ଏସ୍କେରିସିଆ କୋଲାଇ

ଏହା ଏକ ଗ୍ରାମ ନେଗେଟିଭ ଜୀବାଣୁ

ଏସ୍କେରିସିଆ କୋଲାଇ (ଇଂରାଜୀ ଭାଷାରେ Escherichia coli) (/ˌɛʃəˈrɪkiə ˈkl/), [୧] ଅନ୍ୟ ନାମ ଇ.କୋଲାଇ (E. coli) (/ˌ ˈkl/),[୨] ଏହା ଏକ ଗ୍ରାମ ନେଗେଟିଭ ଜୀବାଣୁ (Gram-negative), ଫ୍ୟାକଲ୍‌ଟେଟିଭ ଅନେରୋବ (facultative anaerobic), ରଡ୍ ଆକାରର (rod-shaped), କୋଲାଇଫର୍ମ ଜୀବାଣୁ (coliform bacterium) ଯାହାର ଜାତି ଏସ୍କେରିସିଆ ଓ ଏମାନେ ସାଧାରଣତଃ ଉଷ୍ମରକ୍ତ ବିଶିଷ୍ଟ (warm-blooded) ପ୍ରାଣୀମାନଙ୍କର ଅନ୍ତନଳୀର ନିମ୍ନଭାଗରେ ମିଳନ୍ତି । [୩][୪] ଅଧିକାଂଶ ଇ କୋଲାଇ ସ୍ଟ୍ରେନ (strains) ବିପଦଶୂନ୍ୟ ଅଟନ୍ତି କିନ୍ତୁ କେତେକ ସେରୋଟାଇପ ହୋଷ୍ଟ ଦେହରେ ବିଷକ୍ରିୟା ଓ ଖାଦ୍ୟ ପ୍ରଦୂଷଣ ସୃଷ୍ଟି କରନ୍ତି; ଏଥିଯୋଗୁ ଖାଦ୍ୟପଦାର୍ଥ ଫେରେଇଦିଆଯାଏ । [୫][୬] ଏମାନଙ୍କ ମଧ୍ୟରୁ ବିପଦଶୂନ୍ୟ ସ୍ଟ୍ରେନ ଜୀବାଣୁଗୁଡ଼ିକ ଅନ୍ୟ ଅଣୁଜୀବମାନଙ୍କ ସ‌ହିତ ଅନ୍ତନଳୀରେ ସାଧାରଣତଃ ବାସ କରନ୍ତି ଓ ହୋଷ୍ଟମାନଙ୍କ ଦେହରେ ଭିଟାମିନ କେ ଜୀବସାର କେ ପ୍ରସ୍ତୁତ କରନ୍ତି,[୭] ଓ ରୋଗ ସୃଷ୍ଟିକାରୀ ଜୀବାଣୁମନଙ୍କର କଲୋନୀ ତିଆରିକୁ ବାଧା ଦିଅନ୍ତି । [୮][୯] ମଳ ସ‌ହିତ ଇ କୋଲାଇ ପରିବେଶକୁ ଠେଲିହୋଇ ବାହାରିଯାଆନ୍ତି । ମଳ ଭିତରେ ରହି ଏରୋବିକ ସ୍ଥିତିରେ ୩ ଦିନ ମଧ୍ୟରେ ନିଜ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି କରନ୍ତି ଓ ପରେ ସଂଖ୍ୟା କମିଯାଏ । [୧୦]

ଏସ୍କେରିସିଆ କୋଲାଇ
E coli at 10000x, original.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Domain: Bacteria
ସଙ୍ଘ: Proteobacteria
ବର୍ଗ: Gammaproteobacteria
ଗଣ: Enterobacterales
କୁଳ: Enterobacteriaceae
ପ୍ରଜାତି: Escherichia
ଜାତି: E. coli
ବାଇନୋମିଆଲ ନାମ
Escherichia coli
(Migula 1895)
Castellani and Chalmers 1919
Synonyms

