ହୋ ଜନ‌ଜାତି

ଭାରତୀୟ ଆଦିବାସୀ (ଅନୁସୂଚିତ ଜନଜାତି)

ହୋ ଏକ ଅନୁସୁଚିତ ଜନଜାତି । ଏହି ଜନଜାତିର ଅଧିବାସୀମାନେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ଏହା ଓଡ଼ିଶାର ଏକ ବହୁ ପୁରାତନ ଜନଜାତି । ଏମାନେ ହୋ ଭାଷା (ଏକ ପ୍ରକାରର ମୁଣ୍ଡା ଭାଷା)ରେ କଥାବାର୍ତ୍ତା କରିଥାନ୍ତି । ଅଧୁନା ୧୦ ଲକ୍ଷରୁ ଅଧିକ ଲୋକ ଏହି ଭାଷାରେ କଥା ହେଉଛନ୍ତି ।[୧]

ହୋ
Ho tribes dancing during a function.
ସମୁଦାୟ ଜନସଂଖ୍ୟା
୧,୦୦୦,୦୦୦+
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
              ଝାଡ଼ଖଣ୍ଡ700,000
              ଓଡ଼ିଶା200,000
ଭାଷାସମୂହ
ବରାଙ୍ଗ ଚିଢି
ଧର୍ମ
ଆଦିମ
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା  • ସାନ୍ତାଳ  • କୋହ୍ଲ

ଅବସ୍ଥିତି ସମ୍ପାଦନା

ହୋ ଜନ‌‌‌‌ ଜାତିର ଆଦିବାସୀମାନେ ନଦୀ କୂଳରେ ଜଙ୍ଗଲରେ ନିଜ ଅଞ୍ଚଳର ଆଦିବାସୀମାନଙ୍କ ସାଙ୍ଗରେ ରହିବା ପାଇଁ ଭଲ ପାଆନ୍ତି । ସେମାନେ ନିଜ ପରିବାରର ଲୋକଙ୍କ ସାଙ୍ଗରେ ରହିଥାନ୍ତି ।

ଜାତି ଓ ଉପଜାତି ସମ୍ପାଦନା

ହୋ ଜନଜାତିରେ ବିଭିନ୍ନ ପ୍ରକାର ଉପଜାତି ଅଛି, ଯଥା: ପୂର୍ତ୍ତି, ଗାଗରାଇ, ହେମ୍ବ୍ରମ, ସିଂକୁ, ବାଙ୍କିରା, ବଦରା, ସାମାଡ଼, ଗୋଇପାଇ, ସଏ ଇତ୍ୟାଦି । ହୋ ଜନଜାତିର ଆଦିବାସୀମାନଙ୍କର ଅଲଗା ଗୋତ୍ର ମଧ୍ୟ ଥାଏ, ଯଥା ଭେଙ୍ଗରା, ହଂସା, ବାଲୁମ, କଣ୍ଡରୁ ଓ ବୋଦରା ଇତ୍ୟାଦି ।

ଜୀବନ ଶୈଳୀ ସମ୍ପାଦନା

ପାରିବାରିକ ଜୀବନ ସମ୍ପାଦନା

ଏମାନେ ମୁଖ୍ୟତଃ ନାଚ ଗୀତରେ ଜୀବନ ଅତିବାହିତ କରିବା ପସନ୍ଦ କରନ୍ତି । ସେମାନେ ନିଜ ପରିବାର ଅର୍ଥାତ ମା, ବାପା, ଭାଇ, ଭଉଣୀ, ଦାଦା, ଖୁଡ଼ୀଙ୍କ ସହ ମିଳିମିଶିରହିବା ଭଲ ପାଆନ୍ତି । ହୋ ଜନଜାତିର ନାରୀମାନେ ଘରେରହି ଘର ତଥା ଘର ଲୋକଙ୍କର ରକ୍ଷଣାବେକ୍ଷଣା କରନ୍ତି । ସେମାନେ ସଜାଇ ହୋଇରହିବାରେ ବହୁ ଆନନ୍ଦ ପାଆନ୍ତି । ଆଜିକାଲି ୨୦ ପ୍ରତିଶତ ହୋ ଜନଜାତିର ନାରୀମାନେ ପାଠାପଢାରେ ମଧ୍ୟ ଧ୍ୟାନ ଦେଲେଣି । ଏହି ଜନଜାତିର ଲୋକେ ପରିବାର ବର୍ଗଙ୍କ ସହରହିବା ପାଇଁ ଭଲ ପାଆନ୍ତି ।

