ହୁସେନ ରବି ଗାନ୍ଧୀ

ଓଡ଼ିଆ ସାହିତ୍ୟିକ

ହୁସେନ ରବି ଗାନ୍ଧୀ (୨୩ ଅପ୍ରେଲ ୧୯୪୮ - ୨୮ ଜାନୁଆରୀ ୨୦୨୩) ଜଣେ ଓଡ଼ିଆ ଲେଖକ ଓ ରାଜନେତା ଥିଲେ ।[୩] ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କଦ୍ୱାରା "ବିପ୍ଳବୀ ଲୋକ କବି"ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି "ଜିଆନି ଜେଲ୍ ସିଂ"ଙ୍କଦ୍ୱାରା ଧର୍ମନିରପେକ୍ଷ ଭାରତ ହରମୋନି ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୮-୨୦୧୦)ରେ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୪]

ଉତ୍କଳ ଜ୍ୟୋତି

ହୁସେନ ରବି ଗାନ୍ଧୀ
ଜନ୍ମ ଓ ଜନ୍ମସ୍ଥାନ(1948-04-23)୨୩ ଅପ୍ରେଲ ୧୯୪୮


[୧]
ମୁଫତି ବାଗ, ହଳଦୀଗୋଡ଼ିଆ, ଯାଜପୁର, ଭାରତ
ମୃତ୍ୟୁ୨୮ ଜାନୁଆରୀ ୨୦୨୩(2023-01-28) (ବୟସ ୭୪)
ବୃତ୍ତିଲେଖକ, ରାଜନେତା
ଭାଷାଓଡ଼ିଆ, ଉର୍ଦ୍ଧୁ
ଶିକ୍ଷାଏମ.ଏ (ଇତିହାସ), ଏଲଏଲବି, ପିଏଚଡ଼ି (ଓଡ଼ିଆ ସାହିତ୍ୟ)
ଶିକ୍ଷାନୁଷ୍ଠାନଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ
ଶୈଳୀକବିତା, କ୍ଷୁଦ୍ରଗଳ୍ପ
ସାହିତ୍ୟର ଆନ୍ଦୋଳନବୈପ୍ଳବିକ ମାନବବାଦ [୨]
ସାହିତ୍ୟ କୃତିମୁକ୍ତ ପୁର୍ବାସା

ଗଳ୍ପ ସମାରହଶବ୍ଦ ବ୍ରହ୍ମ

ଲୋକ ଗୀତ
ପୁରସ୍କାରଗଙ୍ଗାଧର ମେହେର କବିତା ସମ୍ମାନ (୨୦୧୫), ଧର୍ମନିରପେକ୍ଷ ଭାରତ ହରମୋନି ପୁରସ୍କାର (୧୯୯୩)
ଜୀବନସାଥୀତବସୁମ ଆମିନ ଅଖତର ସୁଲତାନା
ସମ୍ପର୍କୀୟମହମ୍ମଦ ହୁସେନ (ସାନ ଭାଇ)

ଦସ୍ତଖତ

ପ୍ରାଥମିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ହୁସେନ ୨୩ ଏପ୍ରିଲ ୧୯୪୮ ମସିହାରେ ଯାଜପୁର ଜିଲ୍ଲାର ଏକ ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଚୌଧୁରୀ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠପୁତ୍ର ଏବଂ ତାରାକୋଟେ ରାଜ୍ୟର ଶେଷ ଶାସକ ଚୌଧୁରୀ ମହମ୍ମଦ ଦାବିରୁଦ୍ଦିନଙ୍କ ନାତି ଅଟନ୍ତି ।[୫][୬] ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମହମ୍ମଦ ହୁସେନ ତାଙ୍କର ସାନ ଭାଇ ଅଟନ୍ତି ।

ସେ ପ୍ରଥମେ କୋରାଇ ଏମ.ଇ (ମଧ୍ୟମ ଇଂରାଜୀ) ବିଦ୍ୟାଳୟରେ ଏବଂ ପରେ ବରଗଡ ଜିଓର୍ଜ ଉଚ୍ଚ ବିଦ୍ୟାଳୟରେ ପଢିଥିଲେ । ହୁସେନ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ସମ୍ବଲପୁରର ଲଜପତ ରାୟ ଆଇନ କଲେଜରୁ ନିଜର ଏଲ.ଏଲ.ବି ଶିକ୍ଷା ଗ୍ରହଣ କରିଥିଲେ । ସେ କଟକର ଓଡ଼ିଶା ହାଇକୋର୍ଟରେ କିଛି ଦିନ ପାଇଁ ଆଇନର ଅଭ୍ୟାସ କରିଥିଲେ। ସେ ଓଡ଼ିଶାର ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ହେତୁ ଏହା ତାଙ୍କୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ବିଭିନ୍ନ ଉପଭାଷା ଶିଖିବାର ସୁଯୋଗ ଦେଇଥିଲା । ପରେ ସେ ୧୯୯୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପି.ଏଚ.ଡି କରିଥିଲେ ।[୭][୮]

ହୁସେନ କଟକର ବିଶିଷ୍ଟ ଶିକ୍ଷାବିତ ତଥା ସ୍ୱାଧୀନତା ସଂଗ୍ରାମୀ ସୟୀଦ ମହମ୍ମଦଙ୍କ ନାତୁଣୀ ତବସୁମ ଅମିନ ସୁଲତାନାଙ୍କୁ ବିବାହ କରିଥିଲେ । ୨୦୨୩ ମସିହା ଜାନୁଆରୀ ମାସ ୨୮ ତାରିଖ ଦିନ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ତାଙ୍କର ମୃତ୍ୟୁ ଘଟିଥିଲା ।[୯]

