ସ୍ୱଚ୍ଛ ଭାରତ ଅଭିଯାନ

ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର ପାଇଁ ସରକାରୀ ଅଭିଯାନ

ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି । [୧][୨]


ଆରମ୍ଭ ତିଥି= ସମ୍ପାଦନ କରନ୍ତୁ

୨ ଅକ୍ଟୋବର ୨୦୧୪ (ମହାତ୍ମା ଗାନ୍ଧିଙ୍କର ୧୪୫ତମ ଜୟନ୍ତୀରେ )

ଧାର୍ଯ୍ୟ ସମୟ ଅବଧି ସମ୍ପାଦନ କରନ୍ତୁ

୨ ଅକ୍ଟୋବର ୨୦୧୪ରୁ ୨ ଅକ୍ଟୋବର ୨୦୧୯

ଆରମ୍ଭ ସ୍ଥଳ ସମ୍ପାଦନ କରନ୍ତୁ

ବାଲ୍ମୀକି ମନ୍ଦିର, ନୂଆ ଦିଲ୍ଲୀ, ମହାତ୍ମା ଗାନ୍ଧି ଏଠାରେ ୨୧୪ ଦିନ ଧରି ରହିଥିଲେ

Y8 ସଫାସୁତୁରା ରଖିବା ପାଇଁ ଶପଥ ପାଠ କରାଇଛନ୍ତି । ଆଉ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱଚ୍ଛତା ପାଇଁ ବର୍ଷକରେ ୧୦୦ ଘଣ୍ଟା ଅର୍ଥାତ ସପ୍ତାହରେ୨ ଘଣ୍ଟା ଲେଖାଏଁ ସମୟ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ଶପଥ ପାଠ ପରେ ସେ ନିଜେ ବାଲ୍ମୀକି ମନ୍ଦିର, ଏକ ପୁଲିସ ଥାନା ଏବଂ ସ୍କାଭେଞ୍ଜର କଲୋନୀରେ ହାତରେ ଝାଡ଼ୁ ଧରି ଆବର୍ଜନା ସଫା କରିଥିଲେ । ସେ www.mycleanindia.gov.in ୱେବସାଇଟ ସହ ଯୋଡ଼ି ହୋଇ ସରକାରଙ୍କୁ ମତାମତ ଓ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ମୋଦୀଙ୍କଦ୍ୱାରା ନିମନ୍ତ୍ରିତ ବ୍ୟକ୍ତିଗଣ ସମ୍ପାଦନ କରନ୍ତୁ

ମୋଦୀ ସ୍ୱଚ୍ଛତା ଅଭିଯାନକୁ ଚ୍ୟାଲେଞ୍ଜ ସହ ଗ୍ରହଣ କରି ଭାରତବାସୀଙ୍କୁ ପ୍ରେରଣା ଦେବା ପାଇଁ ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନେ ହେଲେ :

  1. ସଚିନ ତେନ୍ଦୁଲକର (ପୁର୍ବତନ କ୍ରିକେଟ ଖେଳାଳୀ),
  2. ଶଶୀ ଥରୁର (କଂଗ୍ରେସ ନେତା),
  3. ଅନିଲ ଅମ୍ବାନୀ (ଶିଳ୍ପପତି),
  4. ସଲମନ ଖାନ (ଅଭିନେତା),
  5. ପ୍ରିୟଙ୍କା ଚୋପ୍ରା (ଅଭିନେତ୍ରୀ),
  6. କମଲ ହାସନ (ଚଳଚ୍ଚିତ୍ର ନିର୍ଦ୍ଦେଶକ),
  7. ବାବା ରାମଦେବ (ଯୋଗ ଗୁରୁ),
  8. ମୃଦୁଳ ସିହ୍ନା (ଗୋଆ ରାଜ୍ୟପାଳ) ଏବଂ
  9. ଟିଭି ଧାରାବାହିକ ତାରକ ମେହେଟା କା ଉଲଟା ଚଷମାର ସମସ୍ତ ସଦସ୍ୟ ।
  10. କପିଳ ଶର୍ମା (ହାସ୍ୟ ଅଭିନେତା)

ଚ୍ୟାଲେଞ୍ଜ ଗ୍ରହଣକରିଥିବା ମନୋନୀତ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୯ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବା ପାଇଁ ନିବେଦନ କରିଥିଲେ ।[୩]

