଶ୍ରୀନଗର – ଶ୍ରୀନଗର ବୀମାନ ବନ୍ଦର
  • ଝାରଖଣ୍ଡ
    • ରାଞ୍ଚୀ – ବିର୍ସା ମୁଣ୍ଡା ବୀମାନ ବନ୍ଦର
  • କର୍ଣ୍ଣାଟକ
  • କେରଳ
    • କୋଚ୍ଚୀ – କାଅ ଚୀନ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ମହାରାଷ୍ଟ୍ର
    • ମୁମ୍ବାଇ ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
    • ନାଗପୁର – ଡ଼ ବାବାସାହେବ ଆମ୍ବେଦକର ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
    • ପୁନା – ପୁନା ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ରାଜସ୍ଥାନ
    • ଜୟପୁର – ସାଙ୍ଗନେର ବୀମାନ ବନ୍ଦର
  • ତାମିଲନାଡୁ
    • ଚେନ୍ନାଇ – ଚେନ୍ନାଇ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର
  • ଉତ୍ତର ପ୍ରଦେଶ
    • ଲଖନୌ – ଅମୌସୀ ବୀମାନ ବନ୍ଦର
  • ପଶ୍ଚିମ ବଙ୍ଗଳା
    • ସିଲିଗୁଡୀ – ବାଗଡୋଗରା ବୀମାନ ବନ୍ଦର
    • କଲିକତା – ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବୀମାନ ବନ୍ଦର

ଗୋ ଏୟାର ଭଣ୍ଡାର ସମ୍ପାଦନା

ଚାଳନ ଖର୍ଚ୍ଚ କମ କରିବା ପାଇଁ ଜାହାଜ ଭଣ୍ଡାରରେ ଏକ ନୀତି ଗ୍ରହଣ କରା ଯାଇଥିଲା ତଥା କେବଳ ଏୟାର ବସ A୩୨୦-୨୦୦ ଏୟାରକ୍ରାଫ୍ଟ ସାମିଲ କରାଯାଇଥିଲା ଯେଉଁଥିରେ ତାଙ୍କର ଅଧିକତମ ଯାତ୍ରୀ କ୍ଷମତା ୧୮୦ ଥିଲେ । ଅକ୍ଟୋବର ୨୦୧୩ ମସିହାରେ ଗୋ ଏୟାର ୧୫ ଗୋଟି ବୀମାନର ପରିଚାଳନା କରିଥିଲା ତଥା ବେଡ଼ାର ହାରାହାରି ବୀମାନ ଆୟୁ ୩.୧ ବର୍ଷ ଅଟେ ।[୧୦][୧୧]

ଗୋ ଏୟାର ଭଣ୍ଡାର
ବୀମାନ ଚାଲୁଅଛି ଅର୍ଡର ଯାତ୍ରୀ ନୋଟ
ଏୟାର ବସ A320-200 ୧୫ ୧୮୦
ଏୟାର ବସ A320 ନୂଆ ୪୨ ୧୦୨[୧୨] ୧୮୬
ମୋଟ ୫୭ ୧୩୯

ପୁରସ୍କାର ସମ୍ପାଦନା

ଗୋ ଏୟାରକୁ ନିଜ ବିଶିଷ୍ଟ ସେବାପାଇଁ ନିମ୍ନ ଲିଖିତ ପୁରସ୍କାର ପ୍ରାପ୍ତ ହୋଇ ସାରିଛି ।

ଶ୍ରେଷ୍ଠତମ ଘରୋଇ ବୀମାନ ସେବା (ଏହି ପୁରସ୍କାର ନିଜ ଶ୍ରେଷ୍ଠ ଗୁଣବତ୍ତା ତଥା କୌଶଳ ପୂର୍ଣ୍ଣ ସେବା ପାଇଁ ସ୍ପେସିଫିକ ଏରିଆ ଟ୍ରେବୁଲ ରାଇଟ୍ସ ଆସୋସିଏସନଦ୍ୱାରା ୨୦୦୮ ମସିହାରେ ପ୍ରଦାନ କରାଯାଇଥିଲା ।)[୧୩]

ଶ୍ରେଷ୍ଠତମ ବୀମାନ ସେବା ପ୍ରଦର୍ଶନ (ଏହା ସମ୍ମାନ ଏୟାର ବସଦ୍ୱାରା ୨୦୧୧ ମସିହାରେ ପ୍ରଦାନ କରାଯାଇଥିଲା ।) [୧୪]

ଆଧାର ସମ୍ପାଦନା

  1. "गो एयर को लाभ". Business Standard. 24 January 2014. Retrieved 15 April 2016.
  2. http://dgca.nic.in/reports/Traffic_reports/Traffic_Rep072017.pdf[permanent dead link]
  3. "'ଗୋ ଏୟାର - ଆମସହ ସମ୍ପର୍କ କରନ୍ତୁ'". Archived from the original on 2017-08-02. Retrieved 2019-10-15.
  4. 'ମାର୍କେଟ ଶେୟର'
  5. "'ଗୋ ଏୟାର– ଲକ୍ଷ'". Archived from the original on 2017-08-02. Retrieved 2019-10-15.
  6. "Flight International". ଡାଇରେକ୍ଟର ୱାର୍ଡ ଏୟାରଲାଇନ, ପେଜ ସଂଖ୍ୟା ୮୭. 3 ଏପ୍ରିଲ 2007. {{cite web}}: Check date values in: |date= (help)
  7. ""ଗୋ ଏୟାର – ଆମ ନିଜ ବିଷୟରେ "". ପେଜ ସଂଖ୍ୟା ୮୭. ଫ୍ଲାଇଟ ଇଣ୍ଟରନ୍ୟାସନାଲ. 3 ଏପ୍ରିଲ 2007. Archived from the original on 2014-09-20. {{cite web}}: Check date values in: |date= (help)
  8. "GoAir To Launch First International Flight On October 11". NDTV. 10 October 2019.
  9. "GoAir: Contact Us". GoAir. Archived from the original on 23 March 2016. Retrieved 15 April 2016.
  10. ଗୋ ଏୟାର ଅର୍ଡର 72 ଏୟାରବସ ଜେଟ ଫର 32000 କୋଟି ଟଙ୍କା
  11. କନେକ୍ଟୀବିଟୀ ଆଣ୍ଡ ଫ୍ଲିଟ ଇନ୍ଫର ମେଶନ
  12. "ଗୋ ଏୟାର A320 ନୂଆର ଅର୍ଡର ଦୁଇଗୁଣ କରିଦେଲା।". airbus (in ଆମେରିକୀୟ ଇଂରାଜୀ). Retrieved 2016-10-16.
  13. ""गो एयर रिसीव्स पटवा'स क्वालिटी एंड अफिसियेंट सर्विस अवार्ड"". इंडियन एविएशन. ३० मार्च २०१३. {{cite web}}: Check date values in: |date= (help)
  14. ""गो एयर रेंक्ड दि बेस्ट परफोर्मिंग एयर लाइन बाई एयर बस"". ब्रेकिंग ट्रेवल न्यूज़. ३० मार्च २०१३. {{cite web}}: Check date values in: |date= (help)