ନନ୍ଦକିଶୋର ଜେନା

ଓଡ଼ିଆ ରାଜନୀତିଜ୍ଞ

ନନ୍ଦକିଶୋର ଜେନା (୨୨ ଡିସେମ୍ବର ୧୯୧୬ - ୧୨ ଜୁନ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ନନ୍ଦକିଶୋର ଜେନା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀବୈରାଗୀ ଜନେ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-12-22)୨୨ ଡିସେମ୍ବର ୧୯୧୬
ମୃତ୍ୟୁ୩ ମାର୍ଚ୍ଚ ୨୦୧୪(2014-03-03) (ବୟସ ୯୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜେମାମଣି ଜେନା
ସନ୍ତାନ୧ ଝିଅ
ବାପା/ବୋଉହରିହର ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ନନ୍ଦକିଶୋର ଜେନା ୧୯୧୬ ମସିହାର ଡିସେମ୍ବର ମାସ ୨୨ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ହରିହର ଜେନା ।[୧] ନନ୍ଦକିଶୋରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା ।[୩] ସେ ଜେମାମଣି ଦେବୀଙ୍କୁ ବିବାହ କରିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନନ୍ଦ କିଶୋର ଜେନା ୧୯୩୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୧] ସେତେବେଳେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୧] ଲବଣ ସତ୍ୟାଗ୍ରହ ସମୟରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା ।[୧] ଭାରତ ସ୍ୱାଧୀନ ହେବାପରେ ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ନନ୍ଦକିଶୋର ଜେନା ୨୦୧୪ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୨ ଜୁନ ୨୦୧୪ରେ ଓଡ଼ିଶା ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Late Nanda Kishore Jena". odishaassembly.nic.in. Odisha Assembly. Retrieved 16 April 2019.
  2. "MLA Nanda Kishore Jena Profile | CHANDABALI Constituency". naveenpatnaik.com. Archived from the original on 2017-10-21. Retrieved 2019-04-16.
  3. ୩.୦ ୩.୧ ୩.୨ "MLA Nanda Kishore Jena Profile | CHANDABALI Constituency". www.odishahelpline.com. Retrieved 2019-04-16.
  4. "Chandbali Elections Results 2014, Current MLA, Candidate List of Assembly Elections in Chandbali, Orissa". www.elections.in. Retrieved 2019-04-16.
  5. "Orissa Assembly Election Results in 1957". www.elections.in. Retrieved 2019-04-16.