ହୃଦାନନ୍ଦ ରାୟ
ହୃଦାନନ୍ଦ ରାୟ (୧୦ ମଇ ୧୯୩୦ - ୨୭ ଜୁଲାଇ ୨୦୧୫) ଜଣେ ଓଡ଼ିଆ ସାହିତ୍ୟିକ[୧], ଦାର୍ଶନିକ ଓ ଶିକ୍ଷାବିତ । ସେ ବହୁ କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ ଲେଖିବା ସହ ଜଣେ ବାଗ୍ମୀ ଓ ବକ୍ତା ଭାବରେ ଓଡ଼ିଶା ଓ ବାହାରେ ପରିଚିତ । ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମାଜର ହିତ ଦିଗରେ କାର୍ଯ୍ୟ କରିଥିଲେ ।[୨]
ହୃଦାନନ୍ଦ ରାୟ | |
---|---|
ଜନ୍ମ | ଗୋବିନ୍ଦ ତୋଟା, ନାଉଗାଁ, ଜଗତସିଂହପୁର | ୧୦ ମଇ ୧୯୩୦
ମୃତ୍ୟୁ | ୨୭ ଜୁଲାଇ ୨୦୧୫ | (ବୟସ ୮୫)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ରେଭେନ୍ସା କଲିଜିଏଟ ସ୍କୁଲ |
ପ୍ରସିଦ୍ଧି | ସାହିତ୍ୟିକ, ଦାର୍ଶନିକ ଓ ଶିକ୍ଷାବିତ |
ସନ୍ତାନ | ରଞ୍ଜିତ, ବିକ୍ରମ, ସଂଗ୍ରାମ, ନୟନତାରା |
ପୁରସ୍କାର | ଶାରଳା ପୁରସ୍କାର |
ଦସ୍ତଖତ | |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାହୃଦାନନ୍ଦ, ୧୯୩୦ ମଇ ୧୦ତାରଖରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋବିନ୍ଦ ତୋଟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲିଜିଏଟ ସ୍କୁଲରୁ ମାଟ୍ରିକ ପାସ କରି ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଆଇ.ଏ, ୧୯୫୦ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୫୨ ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସର୍ବଭାରତୀୟସ୍ତରରେ ସେ "ଗାଏକୱର୍ଡ୍-ଫେଲୋସିପ" ଲାଭ କରିଥିଲେ ।
ବୃତ୍ତିଗତ ଜୀବନ
ସମ୍ପାଦନା୧୯୫୮ମସିହାରେ, ହୃଦାନନ୍ଦ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ।[୩] ଏଠାରେ ସେ, ଅଧ୍ୟାପକରୁ ପ୍ରାଧ୍ୟାପକ ଓ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ସେ ଅଧ୍ୟକ୍ଷ[୪] ଭାବରେ କାର୍ଯ୍ୟ କରି ୧୯୮୮ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ, ସେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଭାବରେ ୪ ବର୍ଷ କାର୍ଯ୍ୟ କରିଥିଲେ ।
ସାହିତ୍ୟିକ ଓ ସାମାଜିକ ଜୀବନ
ସମ୍ପାଦନାଧର୍ମ, ସାହିତ୍ୟ, ସଂସ୍କୃତିର ଜଣେ ବାଗ୍ମୀ ଓ ବକ୍ତାଭାବରେ ହୃଦାନନ୍ଦ ଦେଶବିଦେଶରେ ପରିଚିତ । ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସେ କାର୍ଯ୍ୟ କରିଥିଲେ । ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ହୃଦାନନ୍ଦ କଳିଙ୍ଗ ଭାରତୀ ଅନୁଷ୍ଠାନରେ ଯୋଗଦେଇ ଭଞ୍ଜ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ପ୍ରାୟ ୨୦ଟିରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି । ସେ ବହୁବାର ରଥଯାତ୍ରାରେ ଧାରା ବିବରଣୀ ପ୍ରଦାନ ମଧ୍ୟ କରୁଥିଲେ । [୫]
ରଚନାବଳୀ
ସମ୍ପାଦନା- ଆମେରିକା: ଯେତିକି ଦେଖିଛି, ଯେତିକି ବୁଝିଛି
- ଶ୍ରୀ ଜଗନ୍ନାଥ ତତ୍ତ୍ୱ ରହସ୍ୟ
- କଳି ଭାଗବତ ସମୀକ୍ଷା
- ପତ୍ରେ ପୁଷ୍ପେ[୬]
