ଫାଇବ୍ରୋମ୍ୟାଲ୍ଜିଆ
ଫାଇବ୍ରୋମ୍ୟାଲ୍ଜିଆ (ଏଫ୍ଏମ୍) ଏକ ମେଡିକାଲ ବେମାରୀ ଯେଉଁଥିରେ ଦେହର ଅନେକ ଜାଗାରେ କ୍ରନିକ ଯନ୍ତ୍ରଣା ହୁଏ ଓ ଦେହରେ ଚାପ ପଡ଼ିଲେ ଅସାମାନ୍ୟ ଯନ୍ତ୍ରଣା ହୁଏ ।[୨] ଥକ୍କା ଅନୁଭବ ଯୋଗୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୁଏ ନିଦ୍ରା ସମସ୍ୟା ଓ ସ୍ମରଣ ସମସ୍ୟା ହୁଏ ।[୩] ରେସ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ, ଅନ୍ତନଳୀ ବା ମୂତ୍ରାଶୟ ସମସ୍ୟା, ଉଚ୍ଚସ୍ୱର, ଆଲୋକ ଓ ଉତ୍ତାପକୁ ସମ୍ବେଦନଶୀଳ ଇତ୍ୟାଦି ଲକ୍ଷଣ କେତେକ ଲୋକ ପ୍ରକାଶ କରନ୍ତି ।[୪] ଅନେକ ସମୟରେ ଅବସାଦ, ଉତ୍କଣ୍ଠା ଓ ଆଘାତୋତ୍ତର ଚାପ ବେମାରୀ ଏହି ରୋଗୀଙ୍କ ସହ ଦେଖାଯାଏ । ଅନେକ ପ୍ରକାରର କ୍ରନିକ ଯନ୍ତ୍ରଣା ମଧ୍ୟ ଏହି ରୋଗରେ ହୁଏ ।[୩]
ଫାଇବ୍ରୋମ୍ୟାଲ୍ଜିଆ | |
---|---|
ଫାଇବ୍ରୋମ୍ୟାଲ୍ଜିଆ ସିଣ୍ଡ୍ରୋମ (FMS) | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /ˌfaɪbroʊmaɪˈældʒə/[୧] |
ସ୍ପେଶାଲିଟି | ରିଉମାଟୋଲୋଜି |
ଆଇସିଡ଼ି-୧୦ | M79.7 – Fibromyalgia |
ଆଇସିଡ଼ି-୯-ସିଏମ୍ | 729.1 – Myalgia and myositis, unspecified |
ମେଡ଼ିସିନ-ପ୍ଲସ | 000427 |
ଇ-ମେଡ଼ିସିନ | med/790 med/2934 ped/777 pmr/47 |
Patient UK | ଫାଇବ୍ରୋମ୍ୟାଲ୍ଜିଆ |
MeSH | D005356 |
ଫାଇବ୍ରୋମ୍ୟାଲ୍ଜିଆ ରୋଗର କାରଣ ଅଜଣା ଥିଲେ ମଧ୍ୟ ପରିବେଶ ଓ ଜେନେଟିକ ପ୍ରଭାବ ଥିବା ବିଶ୍ୱାସ ଥିବା ବିଶ୍ୱାସ କରାଯାଏ ଓ ଉଭୟର ଅଧା ଅଧା ସଙ୍କଟ ଥାଇପାରେ ।[୩][୪] ଏହି ରୋଗ ପରିବାରରେ ଚାଲେ ଓ ଏକାଧିକ ଜିନ୍ ଏଥିରେ ସଂଶ୍ଳିଷ୍ଟ ଥାଆନ୍ତି ।[୫] ପରିବେଶ କାରକ, ମନସ୍ତାତ୍ତ୍ୱିକ ଚାପ, ଆଘାତ ଓ କେତେକ ସଂକ୍ରମଣ ଏଥି ନିମନ୍ତେ ଦାୟୀ ହୋଇପାରନ୍ତି ।[୩] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କୌଣସି ପ୍ରକ୍ରିୟା ଯୋଗୁ ଯନ୍ତ୍ରଣା ହେଉଥିବାରୁ ଏହାକୁ ସେଣ୍ଟ୍ରାଲ ସେନ୍ସିଟାଇଜେସନ୍ ସିଣ୍ଡ୍ରୋମ କୁହାଯାଏ ।[୨][୩] ଫାଇବ୍ରୋମ୍ୟାଲ୍ଜିଆକୁ ଏକ ବେମାରୀ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ୍ ଓ ଆମେରିକାଲ କଲେଜ ଅଫ ରିଉମାଟୋଲୋଜି ସ୍ୱୀକୃତି ଦେଇଛନ୍ତି ।[୪][୬] ଏହା ନିମନ୍ତେ କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନାହିଁ । [୪] ପ୍ରଥମେ ସମ୍ଭବ୍ୟ କାରଣମାନଙ୍କୁ ବାହାର କରିବାକୁ ପଡ଼େ ଓ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପସ୍ଥିତି ଆବଶ୍ୟକ ହୁଏ । [୩][୪]
ଫାଇବ୍ରୋମ୍ୟାଲ୍ଜିଆ ରୋଗର ଚିକିତ୍ସା କଷ୍ଟସାଧ୍ୟ । ସୁନିଦ୍ରା, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସୁପାରିସ୍ କରାଯାଏ ।[୪] ଜ୍ଞାନାତ୍ମକ ବ୍ୟବହାରିକ ଥେରାପିରେ (Cognitive behavioral therapy) ସାହାଯ୍ୟ ମିଳେ ।[୩] ଔଷଧ ମଧ୍ୟରେ ଡୁଲୋକ୍ସେଟିନ୍, ମିଲ୍ନାସିପ୍ରାନ୍, ବା ପ୍ରିଗାବାଲିନ ବ୍ୟବହାର କରାଯାଇପାରେ ଅଫିମାତ୍ମକ ଯନ୍ତ୍ରଣାନିବାରକ ଔଷଧ କିଛି କାମ କରୁଥିବା ପ୍ରମାଣ ମିଳିନାହିଁ । ଅନୁପୂରକ ଖାଦ୍ୟର ଉପକାରୀତା ମଧ୍ୟ ପ୍ରମାଣିତ ହୋଇନାହିଁ । ଫାଇବ୍ରୋମ୍ୟାଲ୍ଜିଆ ଦୀର୍ଘସ୍ଥାୟୀ ହେଲେ ମଧ୍ୟ ଏହା ତନ୍ତୁନଷ୍ଟକାରୀ ନୁହେଁ ବା ପ୍ରାଣଘାତକ ନୁହେଁ ।[୪]
