ସେସିଲିଆ ପେଇନ-ଗାପୋସ୍ଚକିନ

ସେସିଲିଆ ପେଇନ-ଗାପୋସ୍ଚକିନ (ମଇ ୧୦, ୧୯୦୦ – ଡିସେମ୍ବର ୭, ୧୯୮୯) ଜଣେ ବ୍ରିଟିଶ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଓ ଖଗୋଳ-ପଦାର୍ଥ ବିଜ୍ଞାନୀ ଥିଲେ । ସେ ୧୯୨୫ ମସିହାରେ ଉଦଯାନ ଓ ହିଲିଅମର ଆପେକ୍ଷିକ ପ୍ରାଚୁର୍ଯ୍ୟ ଭିତ୍ତିରେ ତାରାମାନଙ୍କ ଗଠନ ବାବଦରେ ତାଙ୍କ ପିଏଚଡି ଥିସିସ ରଚନା କରିଥିଲେ ।[]

ସେସିଲିଆ ପେଇନ-ଗାପୋସ୍ଚକିନ
ଏକ ପଥର ତିଆରି ବିଶ୍ୱବିଦ୍ୟାଳୟ କୋଠା ଆଗରେ ଧଳା ପୋଷାକ ପରିହୀତା ଓ ଏକ ପାଖକୁ ତଳାଆଡ଼କୁ ଚାହିଁରହିଥିବା ପେଇନ-ଗାପୋସ୍ଚକିନ ।
ଜନ୍ମ(1900-05-10)ମଇ ୧୦, ୧୯୦୦
ମୃତ୍ୟୁ୭ ଡିସେମ୍ବର ୧୯୭୯(1979-12-07) (ବୟସ ୭୯)
ଜାତୀୟତାବ୍ରିଟିଶ (ଇଂରେଜ)
ଜାତୀୟତାବ୍ରିଟିଶ-ଆମେରିକୀୟ
ଶିକ୍ଷାସେଣ୍ଟ ପଲ୍ସ ଗାର୍ଲସ ହାଇସ୍କୁଲ
ଶିକ୍ଷାନୁଷ୍ଠାନନିଉମ୍ୟାନ କଲେଜ, କ୍ୟାମ୍ବ୍ରିଜ, ରାଡ଼କ୍ଲିଫ କଲେଜ (ହାର୍ଭାଡ଼ କଲେଜ ଅବଜର୍ଭେଟରୀ)
ପ୍ରସିଦ୍ଧିଅଧିକ ବଦଳୁଥିବା ତାରାଙ୍କ ୩୦,୦୦୦ରୁ ଅଧିକ ନିରୀକ୍ଷଣଦ୍ୱାରା ସୂର୍ଯ୍ୟକିରଣର ବର୍ଣ୍ଣନା
ପୁରସ୍କାରଆନି ଜେ. କ୍ୟାନନ ଆୱାର୍ଡ଼ ଇନ ଆଷ୍ଟ୍ରୋନୋମି (୧୯୩୪), ରିଟେନ ହାଉସ ମେଡ଼ାଲ (୧୯୬୧), ଆୱାର୍ଡ଼ ଅଫ ମେରିଟ ଫ୍ରମ ରାଡ଼କ୍ଲିଫ କଲେଜ (୧୯୫୨), ହେନରି ନରିସ ରସେଲ ପ୍ରାଇଜ (୧୯୭୬)
ବିଜ୍ଞାନୀ ଜୀବନ
କ୍ଷେତ୍ରଖଗୋଳବିଜ୍ଞାନ, ଖଗୋଳ-ପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନହାର୍ଭାଡ଼ କଲେଜ ଅବଜର୍ଭେଟରୀ, ହାର୍ଭାଡ଼ ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାହାର୍ଲୋ ସାପ୍ଲେ, ଆର୍ଥର ଏଡ଼ିଂଟନ
ଡକ୍ଟରୀ ଛାତ୍ରହେଲେନ ସୟର ହଗ, ଜୋସେଫ ଆସବ୍ରୁକ, ଫ୍ରାଙ୍କ କାମେନି, ଫ୍ରାଙ୍କ ଡ୍ରେକ, ପଲ ଡବ୍ଲୁ। ହଜ
ଦସ୍ତଖତ

