ଡୋବୁଟାମିନ (ଇଂରାଜୀ ଭାଷାରେ Dobutamine) ଏକ ଔଷଧ ଯାହା କାର୍ଡ଼ିଓଜେନିକ ସକ୍ (cardiogenic shock) ଓ ହୃଦ୍‌ପାତରେ ବ୍ୟବ‌ହୃତ ହୁଏ ।[୧][୨] କେତେକ କାର୍ଡ଼ିଆକ ସ୍ଟ୍ରେସ ପରୀକ୍ଷାରେ (cardiac stress tests) ମଧ୍ୟ ଏହା ବ୍ୟବ‌ହୃତ ହୁଏ ।[୧] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ବା ଅସ୍ଥି ଭିତରେ ନିରନ୍ତର ଇଞ୍ଜ୍ୟୁଜନ (intraosseous continuous infusion) ଆକାରରେ ଦିଆଯାଏ ।[୧] ଆବଶ୍ୟକ ମୁତାବକ ଏହା ନିୟନ୍ତ୍ରଣ କରି ଦିଆଯାଏ ।[୧] ଏହାର ପ୍ରଭାବ ୨ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[୧]

ଡୋବୁଟାମିନ
Clinical data
Trade namesDobutrex, Inotrex, others
AHFS/Drugs.commonograph
MedlinePlusa682861
Pregnancy
category
  • B
Routes of
administration
Intravenous, intraosseous[୧]
ATC code
Legal status
Legal status
  • ℞ (Prescription only)
Pharmacokinetic data
Onset of actionWithin 2 min[୧]
Elimination half-life2 minutes
Identifiers
  • (RS)-4-(2-{[4-(4-hydroxyphenyl)butan-2-yl]amino}ethyl)benzene-1,2-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC18H23NO3
Molar mass301.38 g/mol
3D model (JSmol)
ChiralityRacemic mixture
  • Oc1ccc(cc1O)CCNC(C)CCc2ccc(O)cc2
  • InChI=1S/C18H23NO3/c1-13(2-3-14-4-7-16(20)8-5-14)19-11-10-15-6-9-17(21)18(22)12-15/h4-9,12-13,19-22H,2-3,10-11H2,1H3 checkY
  • Key:JRWZLRBJNMZMFE-UHFFFAOYSA-N checkY
  (verify)

ଡୋବୁଟାମିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃତ ହୃତ୍‌ଗତି ହାର (fast heart rate), ଅନିୟମିତ ହୃଦ୍‌ଗତି (irregular heart beat) ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ପ୍ରଦାହ ହୋଇପାରେ ।[୧][୩] ଇଡିଓପାଥିକ ହାଇପରଟ୍ରଫିକ ସବଆଓର୍ଟିକ ସ୍ଟେନୋସିସ (idiopathic hypertrophic subaortic stenosis) ରୋଗରେ ଏହା ଦିଆଯାଏ ନାହିଁ ।[୧] ବିଟା ରିସେପ୍ଟରକୁ (β1 receptors) ଉତ୍ତେଜିତ କରି ଏହା ହୃତ୍‌ପିଣ୍ଡ ମାଂସପେଶୀ ସଙ୍କୋଚନ ଶକ୍ତିକୁ ବୃଦ୍ଧି କରେ ।[୧] ସାଧାରଣତଃ ହୃଦ୍‌ଗତି (heart rate) ଉପରେ ଏହାର ପ୍ରଭାବ ନଥାଏ ।[୧]

ସନ ୧୯୭୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡୋବୁଟାମିନ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ପ୍ରଥମେ ଏହା ଆଇସୋପ୍ରୋଟେରେନୋଲରୁ (isoproterenol ପ୍ରସ୍ତୁତ କରାଯାଉଥିଲା ।[୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Dobutamine Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 11 January 2019.
  2. ୨.୦ ୨.୧ Wilson, William C.; Grande, Christopher M.; Hoyt, David B. (2007). Trauma: Critical Care (in ଇଂରାଜୀ). CRC Press. p. 302. ISBN 9781420016840.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 220–221. ISBN 9780857113382.