ପୁସ୍ତକ ସମ୍ପାଦନା

କାବ୍ୟ

  • ମୁକ୍ତ ପୁର୍ବାସା
  • ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ
  • ନିୟନ୍ତ ରାତିର ସ୍ବପ୍ନ
  • ବିଂଶରୁ ଏକ ବିଂଶ
  • ଶବ୍ଦ ବ୍ରହ୍ମ
  • ଲୋକଗୀତ
  • କର୍ଣ୍ଣ
  • ନିଜକୁ ଖୋଜୁଥିବା ବେଳେ
  • ହଜି ଯାଇଥିବା ମଣିଷ
  • ପୁନଶ୍ଚ ସାଲବେଗ

ଗଳ୍ପ

  • ଆଜିର ଗଳ୍ପ
  • ଗଳ୍ପ ସମାରୋହ

ହୁସେନ ହିନ୍ଦୀ ଉପନ୍ୟାସ "ରାଣୀ ଲକ୍ଷ୍ମୀ ବାଇ"କୁ ମଧ୍ୟ ଓଡ଼ିଆରେ ଅନୁବାଦ କରିଛନ୍ତି ଯାହା ପରେ ୨୦୧୨ ମସିହାରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆଦ୍ୱାରା ପ୍ରକାଶିତ ହୋଇଥିଲା ।

ଗ୍ରନ୍ଥସମୂହ ସମ୍ପାଦନା

  • ଗାନ୍ଧୀ, ହୁସେନ ରବି (1982). ମୁକ୍ତ ପୁର୍ବାସା. ଓଡ଼ିଶା ବୁକ ଷ୍ଟୋର. OCLC 17870156.
  • ରବି ଗାନ୍ଧୀ, ହୁସେନ (1984). ଆଜିର ଗଳ୍ପ- ୮୪ : ଓଡ଼ିଆ ଯୁବ ଲେଖକ ସମ୍ମିଳନ ଅନୁକୂଳରେ ସଂକଳିତ ସାମ୍ପ୍ରତିକ କଥା ସାହିତ୍ୟ. ଓଡ଼ିଶା ବୁକ ଷ୍ଟୋର. OCLC 499621463.
  • ହୁସେନ ରବି ଗାନ୍ଧୀ (1993). ଗଳ୍ପ ସମାରହ. ଓଡ଼ିଶା ବୁକ ଷ୍ଟୋର. OCLC 499751715.
  • ଗାନ୍ଧୀ, ହୁସେନ ରବି (1999). ନିଅନ୍ତ ରାତିର ସ୍ବପ୍ନ. ଚିତ୍ରୋତପଳ ପବ୍ଲିକେଶନ. OCLC 45556619.
  • ଗାନ୍ଧୀ, ହୁସେନ ରବି (1999). ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ. ଓଡ଼ିଶା ବୁକ ଷ୍ଟୋର. ISBN 81-7400-209-X. OCLC 46618253.
  • ଗାନ୍ଧୀ, ହୁସେନ ରବି (2006). ବିଂଶରୁ ଏକବିଂଶ. ଓଡ଼ିଶା ବୁକ ଷ୍ଟୋର. ISBN 81-7400-476-9. OCLC 86118136.
  • ଗାନ୍ଧୀ, ହୁସେନ ରବି (2007). ଶବ୍ଦବ୍ରହ୍ମ. ଜ୍ଞାନଯୁଗ ପବ୍ଲିକେଶନ. ISBN 978-81-89726-40-9. OCLC 300278221.

ଆଧାର ସମ୍ପାଦନା

  1. Dutt, K.C.; Sahitya Akademi (1999). Who's who of Indian Writers, 1999: A-M. Who's who of Indian Writers, 1999. Sahitya Akademi. p. 467. ISBN 978-81-260-0873-5. Retrieved 2020-03-25.
  2. Datta, A. (1988). Encyclopaedia of Indian Literature: Devraj to Jyoti. Sahitya Akademi. p. 1592. ISBN 978-81-260-1194-0. Retrieved 2020-03-25.
  3. "Gāndhī, Husen Rabi 1948- [WorldCat.org]". WorldCat.org. Retrieved 2020-03-25.
  4. "Odisha Sahitya Akademi". odishasahityaakademi.org. Retrieved 2020-03-25.
  5. Rāẏa, Bhabānī Caraṇa (1981). Orissa Under the Mughals: From Akbar to Alivardi : a Fascinating Study of the Socio-economic and Cultural History of Orissa (in ଇଂରାଜୀ). Punthi Pustak.
  6. "Muzammil Hussain". geni_family_tree (in ଆମେରିକୀୟ ଇଂରାଜୀ). Retrieved 2020-05-23.
  7. "Hussain Rabi Gandhi « Kalinga Literary Festival" (in ଆମେରିକୀୟ ଇଂରାଜୀ). Archived from the original on 2020-04-11. Retrieved 2020-04-11.
  8. "Encyclopaedia of Indian literature. v.2: Devraj to Jyoti". Choice Reviews Online. 27 (3): 27–1291-27-1291. 1989-11-01. doi:10.5860/choice.27-1291. ISSN 0009-4978.
  9. "ଆରପାରିରେ ହୁସେନ ରବି ଗାନ୍ଧୀ". ପ୍ରଜାତନ୍ତ୍ର. Archived from the original on 29 January 2023. Retrieved 29 January 2023.