ସୁଶାନ୍ତ ସିଂହ

ଓଡ଼ିଆ ରାଜନୀତିଜ୍ଞ

ସୁଶାନ୍ତ ସିଂହ (ଜନ୍ମ: ୧୭ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁଶାନ୍ତ ସିଂହ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀବିମ୍ବାଧର କୁଅଁର
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-03-17) ୧୭ ମାର୍ଚ୍ଚ ୧୯୭୩ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉତେଜରାଜ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁଶାନ୍ତ ସିଂହ ୧୯୭୩ ମସିହାର ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତେଜରାଜ ସିଂହ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁଶାନ୍ତ ସିଂହ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୭ ମସିହାରୁ ଏବେଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭଟଲୀ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭଟଲୀ ବିଜୁ ଜନତା ଦଳ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଭଟଲୀ ବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Susanta Singh". odishaassembly.nic.in. Odisha Assembly. Retrieved 30 July 2021.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Susanta Singh-ସମ୍ପର୍କିତ ମିଡ଼ିଆ