- ଜଣେ ଅନୁଭବୀ ଅବୁଭବରେ(ଆତ୍ମଜୀବନୀ)
- ଶାରଳା ରତ୍ନଭଣ୍ଡାର ରସସାଗର
- ଭଞ୍ଜ-ଭାଗବତ
- ଅଦ୍ୱେତ ବେଦାନ୍ତ ପରିଚୟ
- ପାଶ୍ଚାତ୍ୟ ଦର୍ଶନର ଇତିହାସ
- ନବଜାତକ ତତ୍ତ୍ୱାର୍ଥ ଖଣ୍ଡ[୭]
- Dialectic[୮]
- Bicchanda Caraṇa Paṭṭanāẏaka[୯]
- Kant : An Exposition of Critique of Pure Reason
- Philosophical study on the Kaḷibhagabata, a verse work, by Abhirama Paramahaṃsa, 1904-1963
- Bicchanda Charaṇa Paṭṭanaẏaka and Bedabyasa-kr̥ta Brahmasutra[୧୦]
- Sankara as a Romantic Philosopher[୧୧]
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଆ ସାହିତ୍ୟ ଏକାଡେମୀ ସମ୍ମାନ (ଜାଣେ ଅନୁଭବୀ ଅନୁଭବରେ ପାଇଁ), ୨୦୦୩[୧୨]
- ଶାରଳା ପୁରସ୍କାର, ୨୦୦୫
- ସାହିତ୍ୟଶ୍ରୀ ସମ୍ମାନ
- ଓଡ଼ିଆ ଭୂଷଣ ସମ୍ମାନ
- ବ୍ୟାସଦେବ ସମ୍ମାନ
- ମଧୁ ସ୍ୱାଭିମାନ ସମ୍ମାନ[୧୩]
ଆଧାର
ସମ୍ପାଦନା- ↑ Patre pushpe prabandha. Oḍiśā Buk Shṭora. 2008. ISBN 978-81-7400-514-4.
- ↑ "Hrudananda Ray Dead". The New Indian Express. Archived from the original on 13 November 2015. Retrieved 10 May 2016.
- ↑ "Eminent writer Prof Hrudananda Ray passes away". dna. 28 July 2015. Retrieved 10 May 2016.
- ↑ Niranjan Mohanty (1987). The Philosophy of Thakur Sri Abhiram Paramahamsa. Sriguru Prakasani.
- ↑ "ସାହିତ୍ୟିକ ହୃଦାନନ୍ଦ ରାୟଙ୍କ ପରଲୋକ". ଧରିତ୍ରୀ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 29 July 2015.
- ↑ "ଆର୍କାଇଭ୍ କପି". Archived from the original on 2015-08-04. Retrieved 2015-07-29.
{{cite web}}
: Cite has empty unknown parameter:|1=
(help) - ↑ "ସାରସ୍ୱତ ସାଧକ ପ୍ରଫେସର୍ ହୃଦାନନ୍ଦ". ସମ୍ବାଦ ୧୦/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 10 May 2016.[permanent dead link]
- ↑ Dialectic. Santosh Publications. 1998. ISBN 978-81-86475-27-0.
- ↑ Bicchanda Caraṇa Paṭṭanāẏaka. Oḍiśā Sāhitya Ekāḍemī. 1990.
- ↑ http://odishasuntimes.com/2015/07/27/eminent-odisha-author-orator-prof-hrudananda-ray-is-no-more/
- ↑ Hrudananda Ray (1991). Sankara as a Romantic Philosopher. Akash Publications.
- ↑ http://odisha.gov.in/e-magazine/orissaannualreference/ora-2011/pdf/92-99.pdf
- ↑ "ପ୍ରଫେସର ହୃଦାନନ୍ଦ ରାୟଙ୍କ ପରଲୋକ". ସମ୍ବାଦ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Archived from the original on 4 March 2016. Retrieved 29 July 2015.