ପ୍ରଚାରରେ ଅନ୍ୟମାନଙ୍କ ଅଂଶଗ୍ରହଣ ସମ୍ପାଦନ କରନ୍ତୁ

  • ଭାରତର ରାଷ୍ଟ୍ରପତି, ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର କିରନାରଠାରେ ପତାକା ହଲାଇ ସ୍ୱଚ୍ଛ ଭାରତ ଅଭିଯାନକୁ ଉଦ୍‌ଘାଟନ କରିଥିଲେ । ଯେଉଁଠାରେ ସେ କିରନାର ଶିବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ୪ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ଦୌଡ଼ କାର୍ଯ୍ୟକ୍ରମ ପାଳନ କରିଥିଲେ ଯେଉଁଥିରେ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା । ଏହି ଦୌଡ଼ ପ୍ରତିଯୋଗିତାରେ ସଚିବାଳୟର କର୍ମଚାରୀ, ଅଧିକାରୀ ,ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ, ସେନା ସୁରକ୍ଷା କର୍ମୀ, ଦିଲ୍ଲୀ ପୁଲିସ ଏବଂ ତାଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ ।
  • ସୁଦର୍ଶନ ଭଗତ (ରାଜ୍ୟ ସମାଜ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ), ସ୍ୱଚ୍ଛ ଉଦ୍ଦ୍ୟମୀ ଯୋଜନା, ସ୍ୱଚ୍ଛତାରୁ ସମ୍ପର୍ଣ୍ଣତା ଆଡ଼କୁ ଜାତୀୟ ସଫାଇ କର୍ମଚାରୀ ବିତ୍ତ ଏବଂ ଉନ୍ନୟନ ସଂସ୍ଥାନ, ଇଣ୍ଡିଆ ହାବିଟାଟ, ନୂଆଦିଲ୍ଲୀଠାରେ ଉଦ୍‌ଘାଟନ କରିଛନ୍ତି ।
  • ପ୍ରକାଶ ଜାଭେଦକର (ତଥ୍ୟ ଏବଂ ସୂଚନା ପ୍ରସାରଣ କେନ୍ଦ୍ରମନ୍ତ୍ରୀ), ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଆହ୍ୱାନ ଦେଇ ପ୍ରସୂନ ଯୋଶୀଙ୍କ ନିର୍ମିତ ସ୍ୱଚ୍ଛ ଭାରତକା ଇରାଦା କରଲିଆ ହମନେ ଅଡ଼ିଓ ଟ୍ରାକକୁ ଉନ୍ମୋଚନ କରିଥିଲେ ।
  • ନିତିନ ଗଡ଼କରୀ (ଗ୍ରାମ୍ୟ ଉନ୍ନୟନ, ଜଳ ଏବଂ ପରିମଳ କେନ୍ଦ୍ରମନ୍ତ୍ରୀ), ଅକ୍ଟୋବର ୨୦୧୯ ସୁଦ୍ଧା ଏହି ଲକ୍ଷକୁ ହାସଲ କରିବା ପାଇଁ ପ୍ରତି ଗ୍ରାମକୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ ।
  • ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର ନିମନ୍ତେ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡ଼ ପକ୍ଷରୁ ସ୍ୱଚ୍ଛତା ପାଇଁ ସଂକଳ୍ପ ନିଆଯାଇଥିଲା ।
  • ସ୍ୱଚ୍ଛ ଭାରତ ଅଭିଯାନ - ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟ ସ୍ଥଳସେନା ସଂସ୍ଥାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ଜଳସେନା କାର୍ଯ୍ୟାଳୟରେ ୨୫ ସେପ୍ଟେମ୍ବର ୨୦୧୪ରୁ ୨ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ।
  • ଏହା ସହ ଦେଶର ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଓ ସଭାମାନ ଆୟୋଜନ କରାଯାଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. "PM Modi launches 'Swachh Bharat' campaign; takes pledge for a clean India". Retrieved 2 October 2014.
  2. "Swachh Bharat Abhiyan: Clean India is responsibility of all 1.25 billion Indians, says PM Narendra Modi".
  3. "PM Modi's Swachh Bharat Abhiyan: Anil Ambani dedicates himself to the movement". 2 October 2014. Retrieved 2 October 2014.