କଳିଙ୍ଗ ଭାରତୀ, କଟକ ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ବଳିଷ୍ଠ ସ୍ତମ୍ଭ। ବିଶିଷ୍ଟ ଲେଖକ ତଥା ଗବେଷକ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୪୪ ମସିହାରେ ପ୍ରତିଷ୍ଠିତ ଏହି ଅଗ୍ରଗାମୀ ସଂଗଠନ ଥିଲା ଇନ୍ଦ୍ରଧନୁ ବିଜୁଳି କଳିର ଏକ ନୂତନ ସଂସ୍କରଣ[୧]। ଏହା ପୂର୍ବରୁ ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଉତ୍କଳ ଛାତ୍ର ସାହିତ୍ୟ ସମାଜ ସହ ସମ୍ପୃକ୍ତ ଥିବା ଯୁବ ସଙ୍ଗଠକ ରଜତ କୁମାର କର କଳିଙ୍ଗ ଭାରତୀ ଆନୁକୂଲ୍ୟରେ ଭଞ୍ଜ ଜୟନ୍ତୀ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଉଥିଲେ[୨]। ଲୋକପ୍ରିୟ ବକ୍ତା ହୃଦାନନ୍ଦ ରାୟ ମଧ୍ୟ କଳିଙ୍ଗ ଭାରତୀ ସହ ସମ୍ପୃକ୍ତ ଥିଲେ[୩]