ଗୌତମ ବୁଦ୍ଧ

ବୌଦ୍ଧଧର୍ମ ଗୁରୁ
(Gautama Buddhaରୁ ଲେଉଟି ଆସିଛି)

ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । [୧] ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ [୨]

ଗୌତମ ବୁଦ୍ଧ
ଧଉଳିଠାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି
ଜନ୍ମ୫୬୩ ଖ୍ରୀ.ପୂ ବା ୬୨୩ ଖ୍ରୀ.ପୂ.
ଲୁମ୍ବିନୀ ଉଦ୍ୟାନ (ବର୍ତ୍ତମାନ ନେପାଳ)
ମୃତ୍ୟୁ୪୮୩ ଖ୍ରୀ.ପୂ ବା ୫୪୩ ଖ୍ରୀ.ପୂ. (୮୦ ବର୍ଷ)
କୁଶୀନଗର, ଉତ୍ତରପ୍ରଦେଶ, ଭାରତ
ଜଣାଶୁଣାବୌଦ୍ଧ ଧର୍ମର ପ୍ରତିଷ୍ଠାତା
ପୂର୍ବ ଅଧିକାରୀକାସପ ବୁଦ୍ଧ
ପର ଅଧିକାରୀମୌତ୍ରେୟ ବୁଦ୍ଧ
ପିତାମାତାs

ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।[୩][୪][୫][୬] ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁଠାରେ ହୋଇଥିଲା ।

ଜୀବନୀ ସମ୍ପାଦନ କରନ୍ତୁ

ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ସେ ଖ୍ରୀ. ପୂ ୫୬୭ (ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ । ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ । < ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ୱେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା ।

କିମ୍ବଦନ୍ତୀ ସମ୍ପାଦନ କରନ୍ତୁ

କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ । ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗ କରିଥିଲେ ।[୭]

ବୌଦ୍ଧ ଧର୍ମ ସମ୍ପାଦନ କରନ୍ତୁ

ବୌଦ୍ଧ ଧର୍ମ (ପାଳି: ବୋଧ ଧର୍ମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । ସେ ବୌଦ୍ଧବାଦୀମାନଙ୍କ ପାଇଁ, ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବା ନିମିତ୍ତ ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା; ଯାହା ସଂସାର କଷଣରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।

ବୌଦ୍ଧଧର୍ମର ପ୍ରସାର ସମ୍ପାଦନ କରନ୍ତୁ

ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ ।

ଆହୁରି ଦେଖନ୍ତୁ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "The Buddha, His Life and Teachings". Buddhanet.net. Retrieved 2010-10-02.
  2. Turner, Sir Ralph Lilley (1962–1985). "buddha 9276". A comparative dictionary of the Indo-Aryan languages. London: Oxford University Press. Digital Dictionaries of South Asia, University of Chicago. p. 525. Retrieved 22 February 2010. budh ' perceive ' 1. Pali buddha – ' understood, enlightened ', masculine ' the Buddha '; Aśokan, that is, the language of the Inscriptions of Aśoka Budhe nominative singular; Prakrit buddha – ' known, awakened '; Waigalī būdāī ' truth '; Bashkarīk budh ' he heard '; Tōrwālī būdo preterite of – ' to see, know ' from bṓdhati; Phalūṛa búddo preterite of buǰǰ – ' to understand ' from búdhyatē; Shina Gilgitī dialect budo ' awake ', Gurēsī dialect budyōnṷ intransitive ' to wake '; Kashmiri bọ̆du ' quick of understanding (especially of a child '); Sindhī ḇudho past participle (passive) of ḇujhaṇu ' to understand ' from búdhyatē, West Pahāṛī buddhā preterite of bujṇā ' to know '; Sinhalese buj (j written for d), budu, bud – , but – ' the Buddha '.
  3. http://www.hindu.com/fline/fl2204/stories/20050225001008800.htm
  4. http://www.rediff.com/news/2002/sep/16spec.htm
  5. http://www.srilankaguardian.org/2008/03/buddha-born-in-orissa-scholars.html
  6. http://orissa.gov.in/e-magazine/Journal/jounalvol1/pdf/orhj-3.pdf
  7. http://www.thebigview.com/buddhism/buddhasresume.html

ବାହାର ତଥ୍ୟ ସମ୍ପାଦନ କରନ୍ତୁ