ଡକ୍ଟରେଟ

ସମ୍ପାଦନା

ସେପଲି ପାଇନଙ୍କୁ ଏକ ଡକ୍ଟରାଲ ନିବନ୍ଧ ଲେଖିବା ଲାଗି ପ୍ରେରଣ ଅ ଦେଇଥିଲେ । ଫଳରେ ୧୯୨୫ ମସିହାରେ ସେ ରାଡ଼କ୍ଲିଫ ବିଶ୍ୱବିଦ୍ୟାଳୟରୁ (ଅଧୁନା ହାର୍ଭାଡ଼ ବିଶ୍ୱବିଦ୍ୟାଳୟ) ଖଗୋଳବିଜ୍ଞାନରେ ପ୍ରଥମ ବ୍ୟକ୍ତି ଭାବେ ପିଏଚଡି ଲାଭ କରିଥିଲେ ।[] ତାଙ୍କ ଥିସିସର ନାମ ଥିଲା "Stellar Atmospheres, A Contribution to the Observational Study of High Temperature in the Reversing Layers of Stars".[] ଖଗୋଳବିଜ୍ଞାନୀ ଅଟ ଷ୍ଟ୍ରୁଭ (ଦେ. ୧୯୬୩) ଓ ଭେଲ୍ଟା ଜିବର୍ଗସ ଏହାକୁ "ଖଗୋଳ ବିଜ୍ଞାନରେ ସର୍ବଶ୍ରେଷ୍ଠ ପିଏଚଡି ତତ୍ତ୍ୱ" ବୋଲି କହିଥିଲେ ।[]

ଭାରତୀୟ ବୈଜ୍ଞାନିକ ମେଘନାଦ ଶାହାଙ୍କଦ୍ୱାରା ପ୍ରଣୀତ ଆୟନୀକରଣ ତତ୍ତ୍ୱ ବ୍ୟବହାର କରି ପାଇନ ତାରାମାନଙ୍କର ତାପମାତ୍ରା ଅନୁସାରେ ସ୍ପେକ୍ଟ୍ରାଲ ବିଭାଗ ସଠିକ ଭାବେ ଗଣନା କରିପାରୁଥିଲେ । ଅଲଗା ଅଲଗା ତାପମାତ୍ରାରେ ଆୟନୀକରଣର ପରିବର୍ତ୍ତନ ସକାଶେ ଶୋଷଣ ଧାଡ଼ିରେ ବହୁଳ ପରିବର୍ତ୍ତନ ହୋଇଥାଏ ବୋଲି ସେ ଦର୍ଶାଇଥିଲେ । ସେ ସିଲିକନ, କାର୍ବନ, ଓ ଅନ୍ୟାନ୍ୟ ସାଧାରଣ ଧାତୁସବୁ ପୃଥିବୀ ଭଳି ସୂର୍ଯ୍ୟର ବର୍ଣ୍ଣାଳୀରେ ମଧ୍ୟ ସମାନ ଆପେକ୍ଷିକ ଅନୁପାତରେ ରହିଛି ବୋଲି ଦର୍ଶାଇଥିଲେ । ଏହା ସେ ସେତେବେଳେ ପ୍ରଚଳିତ ଜଣାଶୁଣା ମତବାଦର (ପୃଥିବୀ ଓ ବାକି ତାରାମାନଙ୍କର ଗଠନ ପାଖାପାଖି ଏକା ମୌଳିକ ପଦାର୍ଥମାନଙ୍କୁ ନେଇ ହୋଇଛି) ଆଧାରରେ କରିଥିଲେ । ତେବେ ସେ ହିଲିଅମ ଓ ଉଦଯାନ ଅଧିକ ଅନପାତରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ (ଉଦଯାନ ପାଖାପାଖି ଏକ ମିଲିଅନ) ।[] ତେଣୁ ତାଙ୍କ ତତ୍ତ୍ୱ ତାରାମାନଙ୍କରେ ଉଦଯାନ ଖୁବ ଅଧିକ ଅନୁପାତରେ ରହିଥିବା ବାବଦରେ ମତ ବାଢ଼ିଥିଲା ।[]