ବିବାହ ଶୈଳୀ ସମ୍ପାଦନା

ହୋମାନଙ୍କର ପାଇଁ ବିବାହ ହେଉଛି ଜୀବନର ଏକା ମୁଖ୍ୟ ଭାଗ । ସେମାନଙ୍କର ବିବାହ କୌଣସି ପର୍ବପର୍ବାଣିଠାରୁ କମ ନୁହେଁ । ଏହି ସମୟରେ ପରିବାର ଉତ୍ସବ ମୁଖରିତ ହୋଇ ଉଠିଥାଏ । ବନ୍ଧୁମିଳନ ସାଙ୍ଗକୁ ଭୋଜିର ବ୍ୟବସ୍ଥା ହୋଇଥାଏ । ସେମାନଙ୍କର ବିବାହ ପ୍ରଥା ଅତି ସାଧାରଣ ଓ ଆଧୁନିକ ଓଡ଼ିଆ ସମାଜର ବିବାହ ପ୍ରଥାଠାରୁ ଅଲଗା । ହୋ'ମାନଙ୍କ ମତରେ ନିଜର ବଂଶରକ୍ଷା ତଥା ଆଦିବାସୀ ପ୍ରଥାରଖିବା ପାଇଁ ବିବାହ ପ୍ରଥା ବହୁ ଜରୁରୀ । ବିବାହ ପ୍ରଥା ହେଉଛି ଦୁଇ ଶରୀର ତଥା ଦୁଇ ଆତ୍ମାର ମିଳନ । ଏହା ଏକ ଗୁରୁ ଦାୟିତ୍ୱ ଆଗାମୀ ପିଢ଼ିକୁ ସମାଜକୁ ଆଣିବା ତଥା ତାଙ୍କର ଠିକ ଭାବେ ଲାଳନପାଳନ କରିବା । ହୋ ଜନଜାତିରେ ଭିନ୍ନ ଜାତିରେ ବିବାହ ପ୍ରଥା ପ୍ରଚଳିତ ହେଲେ ମଧ୍ୟ ଉପଜାତି-ଉପଜାତି ମଧ୍ୟରେ ବିବାହକୁ ଅପରାଧ ଭାବେ ବିବେଚନା କରାଯାଏ । ଯଦି କେହି ହୋ ଜନଜାତିର ପରିବାର ସମାନ ଗୋତ୍ରର ପରିବାର ଲୋକଙ୍କ ସାଙ୍ଗରେ ବିବାହ ପ୍ରସ୍ତାବ ଠିକ କରେ ତେବେ ସେମାନଙ୍କୁ ହୋ ଜାତିରୁ ବାସନ୍ଦ କରାଯାଏ କିମ୍ବା ଦଣ୍ଡ ହିସାବରେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ । ଏହି ଜନଜାତିରେ ବିଭିନ୍ନ ପ୍ରକାରର ବିବାହ ପ୍ରଥା, ଯଥା: ତିପି ଆନ୍ଦି (ପ୍ରେମ ବିବାହ) ଏବଂ ଜି‌‌ସୁକୁ ଆନ୍ଦି (ମଧ୍ୟସ୍ଥି ବିବାହ) ଆଦି ପ୍ରଚଳିତ ଅଛି । ତିପି ଆନ୍ଦିରେ ଯୁବକ ଯୁବତୀ ସାମୁହିକ ନାଚ ଗୀତ ବେଳେ କିମ୍ବା ହାଟ, ବଜାରରେ ପରସ୍ପରକୁ ଦେଖି ପସନ୍ଦ କରିଥାନ୍ତି । ପରେ ସେମାନେ ବିବାହ କରିଥାନ୍ତି । ଏହି ବିବାହରେ କେବେ କେବେ ସେମାନେ ଘର ଲୋକଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ବେଳେ ବେଳେ ସେମାନଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଥାଏ । ଜିସୁକୁ ଆନ୍ଦି ଦୁଇ ପରିବାରର ବୁଝାମଣାରେ ହୋଇଥାଏ । ଏଥିରେ ରାଏବାର(ମଧ୍ୟସ୍ଥି)ଙ୍କର ଭୂମିକା ଗୁରୁତ୍ୱପୂର୍ଣ । ରାଏବାର ଦୁଇ ପକ୍ଷରେ ଥାଆନ୍ତି । ବରପକ୍ଷରୁ ପ୍ରଥମେ ମଧ୍ୟସ୍ଥିକୁ କନ୍ୟାପକ୍ଷର ମଧ୍ୟସ୍ଥିପାଖକୁ ପଠାଯାଏ । କନ୍ୟାପକ୍ଷର ମଧ୍ୟସ୍ଥି କନ୍ୟାଘରକୁ ଯାଇ ପ୍ରସ୍ତାବ ଦିଅନ୍ତି । କନ୍ୟାପକ୍ଷ ରାଜି ହେଲାପରେ କନ୍ୟାପକ୍ଷର ମଧ୍ୟସ୍ଥି ବରପକ୍ଷ ମଧ୍ୟସ୍ଥିକୁ ଖବର ପଠାଏ । ପରେ ନିର୍ଦ୍ଧାରିତ ତାରିଖରେ ବରପକ୍ଷ କନ୍ୟାଘରକୁ କନ୍ୟା ଦେଖିଯାଆନ୍ତି । ଉଭୟପକ୍ଷ ରାଜି ହେଲେ କନ୍ୟାପକ୍ଷରୁ ବରଘରକୁ ଯାଆନ୍ତି ।

