ସ୍ଥାୟୀ ଜୀବାଣୁ ପୁଂଗ୍ରନ୍ଥି ପ୍ରଦାହ
ସ୍ଥାୟୀ ଜୀବାଣୁ ପୁଂଗ୍ରନ୍ଥି ପ୍ରଦାହ ବା କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ (ଇଂରାଜୀ ଭାଷାରେ Chronic bacterial prostatitis/ ସିବିପି) ହେଉଛି ପ୍ରୋଷ୍ଟେଟ୍ ଗ୍ରନ୍ଥିର ଜୀବାଣୁ ସଂକ୍ରମଣ ଯାହା ୩ ମାସରୁ ଅଧିକ ସମୟ ପାଇଁ ଲକ୍ଷଣ ସୃଷ୍ଟି କରେ । [୧] ସାଧାରଣ ଲକ୍ଷଣ ମଧ୍ୟରେ ମୂତ୍ର ତ୍ୟାଗ ସମୟରେ ଯନ୍ତ୍ରଣା, ମୂତ୍ର ସ୍ରୋତରେ ଅସୁବିଧା ଏବଂ ବାରମ୍ବାର ପରିସ୍ରା ହୁଏ ।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ତଳ ପେଟ କିମ୍ବା ପେରିନିଅମରେ ଯନ୍ତ୍ରଣା, ଯୌନ ଅସୁବିଧା କିମ୍ବା ଜ୍ୱର ହୋଇପାରେ | [୧] ସାଧାରଣତଃ ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍ ଅପେକ୍ଷା ଅଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ ।[୩]
Chronic bacterial prostatitis | |
---|---|
ବିଭାଗ | Urology |
ଲକ୍ଷଣ | Pain with urination, trouble with the stream, frequent urination[୧] |
ଅବଧି | >3 months[୧] |
କାରଣ | Often Escherichia coli[୧] |
ବିପଦ କାରକ | Urinary catheterization, diabetes, prostate biopsy, uncircumcised, transurethral resection of the prostate (TURP)[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination, and urine testing[୧] |
ସଠିକ ରୋଗ ନିର୍ଣ୍ଣୟ | Benign prostatic hyperplasia (BPH), chronic pelvic pain syndrome (CPPS), interstitial cystitis, prostate cancer, pelvic floor dysfunction, prostatic abscess, bladder cancer[୧][୨] |
ଚିକିତ୍ସା | Antibiotics, alpha blockers[୧] |
ପୁନଃପୌନିକ | <1% of males at some point[୨] |
ତୀବ୍ର ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ପରେ ୧୦% ଲୋକଙ୍କଠାରେ କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ ବିକଶିତ ହୁଏ । [୧] ସଙ୍କଟ କାରକ ମଧ୍ୟରେ ମୂତ୍ରାଶୟ କ୍ୟାଥେରାଇଜେସନ୍, ମଧୁମେହ, ପ୍ରୋଷ୍ଟେଟ୍ ବାୟୋପ୍ସି, ସୁନ୍ନତ ହୋଇନଥିବା ଏବଂ ପ୍ରୋଷ୍ଟେଟର ଟ୍ରାନ୍ସୁୟୁରେଥ୍ରାଲ୍ ରିସେକସନ୍ (TURP) ଅନ୍ତର୍ଭୁକ୍ତ କରେ ।[୧] [୨] ଅଧିକାଂଶ ରୋଗ ଜୀବାଣୁ ଏସ୍କେରିସିଆ କୋଲାଇ କାରଣରୁ ହୋଇଥାଏ ।[୧] ଲକ୍ଷଣ, ପରୀକ୍ଷା ଏବଂ ପରିସ୍ରା ପରୀକ୍ଷା ଇତ୍ୟାଦି ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୧] ରୋଗ ନିର୍ଣ୍ଣୟ ପାଇଁ ଯୁକ୍ତାତ୍ମକ କଲଚର ଆବଶ୍ୟକ ।[୪] ପ୍ରୋଷ୍ଟାଟାଇଟିସର ଅନ୍ୟାନ୍ୟ ରୂପ ମଧ୍ୟରେ ତୀବ୍ର ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ଏବଂ କ୍ରନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ (CPPS) ଅନ୍ତର୍ଭୁକ୍ତ ।[୫]
ଏହି ରୋଗ ଚିକିତ୍ସାରେ ସାଧାରଣତଃ ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଏ ।[୧] ପରିସ୍ରା କଲଚର ଅନୁସାରେ ଆଣ୍ଟିବାୟୋଟିକ ଦିଆଯାଏ ଯେପରିକି ଲେଭୋଫ୍ଲୋକ୍ସାସିନ୍ କିମ୍ବା ଆଜିଥ୍ରୋମାଇସିନ୍ ।[୩] [୨] ଆଲଫା ବ୍ଲକର୍ ଯେପରିକି ଟାମସୁଲୋସିନ ଏବଂ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ବ୍ୟବହାର କରାଯାଇପାରେ ।[୨] ଏହି ରୋଗର ସାଧାରଣଃ ପୁନରାବୃତ୍ତି ହୁଏ ।[୧] ଜୀବନର କୌଣସି ସମୟର ପୁରୁଷମାନଙ୍କର କ୍ରନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ ଦେଖାଯାଏ | [୨] ଏହା ସାଧାରଣତ ୫୦ ବର୍ଷରୁ କମ୍ ବୟସରେ ହୁଏ ।[୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Su, ZT; Zenilman, JM; Sfanos, KS; Herati, AS (3 June 2020). "Management of Chronic Bacterial Prostatitis". Current urology reports. 21 (7): 29. doi:10.1007/s11934-020-00978-z. PMID 32488742.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Holt, JD; Garrett, WA; McCurry, TK; Teichman, JM (15 February 2016). "Common Questions About Chronic Prostatitis". American family physician. 93 (4): 290–6. PMID 26926816.
- ↑ ୩.୦ ୩.୧ Davis, NG; Silberman, M (January 2023). "Bacterial Acute Prostatitis". PMID 29083799.
{{cite journal}}
: Cite journal requires|journal=
(help) - ↑ Bowen, DK; Dielubanza, E; Schaeffer, AJ (27 August 2015). "Chronic bacterial prostatitis and chronic pelvic pain syndrome". BMJ clinical evidence. 2015. PMID 26313612.
- ↑ Holt JD, Garrett WA, McCurry TK, Teichman JM (February 2016). "Common Questions About Chronic Prostatitis". American Family Physician. 93 (4): 290–6. PMID 26926816.