ହୃଷିକେଶ ନାଏକ
ହୃଷିକେଶ ନାଏକ (ଜନ୍ମ: ୨୧ ଜାନୁଆରୀ ୧୯୪୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ହୃଷିକେଶ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ପାଞ୍ଚଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୮୮୫, ୧୯୯୫, ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ହୃଷିକେଶ ନାଏକ | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ମହେଶ୍ୱର ମାଝି |
ପର ଅଧିକାରୀ | କାହ୍ନୁ ଚରଣ ନାଏକ |
ନିର୍ବାଚନ ମଣ୍ଡଳୀ | ପାଟଣା |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | କାହ୍ନୁ ଚରଣ ନାଏକ |
ପର ଅଧିକାରୀ | ଗୌରହରି ନାୟକ |
ନିର୍ବାଚନ ମଣ୍ଡଳୀ | ପାଟଣା |
ବିଧାୟକ: ୧୪ଶ, ୧୫ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଗୌରହରି ନାଏକ |
ନିର୍ବାଚନ ମଣ୍ଡଳୀ | ପାଟଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଜାନୁଆରୀ ୧୯୪୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପୂର୍ଣ୍ଣମୀ ନାଏକ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ବଳରାମ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାହୃଷିକେଶ ନାଏକ ୧୯୪୧ ମସିହାର ଜାନୁଆରୀ ମାସ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବଳରାମ ନାଏକ ।[୧] ହୃଷିକେଶଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ସିଟି ।[୧] ତାଙ୍କ ପତ୍ନୀଙ୍କ ନାମ ପୂର୍ଣ୍ଣମୀ ନାଏକ ।[୧]
ରାଜନୈତିକ ଜୀବନ
ସମ୍ପାଦନାହୃଷିକେଶ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳରର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୧] ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଛନ୍ତି ।[୧]