ବିବାହ ପୂର୍ବ ପରମ୍ପରା ସମ୍ପାଦନା

ଉଭୟ ପକ୍ଷରାଜି ହେଲାପରେ ବିବାହ ତାରିଖ ସ୍ଥିର କରାଯାଏ । ଏହା ପରର ସମୟ ବର ଏବଂ କନ୍ୟା ପାଇଁ ଗୁରୁତ୍ତ୍ୱପୂର୍ଣ୍ନ ଅଟେ । ଏହି ସମୟ ମଧ୍ୟରେ ଗନଂ ସିଡ (ବିବାହ ପୁର୍ବର ବୁଝାମଣା) କରାଯାଏ । ଏଥିରେ ବର ପକ୍ଷରୁ କନ୍ୟାପକ୍ଷକୁ କଣ ଦିଅଯିବ ତାହା ଧାର୍ଯ୍ୟ କରାଯାଏ ।

ପୋଷାକ ପରିଧାନ ଓ ଅଳଙ୍କାର ସମ୍ପାଦନା

ପୋଷାକ ଅନ୍ୟ ଏକ ମୁଖ୍ୟ ଆକର୍ଷଣ ବିବାହ ପରିବେଶର ।

ନାଚ ଗୀତ ସମ୍ପାଦନା

ଏହି ଜନଜାତିର ବିବାହ ସମୟର ନାଚଗୀତ ହୋଇଥାଏ । ନାଗରା,ଦୁମେଂ,ବାନାମ୍ ଆଦି ନାନା ପ୍ରକାରର ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଇଥାଏ । ପୁରୁଷମାନେ ବାଦ୍ୟ ବଜାଇଲା ବେଳେ ପୁରୁଷ, ମହିଳା, ଯୁବକ, ଯୁବତୀ ହାତ ଧରାଧରି ହୋଇ ହାଣ୍ଡିଆ ପିଇ ସାରା ରାତି ନାଚଗୀତରେ ମସଗୁଲ ହୋଇଥାନ୍ତି ।

କନ୍ୟା ବିଦାୟ ସମ୍ପାଦନା

ଖାଦ୍ୟ ପଦ୍ଧତି ସମ୍ପାଦନା

ବନ୍ଧୁ ମିଳନ ସମ୍ପାଦନା

ଆଧାର ସମ୍ପାଦନା

  1. "The Ho language". Swarthmore College Laboratory for Endangered Languages Research and Documentation. Retrieved 16 May 2014.

ଅଧିକ ତଥ୍ୟ ସମ୍ପାଦନା