ଜନସଂଖ୍ୟାର ୨ରୁ୮% ଲୋକଙ୍କୁ ଫାଇବ୍ରୋମ୍ୟାଲ୍ଜିଆ ରୋଗ ହୁଏ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଦୁଇ ଗୁଣ ଅଧିକ ହୁଏ । ପୃଥିବୀର ବିଭିନ୍ନ ସ୍ଥାନ ଓ ସଂସ୍କୃତିରେ ରୋଗ ହାର ପ୍ରାୟ ସମାନ ଥାଏ । ସନ ୧୯୯୦ରେ ଫାଇବ୍ରୋମ୍ୟାଲ୍ଜିଆ ରୋଗ ପ୍ରଥମେ ସଂଜ୍ଞାକୃତ ହେଲା ଓ ସନ ୨୦୧୧ରେ ଏହାର ମାନଦଣ୍ଡ ଅଦ୍ୟତନ କରାଗଲା ।[୩] ଏହି ରୋଗର ଶ୍ରେଣୀ ଗଠନ, ନିର୍ଣ୍ଣୟ ଓ ଚିକିତ୍ସା ବିଷୟ ବିବାଦାତ୍ମକ ଅଛି ।[୭][୮] ଏହି ରୋଗ ନିର୍ଣ୍ଣୟ କଲେ ଅନେକ ଲୋକ ପ୍ରଭାବିତ ହେବା ସମ୍ଭାବନା ଅଛି ବୋଲି କେତେକ ମତ ଦେବାବେଳେ ଆହୁରି ଅନେକ ଏହାକୁ ଉପକାରୀ ବୋଲି ବ୍ୟକ୍ତ କରୁଛନ୍ତି ।[୩] ଫାଇବ୍ରୋମ୍ୟାଲ୍ଜିଆ ଶବ୍ଦଟି ନୂଆ ଲାଟିନ ଭାଷାର (New Latin) ଫାଇବ୍ରୋ ଶବ୍ଦରୁ ଆସିଛି ଯାହାର ଅର୍ଥ "ତନ୍ତୁମୟ", ଗ୍ରୀସ ଭାଷାର ମାୟୋ (Greek μυώ myo-), ଶବ୍ଦର ଅର୍ଥ "ମାଂଶପେଶୀ", ଓ ଆଲଗୋସ୍ (Greek άλγος algos, ଶବ୍ଦର ଅର୍ଥ ଯନ୍ତ୍ରଣା; ଏକତ୍ର କଲେ ମାଂସପେଶୀ ତନ୍ତୁ ଯନ୍ତ୍ରଣା ବୁଝାଯାଏ ।[୯]
ଆଧାର
ସମ୍ପାଦନା- ↑ "fibromyalgia". Collins Dictionaries. Retrieved 16 March 2016.
- ↑ ୨.୦ ୨.୧ Ngian GS, Guymer EK, Littlejohn GO (February 2011). "The use of opioids in fibromyalgia". Int J Rheum Dis. 14 (1): 6–11. doi:10.1111/j.1756-185X.2010.01567.x. PMID 21303476.
{{cite journal}}
: CS1 maint: multiple names: authors list (link) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Clauw, Daniel J. (16 April 2014). "Fibromyalgia". JAMA. 311 (15): 1547. doi:10.1001/jama.2014.3266. PMID 24737367.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Questions and Answers about Fibromyalgia". NIAMS. July 2014. Retrieved 15 March 2016.
- ↑ Buskila D, Sarzi-Puttini P (2006). "Biology and therapy of fibromyalgia. Genetic aspects of fibromyalgia syndrome". Arthritis Research & Therapy. 8 (5): 218. doi:10.1186/ar2005. PMC 1779444. PMID 16887010.
{{cite journal}}
: CS1 maint: unflagged free DOI (link) - ↑ "Fibromyalgia". American College of Rheumatology. May 2015. Retrieved 16 March 2016.
- ↑ Häuser W, Eich W, Herrmann M, Nutzinger DO, Schiltenwolf M, Henningsen P (June 2009). "Fibromyalgia syndrome: classification, diagnosis, and treatment". Dtsch Arztebl Int. 106 (23): 383–91. doi:10.3238/arztebl.2009.0383. PMC 2712241. PMID 19623319.
{{cite journal}}
: CS1 maint: multiple names: authors list (link) - ↑ Wang, SM; Han, C; Lee, SJ; Patkar, AA; Masand, PS; Pae, CU (June 2015). "Fibromyalgia diagnosis: a review of the past, present and future". Expert review of neurotherapeutics. 15 (6): 667–79. PMID 26035624.
- ↑ Bergmann, Uri (2012). Neurobiological foundations for EMDR practice. New York, NY: Springer Pub. Co. p. 165. ISBN 9780826109385.