ଶଙ୍କରାଚାର୍ଯ୍ୟ

ଅଦୈତ ବେଦାନ୍ତ ପରମ୍ପରାର ମୁଖ୍ୟ

ଶଙ୍କରାଚାର୍ଯ୍ୟ (ସଂସ୍କୃତ: शङ्कराचार्य, IAST: Śaṅkarācārya, "ଶଙ୍କର-ଆଚାର୍ଯ୍ୟ") ହେଉଛି ଏକ ଧାର୍ମିକ ପଦବୀ ଯେଉଁଥିରେ ସନାତନ ଧର୍ମର ରକ୍ଷା ନିମନ୍ତେ ଆଦିଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ମଠର ମଠାଧୀଶମାନେ ଜଣାଯାଆନ୍ତି । ଅଦୈତ ବେଦାନ୍ତର ସଂସ୍ଥାପକ ଆଦି ଶଙ୍କରାଙ୍କଠାରୁ ଏହି ପଦବୀଟି ଆସିଛି ।

Adi shankara
ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଚାରିଜଣ ଶିଷ୍ୟ - ପଦ୍ମପାଦାଚାର୍ଯ୍ୟ, ସୁରେଶ୍ୱରାଚାର୍ଯ୍ୟ, ହସ୍ତାମଳକାଚାର୍ଯ୍ୟ ଏବଂ ତତ୍ତ୍ୱକାଚାର୍ଯ୍ୟ ।

ପରମ୍ପରାର ପ୍ରତିଷ୍ଠା ସମ୍ପାଦନା

ଆଦି ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ରକ୍ଷା ନିମନ୍ତେ ଭାରତର ଚାରି ଦିଗରେ ଚାରୋଟି ମଠ ସ୍ଥାପନ କରିଥିଲେ ଏବଂ ଏହି ମଠର ମଠାଧୀଶଙ୍କୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିବା ସହିତ ମଠର ଦାୟିତ୍ୱ ଦେଇଥିଲେ । ମଠ ପ୍ରତିଷ୍ଠା ପରେ ତାଙ୍କର ଚାରି ପ୍ରମୁଖ ଶିଷ୍ୟଙ୍କୁ ସେ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କରିଥିଲେ । ଶଙ୍କରାଚାର୍ଯ୍ୟ ପଦବୀରେ ଥିବା ସନ୍ଥଙ୍କର ମୁଖ୍ୟ କାମ ଥିଲା ଅଦୈତ ବେଦାନ୍ତର ପ୍ରଚାର କରିବ ଏବଂ ସନାତନ ଧର୍ମର ରକ୍ଷା ନିମନ୍ତେ ଆବଶ୍ୟକୀୟ ପନ୍ଥାମାନ ଗ୍ରହଣ କରିଥିବା ।[୧][୨] ଦକ୍ଷିଣ ଭାରତର ଅନ୍ୟ ଏକ ମଠ କାଞ୍ଚି କାମକୋଟି ପୀଠର ଇତିହାସ ଆଦି ଶଙ୍କରାଚାର୍ଯ୍ୟଙ୍କ ସହିତ ଜଡ଼ିଥିଲେ ଥିଲେ ମଧ୍ୟ ଏହାର ମୁଖ୍ୟକୁ "ଶଙ୍କରାଚାର୍ଯ୍ୟ" ପରିବର୍ତ୍ତେ "ଆଚାର୍ଯ୍ୟ" କିମ୍ବା "ଜଗଦଗୁରୁ" କୁହାଯାଏ ।

ନିମ୍ନରେ ଥିବା ସାରଣୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରୋଟି ମଠର ପ୍ରଥମ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।[୩]