Bacillus coli communis Escherich 1885

ଅନ୍ତନଳୀ ଅଣୁଜୀବଙ୍କ ମଧ୍ୟରେ ପ୍ରାୟ ୧% ଇ. କୋଲାଇ ଓ ଅନ୍ୟାନ୍ୟ ଫ୍ୟାକଲ୍‌ଟେଟିଭ ଆନେରୋବିକ ଅର୍ଗାନିଜ୍ମ (facultative anaerobes) ମିଶି ରହନ୍ତି,[୧୧] ଓ ମଳ-ମୁଖ ରାସ୍ତାରେ (fecal–oral transmission) ମୁଖ୍ୟତଃ ଜୀବାଣୁ ଯାଇ ରୋଗ ରୋଗ ସୃଷ୍ଟିକରନ୍ତି । ଦେହ ବାହାରେ ଜୀବାଣୁ ଅଳ୍ପ ସମୟ ରହିପାରନ୍ତି ଓ ସେହି ସମୟରେ ନମୁନା ନେଇ ମଳ ପ୍ରଦୂଷଣ (fecal contamination) ନିମନ୍ତେ ପରୀକ୍ଷା କରାଯାଏ । [୧୨][୧୩] ଏକାଧିକ ଗବେଷକ ପରୀକ୍ଷା କରି ଦେଖୁଛନ୍ତି, ଇ କୋଲାଇ ବାହାରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁଛନ୍ତି । [୧୪][୧୫]

ଲାବୋରେଟୋରୀରେ ତନ୍ନ ତନ୍ନ କରି ୬୦ ବର୍ଷକାଳ ଧରି ପରୀକ୍ଷା କରି ଜଣାଯାଇଛି ଯେ ଜୀବାଣୁକୁ ସ‌ହଜରେ କଲଚର ଓ ବିକାଶ କରିହେବ ଓ ଏହି ପରୀକ୍ଷାରେ ଅଧିକ ଖର୍ଚ୍ଚ ମଧ୍ୟ ହେବନନି । ଇ କୋଲାଇ ଏକ କେମୋହେଟେରୋଟ୍ରୋଫ (chemoheterotroph) ଯାହାର ରାସାୟନିକ ମିଡିଅମରେ କାର୍ବନ ଓ ଏନର୍ଜି ଯୋଗ କରିବାକୁ ହୁଏ । ଇ. କୋଲାଇ ଏକ ବିସ୍ତୀର୍ଣ୍ଣ ଅନୁଶୀଳନ କରାଯାଇଥିବା ପ୍ରୋକାଇରେଟିକ (prokaryotic) ମଡେଲ ଅର୍ଗାନିଜ୍ମ (model organism) ଯାହା ବାୟୋଟେକନୋଲୋଜି (biotechnology) ଓ ମାଇକ୍ରୋବାୟୋଲୋଜି (microbiology) ନିମନ୍ତେ ଏକ ଉଲ୍ଲେଖନୀୟ ସ୍ପେସି କାମ ଦିଏ ଓ ଏହା ହୋଷ୍ଟ ଅର୍ଗାନିଜ୍‌ମ (host organism) ଭାବରେ ଅଧିକାଂଶ ରିକୋମ୍ବିନାଣ୍ଟ ଡିଏନଏ (recombinant DNA) କାମରେ ସାହାଯ୍ୟ କର । ସ‌ହାୟକ ପରିସ୍ଥିତିରେ ଏହ ୨୦ ମିନିଟ ମଧ୍ୟରେ ପ୍ରଜନନ କରିପାରେ । [୧୬]

ରୋଗରେ ଭୂମିକାସମ୍ପାଦନ କରନ୍ତୁ

ଅନ୍ତନଳୀରେ ପ୍ରାକୃତିକ ଭାବରେ ରହୁଥିବା ଅଧିକାଂଶ ଇ କୋଲାଇ ସ୍ଟ୍ରେନ ରୋଗ ସୃଷ୍ଟି କରନ୍ତି ନାହିଁ, [୧୭] କିନ୍ତୁ ଉତ୍କଟ ଶ୍ରେଣୀରେ ଜୀବାଣୁ ହୋଇଥିଲେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍, ମୂତ୍ରାଙ୍ଗ ସଂକ୍ରମଣ, ନବଜାତ ମେନିଞ୍ଜାଇଟିସ୍, ହେମୋରେଜିକ କୋଲାଇଟିସ ଓ କ୍ରନ୍ ରୋଗ ସୃଷ୍ଟି କରିପାରନ୍ତି । ସାଧାରଣ ଲକ୍ଷଣ ଓ ଚିହ୍ନମାନଙ୍କ ମଧ୍ୟରେ ଉପର କ୍ରାମ୍ପ, ତରଳ ଝାଡ଼ା, ହେମୋରେଜିକ କୋଲାଇଟିସ, ବାନ୍ତି ଓ ବେଳେବେଳେ ଜ୍ୱର ହୁଏ ।

