ସୁମତୀ ଦେବୀ ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ ଅଭିନେତ୍ରୀ ଓ ଗାୟିକା ଥିଲେ[୧] । ସେ କେତେକ କଥାଚିତ୍ରରେ ଅଭିନୟ ଓ ପ୍ରଚ୍ଛଦପଟ ଗାୟନ ମଧ୍ୟ କରିଛନ୍ତି। ଓଡ଼ିଶାରେ ମଞ୍ଚ ନାଟକର ପ୍ରାରମ୍ଭିକ କାଳରେ ପୁରୁଷ-ପ୍ରଧାନ ପରିବେଶରେ କଣ୍ଠସଂଗୀତ ଗାନ କରିବାରେ ଅଳ୍ପ କେତେଜଣ ନାରୀ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରେ ସେ ଅନ୍ୟତମ। ସୁମତୀ ଦେବୀଙ୍କ ସମେତ କୁମୁଦିନୀ ଦେବୀ, ଲକ୍ଷ୍ମୀପ୍ରିୟା ଦେବୀ, ଇନ୍ଦୁମତୀ ଦେବୀ ଓ ମଦନ ସୁନ୍ଦରୀ ଆଦି ଅଳ୍ପ କେତେଜଣ କଣ୍ଠଶିଳ୍ପୀ ମଧ୍ୟ କଣ୍ଠସଂଗୀତ ପରିବେଷଣ କରୁଥିଲେ । ସ୍ବାମୀ ବିମଳ ମିଶ୍ର ଥିଲେ ଜଣେ ତବଲା ବାଦକ। ଉଭୟ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ପୁତ୍ର ରାଜୁ ମିଶ୍ର (୨୬ ଅକ୍ଟୋବର ୧୯୪୯ - ୦୨ ନଭେମ୍ବର ୨୦୨୦) କଥାଚିତ୍ର ଶିଳ୍ପର ବିଭିନ୍ନ ବିଭାଗରେ ସାଫଲ୍ୟ ମଣ୍ଡିତ ହୋଇଥିଲେ।

ସୁମତୀ ଦେବୀ
ଜାତୀୟତାଭାରତୀୟ
ଜୀବନସାଥୀବିମଳ ମିଶ୍ର
ସନ୍ତାନରାଜୁ ମିଶ୍ର

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ନିଜ ସାଂସ୍କୃତିକ ଆତ୍ମଜୀବନୀ କୁମ୍ଭାର ଚକରେ ସୁମତୀ ଦେବୀଙ୍କ ଜୀବନର ଏକ ଅସହାୟ ଅବସ୍ଥାରେ କିପରି ତାଙ୍କୁ ବାଲେଶ୍ୱରରୁ କଟକ ଅଣାଇଥିଲେ ତାର ସବିଶେଷ ବର୍ଣ୍ଣନା କରିଛନ୍ତି। କାଳକ୍ରମେ ସୁମତୀ ଦେବୀ ଓଡ଼ିଶା ଥିଏଟର୍ସରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। [୨] ବିବାହ ପରେ ସେ ଜଟଣୀ ଚାଲିଯିବାରୁ ମଞ୍ଚ ଜଗତକୁ ଧକ୍କା ଲାଗିଥିଲା ଓ ଅଙ୍ଗୁରବାଳା ରାୟ କିଛି ଦିନ ପାଇଁ ସେ ସ୍ଥାନ ପୂରଣ କରିଥିଲେ।