ମୂତ୍ରାଶୟ କର୍କଟ

(Bladder cancerରୁ ଲେଉଟି ଆସିଛି)

ମୂତ୍ରାଶୟ କର୍କଟ (ଇଂରାଜୀ ଭାଷାରେ Bladder cancer) ରୋଗ ମୂତ୍ରାଶୟରେ (urinary bladder) ଥିବା ଅନେକ ପ୍ରକାରର ତନ୍ତୁରୁ (tissue) ଜାତ ବିଭିନ୍ନ ପ୍ରକାର କର୍କଟ ରୋଗର ଏକ ସାମୁହିକ ନାମ ।[୧] ଏହି ରୋଗରେ ଜୀବକୋଷ ଅସାଧାରଣ ଓ ଅନିୟମିତ ଭାବରେ ବୃଦ୍ଧି ଓ ଦେହର ଅନ୍ୟ ସ୍ଥାନ‌କୁ ମେଟାସ୍ଟାସିସ ବା ବିସ୍ତାର (spread to other parts of the body) ଲାଭ କରନ୍ତି ।[୬][୭] ହେମାଚୁରିଆ ବା ପରିସ୍ରାରେ ରକ୍ତ (Blood in the urine), ଡିସୟୁରିଆ ବା ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା (pain with urination) ବା କଟି ଯନ୍ତ୍ରଣା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[୧]

ମୂତ୍ରାଶୟ କର୍କଟ (Bladder cancer)
ଟ୍ରାଞ୍ଜିସନାଲ ସେଲ କାର୍ସିନୋମା ଅଫ ଦି ବ୍ଲାଡର (Transitional cell carcinoma of the bladder. The white in the bladder is contrast.)
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣହେମାଚୁରିଆ ବା ପରିସ୍ରାରେ ରକ୍ତ (Blood in the urine), ଡିସୟୁରିଆ ବା ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା (pain with urination)[୧]
ଆକ୍ରାନ୍ତ ସମୟ୬୫ରୁ ୮୫ ବର୍ଷ ବୟସ [୨]
ବିପଦ କାରକଧୂମ୍ରପାନ (Smoking), ପାରିବାରିକ ଇତିହାସ, ପୂର୍ବରୁ ପାଇଥିବା ରାଡିଏସନ ଥେରାପି (prior radiation therapy), ବାରମ୍ବାର ମୂତ୍ରାଶୟ ସଂକ୍ରମଣ (bladder infections), କେତେକ ରାସାୟନିକ ଦ୍ରବ୍ୟ[୧]
ରୋଗ ନିର୍ଣ୍ଣୟ ପଦ୍ଧତିସିସ୍ଟୋସ୍କୋପି (Cystoscopy) ଓ ତନ୍ତୁ ବାୟୋପ୍ସି (tissue biopsies)[୩]
ଚିକିତ୍ସାଅପରେଶନ, ରାଡିଏସନ ଥେରାପି, (କେମୋଥେରାପି (chemotherapy), ଇମ୍ମ୍ୟୁନୋଥେରାପି (immunotherapy)[୧]
Prognosis୫ ବର୍ଷ ଆୟୁଷ (Five-year survival rates) ~୭୭% (ଯୁକ୍ତରାଷ୍ଟ୍ର ଆମେରିକା)[୨]
ପୁନଃପୌନିକ୩.୪ ନିୟୁତ ରୋଗୀ (୨୦୧୫)[୪]
ମୃତ୍ୟୁ ସାନ୍ଦ୍ରତାବାର୍ଷିକ ୧୮୮,୦୦୦[୫]