ପାଇନଙ୍କ ତତ୍ତ୍ୱାବଲୋଚନା ସମୀକ୍ଷା ହେବା ବେଳେ ଖଗୋଳ ବିଜ୍ଞାନୀ ହେନରି ନରିସ ରସେଲ ପାଇନଙ୍କୁ ସୂର୍ଯ୍ୟରେ ଅଧିକ ଉଦଯାନ ଥିବା ହେତୁ ତାହା ପୃଥିବୀଠାରୁ ଭିନ୍ନ ବୋଲି ସେ ଦେଉଥିବା ମତରୁ ନିବୃତ ହେଏବାକୁ କହିଥିଲେ । କାରଣ ତାହା ସେତେବେଳର ଗ୍ରହଣୀୟ ମତବାଦଠାରୁ ଅଲଗା ଥିଲା । ପାଇନ ନିଜ କାମର ଫଳାଫଳକୁ ସଦାବେଳେ କୃତ୍ରିମ ବୋଲି କହିଆସୁଥିଲେ ।[] ତେବେ ରସେଲ ସେଇ ଏକା ଫଳାଫଳ ଭିନ୍ନ ଉପାୟରେ ଭିନ୍ନ ପରୀକ୍ଷାରୁ ପାଇବା ପରେ ଚାରି ବର୍ଷ ପରେ ନିଜ ମନ ବଦଳାଇଥିଲେ ଓ ତାହା ପ୍ରକାଶ କରିଥିଲେ । ରସେଲ ପାଇନଙ୍କ କାମ ନିଜ ରଚନାରେ ଉଲ୍ଲେଖ କରିଥିଲେ ହେଁ ପାଇନଙ୍କ କାମ ଗ୍ରହଣୀୟ ହେବା ପରେ ରସେଲଙ୍କୁ କୌଣସି ଶ୍ରେୟ ଦିଆଯାଇନଥିଲା ।[][]

  1. {{cite web}}: Empty citation (help)
  2. Wayman, Patrick A. (2002-02-01). "Cecilia Payne-Gaposchkin: astronomer extraordinaire". Astronomy & Geophysics (in ଇଂରାଜୀ). 43 (1): 1.27–1.29. Bibcode:2002A&G....43a..27W. doi:10.1046/j.1468-4004.2002.43127.x. ISSN 1366-8781.
  3. Payne, C. H. (1925). Stellar Atmospheres; A Contribution to the Observational Study of High Temperature in the Reversing Layers of Stars (PhD Thesis). Radcliffe College. Bibcode:1925PhDT.........1P.
  4. Turner, J. (16 March 2001). "Cecilia Helena Payne-Gaposchkin". Contributions of 20th Century Women to Physics. UCLA. Retrieved 2012-10-10.
  5. Gregersen, Erik. "Cecilia Payne-Gaposchkin". Encyclopedia Britannica.
  6. ୬.୦ ୬.୧ Chown, Marcus (2009). We Need to Talk About Kelvin. faber and faber. pp. 99–100.
  7. Padman, R. (2004). "Cecilia Payne-Gaposchkin (1900–1979)". Newnham College Biographies. Newnham College. Archived from the original on 2009-07-19. Retrieved 2010-03-05.
  8. "A friend to the stars: Cecilia Payne-Gaposchkin". epigenesys.eu. Archived from the original on 2015-03-07. Retrieved 2014-09-22.

ଅଧିକ ପଠନ

ସମ୍ପାଦନା
ଶ୍ରଦ୍ଧାଞ୍ଜଳି

ବାହାର ଲିଙ୍କ

ସମ୍ପାଦନା