ଶିଶ୍ୟ ଦିଗ ମଠ ମହାବାକ୍ୟ ବେଦ ସମ୍ପ୍ରଦାୟ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ
ପଦ୍ମପାଦ ପୂର୍ବ ଗୋବର୍ଦ୍ଧନ ପୀଠ, ପୁରୀ ପ୍ରଜ୍ଞାନଂ ବ୍ରହ୍ମ (ଚେତନା ହିଁ ସର୍ବୋଚ୍ଚ ପ୍ରାଣୀ) ଋଗ ବେଦ ଭୋଗବଳା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
ହସ୍ତାମଳକାଚାର୍ଯ୍ୟ ଦକ୍ଷିଣ ଶୃଙ୍ଗେରୀ ଶାରଦା ପୀଠ ଅହଂ ବ୍ରହ୍ମାଶ୍ମି (ମୁଁ ହିଁ ଶ୍ରେଷ୍ଠ) ଯଜୁର ବେଦ ଭୂରିବଳା ଶ୍ରୀ ଭାରତୀ ତୀର୍ଥ
ସୁରେଶ୍ୱର ପଶ୍ଚିମ ଦ୍ୱାରକା ଶରଦା ପୀଠ ତତ୍ତ୍ୱମସି (ତାହା ତୁମ୍ଭେ ଅଟ) ସାମା ବେଦ କିତବଳା ସ୍ୱାମୀ ସଦାନନ୍ଦ ସରସ୍ୱତୀ[୪]
ତତ୍ତ୍ୱକାଚାର୍ଯ୍ୟ ଉତ୍ତର ଜ୍ୟୋତିର୍ମଠ, ବଦ୍ରିନାଥ ଅୟମାତ୍ମାନଂ ବ୍ରହ୍ମ (ଏହି ଆତ୍ମା ହେଉଛନ୍ତି ସର୍ବୋଚ୍ଚ ବ୍ୟକ୍ତି) ଅଥର୍ବ ବେଦ ନନ୍ଦବଳା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ (ପ୍ରତିଦ୍ୱନ୍ଦ୍ୱିତା) /

ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ (ବିବାଦୀୟ)[୫]

ବ୍ୟୁତ୍ପତ୍ତି ସମ୍ପାଦନା

ଶଙ୍କରାଚାର୍ଯ୍ୟ ଶବ୍ଦ ଶଙ୍କର ଏବଂ ଆଚାର୍ଯ୍ୟ ନାମକ ଦୁଇଟି ଶବ୍ଦକୁ ନେଇ ଗଠିତ । ଆଚାର୍ଯ୍ୟ ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ଗୁରୁ ବା ଶିକ୍ଷକ, ତେଣୁ ଶଙ୍କରାଚାର୍ଯ୍ୟର ଅର୍ଥ ହେଉଛି ଶଙ୍କରଙ୍କ ମାର୍ଗରେ ପରିଚାଳିତ କରୁଥିବା । [୬]

ଆଧାର ସମ୍ପାଦନା

  1. Waite, Dennis, 1948- (2010). The book of one : the ancient wisdom of Advaita ([2nd ed.] ed.). Winchester, UK: O Books. ISBN 9781846943478. OCLC 573397586.{{cite book}}: CS1 maint: multiple names: authors list (link) CS1 maint: numeric names: authors list (link)
  2. Barrett, David V. (2001). The new believers : a survey of sects, cults, and alternative religions. Barrett, David V. London: Cassell. ISBN 0304355925. OCLC 44933824.
  3. "Adi Shankara's four Amnaya Peethams". Archived from the original on 26 June 2006. Retrieved 2006-08-20.
  4. "Swami Swaroopanand Saraswati's successors: TWO Shankaracharyas of two different Peeths now - DETAILS here". Zee News (in ଇଂରାଜୀ). Retrieved 2023-05-06.
  5. "Swami Swaroopanand Saraswati's successors: TWO Shankaracharyas of two different Peeths now - DETAILS here". Zee News (in ଇଂରାଜୀ). Retrieved 2023-05-06.
  6. Snow, Michael J. (October 2018). Mindful philosophy. Milton Keynes. ISBN 9781546292388. OCLC 1063750429.{{cite book}}: CS1 maint: location missing publisher (link)

ବାହାର ଲିଙ୍କ୍ ସମ୍ପାଦନା