ହୃତ୍‌ପିଣ୍ଡ ଜନିତ ଝଟକା

ହୃତ୍‌ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ ହେଉଛି ହୃତ୍‌ପିଣ୍ଡର ଏକ ରୋଗ ଯାହା ଫଳରେ ଦୀର୍ଘ ସମୟ ଧରି ତନ୍ତ

ହୃତ୍‌ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ (Cardiogenic shock/ CS) ହେଉଛି ହୃତ୍‌ପିଣ୍ଡର ଏକ ରୋଗ ଯାହା ଫଳରେ ଦୀର୍ଘ ସମୟ ଧରି ତନ୍ତୁମାନଙ୍କୁ ରକ୍ତ ସରବରାହ ଯଥେଷ୍ଟ ହୁଏନାହିଁ ।[୨] ଏହାର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ମାନସିକ ସ୍ଥିତିରେ ପରିବର୍ତ୍ତନ ଏବଂ ଥଣ୍ଡା, ଓଦା, ନୀଳ ଚର୍ମରେ ଦାଗ ହୋଇପାରେ | [୨] ଗୋଡ଼ ଫୁଲିଯାଇପାରେ । [୨] ରୋଗ ଜଟିଳ ହେଲେ ବୃକ୍‌କ ବିଫଳତା, ଶ୍ୱାସକ୍ରିୟା ବିଫଳତା, ଏବଂ ଷ୍ଟ୍ରୋକ ହୋଇପାରେ । [୨]

Cardiogenic shock
Ultrasound showing cardiogenic shock due to myocarditis[୧]
ବିଭାଗCardiology
ଲକ୍ଷଣAltered mental status, clammy, bluish, or mottled skin.[୨]
କାରଣHeart attack, valvular heart disease, aortic dissection, cardiomyopathy, myocarditis, arrhythmia, beta blocker or calcium channel blocker overdose[୨]
ବିପଦ କାରକDiabetes, old age, females[୨]
ରୋଗ ନିର୍ଣ୍ଣୟ ପଦ୍ଧତିSBP < 90 mmHg, urine output < 30 mL/hr, cool extremities[୨]
ସଠିକ ରୋଗ ନିର୍ଣ୍ଣୟSeptic shock, neurogenic shock, hemorrhagic shock, obstructive shock[୨][୩]
ଚିକିତ୍ସାRaise blood pressure, support breathing, reverse any underlying causes[୨]
ମୃତ୍ୟୁ ସାନ୍ଦ୍ରତା30 to 80% risk[୨]

ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଉଛି ହୃଦ୍‌ଘାତ | [୨] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ କପାଟିକା ହୃଦ୍‌ରୋଗ, ମହାଧମନୀ ବ୍ୟବଚ୍ଛେଦନ, କାର୍ଡିଓମାୟୋପାଥି, ମାୟୋକାର୍ଡାଇଟିସ୍, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ବିଟା ବ୍ଲକର କିମ୍ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଔଷଧମାନଙ୍କର ଅତିମାତ୍ରା ହୋଇପାରେ | [୨] ସିସ୍ଟୋଲିକ ରକ୍ତଚାପ ୯୦ମିମିରୁ କମ ଓ ମୂତ୍ର ପରିମାଣ ୩୦ ମିଲି/ଘଣ୍ଟାରୁ କମ ବା ବାହୁ ଓ ଗୋଡ଼ ଥଣ୍ଡା ହୋଇଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ରକ୍ତନଳୀମାନଙ୍କରେ ଯଥେଷ୍ଟ ରକ୍ତ ଥିବା ସତ୍ତ୍ୱେ ଏହା ଘଟେ | [୪] କାର୍ଡିଆକ ଟାମ୍ପୋନେଡ ଏବଂ ଫୁସଫୁସ ଏମ୍ବୋଲିଜ୍ମ ରୋଗ ଦ୍ୱୟ ସାଧାରଣତଃ ଅବଷ୍ଟ୍ରକ୍ଟିଭ ଶକ୍‌ର କାରଣ ବୋଲି ଧରାଯାଏ ।[୩]

