କ୍ରେଅନ ସିନ-ଚାନ

(Crayon Shin-chanରୁ ଲେଉଟି ଆସିଛି)


କ୍ରେୟୋନ୍ ଶିନ୍ଚାନ୍ ( ଜାପାନୀ: クレヨンしんちゃん, ଇଂରାଜୀ:Crayon Shin-Chan) ଗୋଟାଏ ଜାପାନୀ ଆନିମେମାଂଗା ଚରିତ୍ରର ନାମ ଅଟେ । ଏହା ୟୋଶିତୋ ଉସୁଇଙ୍କଦ୍ୱାରା ରଚିତ । ଏହା ଏକ ବିଶ୍ୱପ୍ରସିଦ୍ଧ ଧାରାବାହିକ ।

ମାଂଗା ସମ୍ପାଦନା

୧୯୯୦ ମସିହାରେ ଏହାର ମାଂଗା ପ୍ରଥମେ ଜାପାନର ସାପ୍ତାକିକ ମାଂଗା ଆକ୍ଶନ୍ ନାମକ ଏକ ମ୍ୟାଗାଜି଼ନ୍ରେ ପ୍ରକାଶିତ ହୋଇଥିଲା । ୧୯୯୦ରୁ ୨୦୧୦ ପର୍ଯନ୍ତ୍ ଏହାର ୫୦ ଟା ମାଂଗା ଭଲ୍ୟୁମ୍ ପ୍ରକାଶିତ ହୋଇଥିଲା । ୨୦୦୯ରେ ଉସୁଇଙ୍କ ପରଲୋକ ଘଟିବା ପରେ ଏହାର ପ୍ରକାଶନ ସ୍ଥଗିତ ରହିଯାଇଥିଲା । କିନ୍ତୁ ୨୦୧୦ରେ ଉସୁଇଙ୍କ ଟୀମ୍ ଭଲ୍ୟୁମ୍ ୫୦ ସହ ଏକ ନୂଆ ମାଂଗାର ଘୋଷଣା କଲେ, ଯାହାର ନାମ ହେଲା ଶିନ୍ କ୍ରେୟନ୍ ଶିନ୍-ଚାନ୍(ନୁଆ କ୍ରେୟନ୍ ଶିନ୍-ଚାନ୍) । ୨୦୧୫ ସୁଦ୍ଧା ଏହାର ୪ଟି ଭଲ୍ଯୁମ୍ ପ୍ରକାଶିତ ହୋଇଛି ।
ବିଦେଶରେ ମଧ୍ୟ ଏହା ବହୁତ ଲୋକପ୍ରିୟ ହୋଇଛି । ବିଶେଷକରି ଚୀନ, ତାଇୱାନ, ମାଲେସିଆ, ଇଣ୍ଡୋନେସିଆ, କୋରିଆ, ଆମେରିକା, ସ୍ପେନଭିଏଟ୍ନାମ

ଆନିମେ ସମ୍ପାଦନା

ଏହାର ଆନିମେ ସଂସ୍କରଣ ପ୍ରଥମେ ୧୯୯୨ରେ ଜାପାନର 'ଟିଭି ଆସାହିରେ ପ୍ରସାରିତ ହୋଇଥିଲା । ଏହା ଶିଘ୍ର ଲୋକପ୍ରିୟତା ହାସଲ କରିଥିଲା । ପ୍ରଥମେ ଏହା ବୟସ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଧିରେ ଧିରେ ଏହା ପିଲା ସହ ସମସ୍ତଙ୍କର ପ୍ରିୟ ହୋଇଗଲା । ୨୦୧୫ ସୁଦ୍ଧା ଏହାର ୮୭୦ଟି ଏପିସୋଡ୍ ଜାପାନରେ ପ୍ରସାରିତ ହୋଇଛି । ଏହାର ୨୩ଟି ଫିଲ୍ମ୍ ମଧ୍ୟ ଜାପାନର ସିନେମା ଘରରେ ରିଲୀଜ଼ ହୋଇଛି ।
ଏହାର ଆନିମେଶନ୍ ବିଶ୍ୱର ଅନେକ ଦେଶରେ ଲୋକପ୍ରିୟତା ହାସଲ କରିଛି । ଏହା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି, ଯଥା - ଇଂରାଜୀ, ତାଗାଲଗ୍,ଜର୍ମାନ୍,ଡଚ୍,ଫ୍ରେଞ୍ଛ,ଗ୍ରୀକ୍,ଇଟାଲିଆନ୍,ସ୍ପାନିଶ୍,କାଟାଲାନ୍, ଚୀନା, କୋରିଆନ୍, ଭିଏଟ୍ନାମୀ, ହିନ୍ଦୀ, ତାମିଳ, ତେଲୁଗୁ, ଥାଇ, ମାଲାୟ, ଇଣ୍ଡୋନେସିଆନ୍, ଇତ୍ୟାଦି ।

ଭାରତରେ ସମ୍ପାଦନା

ଭାରତରେ ଏହାର ମାଂଗା ସଂସ୍କରଣ ପ୍ରକାଶିତ ହୋଇନାହିଁ । କିନ୍ତୁ ଏହାର ଆନିମେଶନ୍ ଶୃଂଖଳା ବହୁତ ଲୋକପ୍ରିୟ ହୋଇଛି । ଭାରତରେ ଏହା ୨୦୦୬ରେ ସର୍ବପ୍ରଥମେ ପ୍ରସାରିତ ହୋଇଥିଲା । ଏହା ହିନ୍ଦୀ, ତେଲୁଗୁ ଏବଂ ତାମିଳ ଭାଷାରେ ଉପଲବ୍ଧ । ଏହା ହଂଗାମା ଟିଭିରେ ପ୍ରସାରଣ ହୁଏ । । ଏହର ୧୨ଟି ଫିଲ୍ମ୍ ମଧ୍ୟ ଅନୁବାଦ ହୋଇ ପ୍ରସାରିତ ହୋଇଛି ।

ପାତ୍ରମାନେ ସମ୍ପାଦନା

  • ଶିନନୋସୁକେ ନୋହାରା (ଶିନ୍-ଚାନ୍)
  • ମିସାଏ ନୋହାରା (ମିଟ୍ସୀ)
  • ହିରୋଶି ନୋହାରା (ହ୍ଯାରୀ)
  • ହିମାୱାରି ନୋହାରା (ହିମା)
  • ଶିରୋ
  • କାଜାମା ତୋରୁ
  • ନେନେ ସାକୁରାଦା
  • ମାସାଓ ସାତୋ
  • ବୋ-ଚାନ୍
  • ନାନାକୋ ଓଓହାରା
  • ୟୋଶିନାଗା ମିଦୋରି
  • ମାତ୍ସୁଜାକା ଉମେ
  • ମାସୁମି ଆଗେଓ
  • ଆଇ ସୁଓତୋମେ
  • ମିଚ୍ଚି ଏବଂ ୟୋଶିରିନ୍
  • ଗିନନୋସୁକେ ନୋହାରା
  • ତ୍ସୁରୁ ନୋହାରା
  • ୟୋଶିଜି କୋୟାମା
  • ହିସାଏ କୋୟାମା
  • ମୁସାଏ କୋୟାମା
  • ମାସାଏ କୋୟାମା
  • ୟୋନ୍ରୋ
  • ଆତ୍ସୁକୋ ଏବଂ ଆତ୍ସୁମି

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା