ସ୍ୱତଃସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ
ସ୍ୱତଃସ୍ଫୁର୍ତ୍ତ ଜୀବାଣୁ ପେରିଟୋନାଇଟିସ (Spontaneous bacterial peritonitis/ SBP ) ହେଉଛି ଉଦରରେ ଥିବା ଆସାଇଟିକ ତରଳ ପଦାର୍ଥର ବିନା ଉତ୍ସରେ ପରିବ୍ୟାପ୍ତ ଜୀବାଣୁ ସଂକ୍ରମଣ ।[୨] ଏହାର ଲକ୍ଷଣ ସାଧାରଣତଃ ବିସ୍ତାର ବା ସାମାନ୍ୟରୁ ମଧ୍ୟମ ଧରଣର ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ କରେ ଯାହା ସ୍ଥିର ରହେ ।[୨] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର କିମ୍ବା ଦ୍ୱନ୍ଦ୍ୱ ହୋଇପାରେ ।[୩] ଜଟିଳତା ମଧ୍ୟରେ ବୃକ୍କ ସମସ୍ୟା, ଯକୃତ ଜନିତ ସମସ୍ୟା ଏବଂ ପାକଅନ୍ତନଳୀରୁ ରକ୍ତସ୍ରାବ ହୋଇପାରେ ।[୪]
Spontaneous bacterial peritonitis | |
---|---|
ବିଭାଗ | Gastroenterology |
ଲକ୍ଷଣ | Mild to moderate diffuse abdominal pain, confusion, fever[୨][୩] |
ବିପଦ କାରକ | Liver cirrhosis, peritoneal carcinomatosis, heart failure, pancreatitis, nephrotic syndrome[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Paracentesis[୩] |
ଔଷଧ | Ceftriaxone, piperacillin/tazobactam, carbapenem[୩] |
ଚିକିତ୍ସା | Antibiotics, albumin[୩] |
ପୁନଃପୌନିକ | 15% of people admitted to hospital due to cirrhosis[୩] |
ମୃତ୍ୟୁ ସାନ୍ଦ୍ରତା | 30% at one month; 60% dead at a year[୩] |
ସିରୋସିସ୍, ପେରିଟୋନିଅଲ କର୍କଟ, ହୃଦ୍ପାତ, ଅଗ୍ନାଶୟ ପ୍ରଦାହ ଏବଂ ନେଫ୍ରୋଟିକ୍ ସିଣ୍ଡ୍ରୋମ ରୋଗମାନ ଏହି ରୋଗ ସଙ୍କଟ ଆଣିପାରେ ।[୩] ସାଧାରଣତଃ ଇକୋଲାଇ ଭଳି ଗ୍ରାମ-ନକରାତ୍ମକ ଜୀବାଣୁ ଏଥିପାଇଁ ଦାୟୀ ହୁଅନ୍ତି ।[୩] ପାରାସେଣ୍ଟେସିସ କରି ରୋଗ ନିର୍ଣ୍ଣୟ କରାଯାଏ ଓ ପେରିଟୋନିଆଲ ତରଲ ପଦାର୍ଥ ନମୁନା ସଂଗ୍ରହ କରାଯାଏ ।[୩] ଏହି ତରଳ ପଦାର୍ଥରେ ଅତ୍ୟଧିକ ପରିମାଣର ନିଉଟ୍ରୋଫିଲ ଥିଲେ (> 250 ଜୀବକୋଷ/ µL) ରୋଗ ନିଶ୍ଚିତ ବୋଲି ଧରାଯାଏ ।[୪]
ଚିକିତ୍ସା ଜୀବାଣୁ କଲଚର ଫଳାଫଳକୁ ଅପେକ୍ଷା ନକରି ଆଣ୍ଟିବାୟୋଟିକ ଚିକିତ୍ସା ଆରମ୍ଭ କରାଯାଏ ।[୫] ସମ୍ପ୍ରଦାୟରେ ଯେଉଁମାନେ ସଂକ୍ରମଣର ବିକାଶ କରନ୍ତି, ତାଙ୍କୁ ସାଧାରଣତଃ ସେଫଟ୍ରାଇଆକ୍ସୋନ୍ ଦିଆଯାଏ; ଡାକ୍ତରଖାନାରେ ସଂକ୍ରମିତ ହୋଇଥିଲେ ପିପେରାସିଲିନ/ ଟାଜୋବ୍ୟାକ୍ଟମ ଦିଆଯାଏ ।[୩] ସାଧାରଣତଃ ଆଲବୁମିନ ଇନଫ୍ୟୁସନ ମଧ୍ୟ ଦିଆଯାଇପାରେ ।[୩] ଯେଉଁମାନଙ୍କର ସିରୋସିସ ରୋଗୀଙ୍କର ଉଦର ରକ୍ତସ୍ରାବ ହେଉଥିଲେ ଆଣ୍ଟିବାୟୋଟିକ ବ୍ୟବହାର କରି ଏହି ରୋଗକୁ ରୋକାଯାଇପାରେ ।[୩]