ଆଧାରସମ୍ପାଦନ କରନ୍ତୁ

  1. Wells, J. C. (2000) Longman Pronunciation Dictionary. Harlow [England], Pearson Education Ltd.
  2. Wells, J. C. (2000) Longman Pronunciation Dictionary. Harlow [England], Pearson Education Ltd.
  3. Tenaillon O, Skurnik D, Picard B, Denamur E (March 2010). "The population genetics of commensal Escherichia coli". Nature Reviews. Microbiology. 8 (3): 207–17. doi:10.1038/nrmicro2298. PMID 20157339.
  4. Singleton P (1999). Bacteria in Biology, Biotechnology and Medicine (5th ed.). Wiley. pp. 444–454. ISBN 978-0-471-98880-9.
  5. "Escherichia coli". CDC National Center for Emerging and Zoonotic Infectious Diseases. Retrieved 2 October 2012.
  6. Vogt RL, Dippold L (2005). "Escherichia coli O157:H7 outbreak associated with consumption of ground beef, June-July 2002". Public Health Reports. 120 (2): 174–8. doi:10.1177/003335490512000211. PMC 1497708. PMID 15842119.
  7. Bentley R, Meganathan R (September 1982). "Biosynthesis of vitamin K (menaquinone) in bacteria". Microbiological Reviews. 46 (3): 241–80. PMC 281544. PMID 6127606.
  8. Hudault S, Guignot J, Servin AL (July 2001). "Escherichia coli strains colonising the gastrointestinal tract protect germfree mice against Salmonella typhimurium infection". Gut. 49 (1): 47–55. doi:10.1136/gut.49.1.47. PMC 1728375. PMID 11413110.
  9. Reid G, Howard J, Gan BS (September 2001). "Can bacterial interference prevent infection?". Trends in Microbiology. 9 (9): 424–8. doi:10.1016/S0966-842X(01)02132-1. PMID 11553454.
  10. Russell JB, Jarvis GN (April 2001). "Practical mechanisms for interrupting the oral-fecal lifecycle of Escherichia coli". Journal of Molecular Microbiology and Biotechnology. 3 (2): 265–72. PMID 11321582.
  11. Eckburg PB, Bik EM, Bernstein CN, Purdom E, Dethlefsen L, Sargent M, et al. (June 2005). "Diversity of the human intestinal microbial flora". Science. 308 (5728): 1635–8. Bibcode:2005Sci...308.1635E. doi:10.1126/science.1110591. PMC 1395357. PMID 15831718.
  12. Feng P; Weagant S; Grant, M (1 September 2002). "Enumeration of Escherichia coli and the Coliform Bacteria". Bacteriological Analytical Manual (8th ed.). FDA/Center for Food Safety & Applied Nutrition. Archived from the original on 19 May 2009. Retrieved 25 January 2007.
  13. Thompson A (4 June 2007). "E. coli Thrives in Beach Sands". Live Science. Retrieved 3 December 2007.
  14. Ishii S, Sadowsky MJ (2008). "Escherichia coli in the Environment: Implications for Water Quality and Human Health". Microbes and Environments. 23 (2): 101–8. doi:10.1264/jsme2.23.101. PMID 21558695.
  15. Montealegre MC, Roy S, Böni F, Hossain MI, Navab-Daneshmand T, Caduff L, et al. (December 2018). "Risk Factors for Detection, Survival, and Growth of Antibiotic-Resistant and Pathogenic Escherichia coli in Household Soils in Rural Bangladesh". Applied and Environmental Microbiology. 84 (24): e01978–18. doi:10.1128/AEM.01978-18. PMC 6275341. PMID 30315075.
  16. "Bacteria". Microbiologyonline. Retrieved 27 February 2014.
  17. "E. coli – Mayo Clinic". mayoclinic.org. Retrieved 10 January 2017.