ସ୍ଫିତ ଗ୍ରାସନଳୀ ଶିରା

ସ୍ଫିତ ଗ୍ରାସନଳୀ ଶିରା ବା ଏସୋଫେଜିଆଲ ଭାରିସେସ ରୋଗରେ ଗ୍ରାସନଳୀର ନିମ୍ନ ଏକ ତୃତୀୟାଂଶର ମ୍ୟୁକୋସା ତଳେ ଥିବା

ସ୍ଫିତ ଗ୍ରାସନଳୀ ଶିରା ବା ଏସୋଫେଜିଆଲ ଭାରିସେସ ରୋଗରେ (Esophageal varices) ଗ୍ରାସନଳୀର ନିମ୍ନ ଏକ ତୃତୀୟାଂଶର ମ୍ୟୁକୋସା ତଳେ ଥିବା ଶିରା ଫୁଲିଯାଇଥାଏ । [୧] [୩] ପ୍ରଥମ ଲକ୍ଷଣରେ ସାଧାରଣତଃ ଖାଦ୍ୟନଳୀ ରକ୍ତସ୍ରାବ, ରକ୍ତବାନ୍ତି, ମଳାଶୟରେ ଲାଲ ରକ୍ତ ବା କଳା ଝାଡ଼ା ହେଉଥିବା ଦେଖାଯାଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଗଲୁ, ଓଜନ ହ୍ରାସ ଏବଂ ହଳଦିଆ ଚର୍ମ ଅନ୍ତର୍ଭୁକ୍ତ ହୋଇପାରେ | [୧]

Esophageal varix, oesophageal varices
Gastroscopy image of esophageal varices with prominent cherry-red spots
ବିଭାଗGastroenterology Hematology
ଲକ୍ଷଣVomiting blood, |red blood per rectum, black blood per rectum[୧]
କାରଣCirrhosis, portal vein thrombosis, right-sided heart failure, schistosomiasis, alpha-1 antitrypsin deficiency, primary biliary cirrhosis[୧]
ରୋଗ ନିର୍ଣ୍ଣୟ ପଦ୍ଧତିEndoscopy[୨]
ସଠିକ ରୋଗ ନିର୍ଣ୍ଣୟStomach ulcer, stomach cancer, Mallory-Weiss tear[୧]
ଚିକିତ୍ସାIntravenous fluids, fresh frozen plasma, antibiotics, octreotide, endoscopic band ligation[୧]
ପୁନଃପୌନିକ30% (at cirrhosis diagnosis)[୧]

ଏହାର ସବୁଠାରୁ ସାଧାରଣ କାରଣ ହେଉଛି ସିରୋସିସ୍, ଯାହା ବାରମ୍ବାର ମଦ୍ୟପାନ କିମ୍ବା ଭାଇରାଲ୍ ହେପାଟାଇଟିସ୍ କାରଣରୁ ହୋଇଥାଏ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ପୋର୍ଟାଲ ଶିରା ଥ୍ରୋମ୍ବୋସିସ, ଡାହାଣ ପାର୍ଶ୍ୱ ହୃଦ୍‌ପାତ, ସିଷ୍ଟୋସୋମିଆସିସ, ଆଲଫା -1 ଆଣ୍ଟିଟ୍ରିପସିନ୍ ଅଭାବ ଏବଂ ପ୍ରାଥମିକ ବିଲିଆରି ସିରୋସିସ ଥାଇପାରେ | [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ପୋର୍ଟାଲ ଉଚ୍ଚ ରକ୍ତଚାପ ହୋଇଥାଏ । [୧] ରୋଗ ନିର୍ଣ୍ଣୟ ସାଧାରଣଃ ଉର୍ଦ୍ଧ୍ୱ ଏଣ୍ଡୋସ୍କୋପିଦ୍ୱାରା ହୋଇଥାଏ | [୨]

ରକ୍ତସ୍ରାବ ଚିକିତ୍ସାରେ ଏଣ୍ଡୋସ୍କୋପିକ ବ୍ୟାଣ୍ଡ ଲାଇଗେସନ କରାଯାଏ । [୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଶିରାଭ୍ୟନ୍ତର ତରଳ ପଦାର୍ଥ, ଫ୍ରେସ ଫ୍ରୋଜନ ପ୍ଲାଜମା, ଆଣ୍ଟିବାୟୋଟିକ୍ ଏବଂ ଓକ୍ଟ୍ରିଓଟାଇଡ ଦିଆଯାଇପାରେ ।[୧] କୌଣସି ପଦକ୍ଷେପ ପ୍ରଭାବଶାଳୀ ନ ହେଲେ ଏସୋଫେଜିଆଲ ବେଲୁନ ଟାମ୍ପୋନେଡ ବ୍ୟବ‌ହାର କରାଯାଏ ।[୧] ଦୀର୍ଘକାଳୀନ ପରିଚାଳନାରେ ବିଟା ବ୍ଲକର କିମ୍ବା ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ ପୋର୍ଟୋସିଷ୍ଟମିକ ସଣ୍ଟ ଦିଆଯାଇପାରେ । [୧] ବର୍ଷକୁ ପ୍ରାୟ ୫ରୁ ୧୫% ଲୋକଙ୍କର ରକ୍ତସ୍ରାବ ହୁଏ । [୧] ରକ୍ତସ୍ରାବ ହେଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧୫% ଲୋକ ପରବର୍ତ୍ତୀ ୬ ସପ୍ତାହ ମଧ୍ୟରେ ମୃତ୍ୟୁବରଣ କରନ୍ତି ଏବଂ ବର୍ଷକ ମଧ୍ୟରେ ଅଧାରୁ ଅଧିକ ଲୋକ ମୃତ୍ୟୁ ବରଣ କରନ୍ତି | [୧]

ସିରୋସିସ୍ ରୋଗ ନିର୍ଣ୍ଣୟ ସମୟରେ ପ୍ରାୟ ୩୦% ଲୋକଙ୍କର ଏହି ରୋଗ ଥାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ପାକସ୍ଥଳୀ ଘାଆ ପରେ ଏହା ଉପର ପାକଅନ୍ତନଳୀ ରକ୍ତସ୍ରାବର ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ । [୧] ଏହି ରୋଗର ବର୍ଣ୍ଣନା ୧୮୫୯ ମସିହାରେ ସାପେ ବର୍ଣ୍ଣନା କରିଥିଲେ | [୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Meseeha, M; Attia, M (January 2021). "Esophageal Varices". PMID 28846255. {{cite journal}}: Cite journal requires |journal= (help)
  2. ୨.୦ ୨.୧ Biecker E, Schepke M, Sauerbruch T (2005). "The role of endoscopy in portal hypertension". Dig Dis. 23 (1): 11–7. doi:10.1159/000084721. PMID 15920321.
  3. Rubin, Raphael; Strayer, David S.; Rubin, Emanuel, eds. (2012). Rubin's Pathology: Clinicopathologic Foundations of Medicine (6th ed.). Lippincot Williams & Wilkins. p. 612.
  4. Northup, P (October 2020). "A History of Coagulopathy in Liver Disease: Legends and Myths". Clinical liver disease. 16 (Suppl 1): 56–72. doi:10.1002/cld.954. PMID 33042527.