ଧୂମ୍ରପାନ (Smoking), ପାରିବାରିକ ଇତିହାସ, ପୂର୍ବରୁ ପାଇଥିବା ରାଡିଏସନ ଥେରାପି (prior radiation therapy), ବାରମ୍ବାର ମୂତ୍ରାଶୟ ସଂକ୍ରମଣ (bladder infections), କେତେକ ରାସାୟନିକ ଦ୍ରବ୍ୟ ଏହି ରୋଗର ସଙ୍କଟ କାରକ ହୁଅନ୍ତି ।[୧] ଏହି ରୋଗ ଦଳ ମଧ୍ୟରେ ଟ୍ରାଞ୍ଜିସନାଲ ସେଲ କାର୍ସିନୋମା (Transitional cell carcinoma) ସର୍ବାଧିକ ସାଧାରଣ ରୋଗ ।[୮] ଅନ୍ୟ ରୋଗ ମଧ୍ୟରେ ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma), ଆଡେନୋକାର୍ସିନୋମା (adenocarcinoma) ନାମ ଉଲ୍ଲେଖ‌ଯୋଗ୍ୟ ।[୮] ସିସ୍ଟୋସ୍କୋପି (Cystoscopy) ଓ ତନ୍ତୁ ବାୟୋପ୍ସି (tissue biopsies) କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ରୋଗର ସୋପାନ ଜାଣିବା ନିମନ୍ତେ ସିଟି ସ୍କାନ (CT scan) ଓ ବୋନ ସ୍କାନ (bone scan) ଭଳି ମେଡିକାଲ ଇମେଜିଙ୍ଗର (medical imaging) ସାହାଯ୍ୟ ନିଆଯାଏ ।[୧]

ରୋଗର ସୋପାନ (stage of the cancer ଉପରେ ଚିକିତ୍ସା ନିର୍ଭର କରେ ।[୧] ଅପରେଶନ, ରାଡିଏସନ ଥେରାପି, କେମୋଥେରାପି (chemotherapy), ଇମ୍ମ୍ୟୁନୋଥେରାପି (immunotherapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[୧] ସୋପାନ ଅନୁସାରେ ଟ୍ରାନ୍ସୟୁରେଥ୍ରାଲ ରିସେକସନ, ଆଂଶିକ ବା ସମ୍ପୁର୍ଣ୍ଣ ମୂତ୍ରାଶୟ ବ‌ହିସ୍କାର ବା ୟୁରିନାରି ଡାଇଭର୍ସନ (urinary diversion) ଆଦି ଅପରେଶନ କରାଯାଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ରୋଗୀର ପାଞ୍ଚ ବର୍ଷିଆ ଆୟୁଷ (five-year survival rates) ୭୭% ଲୋକଙ୍କର ଥାଏ ।[୨]

ସନ ୨୦୧୫ ସୁଦ୍ଧା ମୂତ୍ରାଶୟ କର୍କଟ ରୋଗରେ ପ୍ରାୟ ୩.୪ ନିୟୁତ ଲୋକ ପୀଡ଼ିତ ହୁଅନ୍ତି ଓ ପ୍ରତିବର୍ଷ ପ୍ରାୟ ୪୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୁଅନ୍ତି । [୪][୯] ଏହି ରୋଗ ପ୍ରାୟ ୬୫ରୁ ୮୫ ବର୍ଷ ବୟସରେ ଆକ୍ରମଣ କରେ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂଖ୍ୟରେ ପୀଡ଼ିତ ହୁଅନ୍ତି ।[୨] ସନ ୨୦୧୫ରେ ୧୮୮,୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।[୫]

ଅଧିକ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Bladder Cancer Treatment". National Cancer Institute (in ଇଂରାଜୀ). Archived from the original on 14 ଜୁଲାଇ 2017. Retrieved 18 ଜୁଲାଇ 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Cancer of the Urinary Bladder – Cancer Stat Facts". seer.cancer.gov (in ଇଂରାଜୀ). Archived from the original on 8 ଜୁଲାଇ 2017. Retrieved 18 ଜୁଲାଇ 2017.
  3. ୩.୦ ୩.୧ "Bladder Cancer Treatment". National Cancer Institute (in ଇଂରାଜୀ). 5 ଜୁନ 2017. Archived from the original on 14 ଜୁଲାଇ 2017. Retrieved 18 ଜୁଲାଇ 2017.
  4. ୪.୦ ୪.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  5. ୫.୦ ୫.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  6. "Cancer Fact sheet N°297". World Health Organization. ଫେବୃଆରୀ 2014. Archived from the original on 29 ଡିସେମ୍ବର 2010. Retrieved 10 ଜୁନ 2014.
  7. "Defining Cancer". National Cancer Institute. Archived from the original on 25 ଜୁନ 2014. Retrieved 10 ଜୁନ 2014.
  8. ୮.୦ ୮.୧ "Bladder Cancer". National Cancer Institute (in ଇଂରାଜୀ). Archived from the original on 17 ଜୁଲାଇ 2017. Retrieved 18 ଜୁଲାଇ 2017.
  9. World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