ସିରୋସିସ୍ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୫% ଲୋକଙ୍କ ମଧ୍ୟରେ ଏହି ରୋଗ ଥାଇପାରେ ।[୩] ଏହାର ମୃତ୍ୟୁ ଆଶଙ୍କା ଅଧିକ, ଗୋଟିଏ ମାସରେ ୩୦% ମୃତ ଏବଂ ଏକ ବର୍ଷରେ ୬୦% ମୃତ ହୁଅନ୍ତି ।[୩] ଏହି ଅବସ୍ଥା ପ୍ରଥମେ ୧୯୬୪ ମସିହାର ହାରୋଲ୍ଡ ଓ କନ ବର୍ଣ୍ଣନା କରିଥିଲେ ।[୬] ଏହି ରୋଗ ସଙ୍କଟ ଥିବା ବ୍ୟକ୍ତିମାନଙ୍କର ମଧ୍ୟ ସ୍ୱତଃସ୍ଫୁର୍ତ୍ତ କବକ ପେରିଟୋନାଇଟିସ ( SFP ) ହୋଇପାରେ ।[୭]
ଆଧାର
ସମ୍ପାଦନା- ↑ Burleson, Samuel; Wang, Henry (8 March 2016). "Turbid Peritoneal Fluid". Western Journal of Emergency Medicine. 17 (2): 189–190. doi:10.5811/westjem.2016.1.29444. PMID 26973749.
- ↑ ୨.୦ ୨.୧ ୨.୨ "Spontaneous Bacterial Peritonitis (SBP) - Hepatic and Biliary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 21 November 2021. Retrieved 22 January 2022.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ MacIntosh, T (1 March 2018). "Emergency Management of Spontaneous Bacterial Peritonitis - A Clinical Review". Cureus. 10 (3): e2253. doi:10.7759/cureus.2253. PMC 5929973. PMID 29721399.
- ↑ ୪.୦ ୪.୧ Fernández, J; Bauer, TM; Navasa, M; Rodés, J (December 2000). "Diagnosis, treatment and prevention of spontaneous bacterial peritonitis". Baillière's Best Practice & Research. Clinical Gastroenterology. 14 (6): 975–990. doi:10.1053/bega.2000.0142. PMID 11139350.
- ↑ Dever, JB; Sheikh, MY (June 2015). "Review article: spontaneous bacterial peritonitis--bacteriology, diagnosis, treatment, risk factors and prevention". Alimentary Pharmacology & Therapeutics (Review). 41 (11): 1116–31. doi:10.1111/apt.13172. PMID 25819304.
- ↑ Conn, Harold O.; Rodes, Juan; Navasa, Miguel (24 March 2000). Spontaneous Bacterial Peritonitis: The Disease, Pathogenesis and Treatment (in ଇଂରାଜୀ). CRC Press. ISBN 978-0-8247-4654-4. Archived from the original on 23 January 2022. Retrieved 22 January 2022.
- ↑ Shizuma, T (27 February 2018). "Spontaneous bacterial and fungal peritonitis in patients with liver cirrhosis: A literature review". World Journal of Hepatology. 10 (2): 254–266. doi:10.4254/wjh.v10.i2.254. PMC 5838444. PMID 29527261.
{{cite journal}}
: CS1 maint: unflagged free DOI (link)