ଚକ୍ରଧର ବେହେରା

ଓଡ଼ିଆ ରାଜନୀତିଜ୍ଞ
(Chakradhar Beheraରୁ ଲେଉଟି ଆସିଛି)

ଚକ୍ରଧର ବେହେରା (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩), ଲୋକପ୍ରିୟ ବିପ୍ଲବୀ ଭାବରେ ପରିଚିତ। ସେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଓ କବି ଥିଲେ । ସେ ବ୍ରିଟିଶ ସରକାର ଓ କନିକା ରାଜାଙ୍କ ମିଳିତ ଶକ୍ତି ବିରୋଧରେ ହେଇଥିବା ଚାଷୀ ବିଦ୍ରୋହର ମୁଖ୍ୟ ନାୟକ ଥିଲେ। ସେ ମଧ୍ୟ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।[]

ଚକ୍ରଧର ବେହେରା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀପୂର୍ବ ଭଦ୍ରକ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନନ୍ଦକିଶୋର ଜେନା
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1894-07-16)୧୬ ଜୁଲାଇ ୧୮୯୪
ଆଙ୍କପଡା, ଭଦ୍ରକ
ମୃତ୍ୟୁ୧ ଜାନୁଆରୀ ୧୯୭୩(1973-01-01) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ

ରାଜନୈତିକ ଜୀବନ

ସମ୍ପାଦନା

ସେ ୧୯୨୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ । କନିକା ପ୍ରଜାମେଳିରେ ସେ ଅଂଶଗ୍ରହଣ କରିଥିଲେ ।[] ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[] ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ ।[] ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ରଚନାବଳୀ

ସମ୍ପାଦନା

ଚକ୍ରଧର ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ପରିଚିତ ଥିଲେ । "ବନ୍ଦୀର ବିଳାପ" ଓ "ଜୟନ୍ତୀ" ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ ।[]

ମୃତ୍ୟୁ

ସମ୍ପାଦନା

ଚକ୍ରଧର ବେହେରା ୧୯୭୩ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ୯ ଫେବୃଆରୀ ୧୯୭୩ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[]

  1. ୧.୦ ୧.୧ ୧.୨ "Late Chakradhar Behera". odishaassembly.nic.in. Odisha Assembly. Retrieved 17 April 2019.
  2. Mahotsav, Amrit. "Bandira Bilapa by Chakradhara Behera". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.{{cite web}}: CS1 maint: unrecognized language (link)
  3. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  4. "MLA Chakradhar Behera Profile | CHANDABALI Constituency". odishahelpline.com. Retrieved 2019-04-17.
  5. "Orissa 1951". Election Commission of India (in Indian English). Retrieved 2019-06-27.
  6. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୦୧/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. ସମ୍ବାଦ. Retrieved 1 January 2020.
  7. "MLA Chakradhar Behera Profile | CHANDABALI Constituency". naveenpatnaik.com. Archived from the original on 2017-10-21. Retrieved 2019-04-17.