ଚିକିତ୍ସାର ପ୍ରାରମ୍ଭିକ ଲକ୍ଷ ହେଉଛି ରକ୍ତଚାପ ବୃଦ୍ଧି କରିବା, ଶ୍ୱାସକ୍ରିୟାକୁ ଉନ୍ନତ କରିବା ଏବଂ କୌଣସି ଅନ୍ତର୍ନିହିତ କାରଣକୁ ଓଲଟାଇ ପୂର୍ବାବସ୍ଥାକୁ ଆଣିବା | [୨] ଏଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ନର୍ ଏପିନେଫ୍ରିନ କିମ୍ବା ଡୋବୁଟାମିନ ଭଳି ଭାସୋପ୍ରେସିନ ଦିଆଯାଏ | [୨] ଔଷଧ ଦେବା ଏବଂ ଅବସ୍ଥା ଉପରେ ନଜର ରଖିବା ପାଇଁ ଏକ କେନ୍ଦ୍ରୀୟ ଏବଂ ଏକ ଧମନୀ ଲାଇନ ଉପ‌ଯୋଗୀ ହୋଇପାରେ । [୨] ଏହାର ମୂଳ କାରଣ ହେଉଛି ହୃଦଘାତ ହୋଇଥିଲେ ପ୍ରାଇମେରୀ ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ ଆବଶ୍ୟକ ହୁଏ । [୨] ଅନ୍ୟାନ୍ୟ ପ୍ରୟାସରେ ଏକ୍ସଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ, ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ ବା ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଏ । [୨] ମେକାନିକାଲ ଭେଣ୍ଟିଲେସନ କିମ୍ବା ଡାଏଲିସିସ ମଧ୍ୟ ଆବଶ୍ୟକ ହୋଇପାରେ | [୫] କେତେକ କ୍ଷେତ୍ରରେ ପାଲିଏଟିଭ ଯତ୍ନ ଉପଯୋଗୀ ହୋଇପାରେ | [୨]

ହୃତ୍‌ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ ପ୍ରାୟ ୭୦% ହୃଦ୍‌ଘାତକୁ ପ୍ରଭାବିତ କରେ | [୨] ହୃଦ୍‌ଘାତ ପାଇଁ ପ୍ରାଇମେରୀ ପରକ୍ୟୁଟାନିଅସ ହସ୍ତକ୍ଷେପ ଫଳରେ ଏହି ରୋଗ କମ ହେବାରେ ଲାଗିଛି | [୨] ଏହାର ପରିଣାମ ସାଧାରଣତଃ ଖରାପ ହୁଏ ଓ ୩୦%ରୁ ୮୦% ମୃତ୍ୟୁ ସଙ୍କଟ ରହିଥାଏ | [୨] ଏହି ଅବସ୍ଥା ପ୍ରଥମେ ୧୯୧୨ ମସିହାରେ ହେରିକଦ୍ୱାରା ବର୍ଣ୍ଣନା କରାଯାଇଥିଲା; ଯଦିଓ, ସାମ୍ପ୍ରତିକ ନାମ ୧୯୪୨ ମସିହା ପର୍ଯ୍ୟନ୍ତ ବ୍ୟବହାର କରାଯାଇନଥିଲା । [୬]

Video explanation of shock

ଆଧାରସମ୍ପାଦନ କରନ୍ତୁ

  1. "UOTW #7 - Ultrasound of the Week". Ultrasound of the Week. 30 June 2014. Retrieved 27 May 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Kosaraju, A; Pendela, VS; Hai, O (January 2020). "Cardiogenic Shock". PMID 29489148. Cite journal requires |journal= (help)
  3. ୩.୦ ୩.୧ "Shock - Critical Care Medicine". Merck Manuals Professional Edition. Retrieved 31 December 2020.
  4. Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.
  5. Simko, Lynn Coletta; Culleiton, Alicia L. (July 2019). "Cardiogenic shock with resultant multiple organ dysfunction syndrome". Nursing Critical Care. 14 (4): 26–33. doi:10.1097/01.CCN.0000565132.49413.54.
  6. Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.