ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର

ଭୁବନେଶ୍ୱରରେ ଥିବା ପାଠାଗାର

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ପାଠାଗାର[୧] ଏହା ରାଜଧାନୀର ସଚିବାଳୟ ମାର୍ଗରେ ଅବସ୍ଥିତ ।[୨] ଏହି ପାଠାଗାରର ପରିକଳ୍ପନା ଦେଶର ପ୍ରଥମ ପଞ୍ଚବର୍ଷୀୟ ଯୋଜନାର(୧୯୫୧-୫୬) ଅନ୍ତର୍ଗତ ଥିଲା । ୧୯୫୯ରେ ତିଆରି ହେଇଥିବା ଏହି ଅନୁଷ୍ଠାନଟି ରାଜ୍ୟ ଗ୍ରନ୍ଥାଗାର ଓ ଭୁବନେଶ୍ୱର ସ‌ହରର ପାଠାଗାର ଭାବେ ବ୍ୟବ‌ହାର ହେଉଛି । ୧୯୬୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହାକୁ "ଗାନ୍ଧୀ ଭବନ" ଓ ୧୯୮୭ ମସିହାରେ ଏହି ପାଠାଗାରର ନବୀକରଣ କରାଯାଇ ଏହାକୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଯାଇଥିଲା ।[୩] ବର୍ତ୍ତମାନ ଏହି ପାଠାଗାରରେ ୨ ଲକ୍ଷରୁ ଅଧିକ ବ‌ହି ଅଛି ।

Harekrushna Mahtab State Library
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର
General information
LocationBhubaneswar, Odisha
Coordinates20°16′32″N 85°50′02″E / 20.275666°N 85.833818°E / 20.275666; 85.833818
Website
hkmsl.gov.in

ଏହି ଅନୁଷ୍ଠାନକୁ ଭାରତର ଶ୍ରେଷ୍ଠ ପାଠାଗାର ପୁରସ୍କାର ମଧ୍ୟ ମିଳିଛି ।[୪]

ଆଧାର ସମ୍ପାଦନା

  1. C. P. Vashishth (1994). Library Movement and Library Development in India: Seminar Papers. Indian Library Association.
  2. B. D. Panda (1992). Development of Public Libraries in Orissa: Analytical Aspects. Pratibha Prakashan. ISBN 978-81-85268-17-0.
  3. Dr. Kapil Singh Hada; Dr. R. p. Bajpai (29 May 2014). Integrated Indian Public Library System. Partridge Publishing India. pp. 36–. ISBN 978-1-4828-2163-5.
  4. India. Dept. of Culture (2005). Annual Report. Government of India, Department of Culture.