ସୁବ୍ରତ ତରାଇ
ସୁବ୍ରତ ତରାଇ (ଜନ୍ମ: ୩୦ ଜୁନ ୧୯୩୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୁବ୍ରତ ତରାଇ | |
---|---|
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୨୪ | |
ପୂର୍ବ ଅଧିକାରୀ | ହଳୁ ମୁଣ୍ଡାରୀ |
ପର ଅଧିକାରୀ | ଦୁର୍ଗା ଚରଣ ତନ୍ତୀ |
ନିର୍ବାଚନ ମଣ୍ଡଳୀ | ରଘୁନାଥପାଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ଜୁନ ୧୯୭୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଅର୍ଚ୍ଚନା ରେଖା ବେହେରା |
ବାପା/ବୋଉ | ଲକ୍ଷ୍ମୀଧର ତରାଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସୁବ୍ରତ ତରାଇ ୧୯୭୦ ମସିହାର ଜୁନ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀଧର ତରାଇ ଓ ପତ୍ନୀଙ୍କ ନାମ ଅର୍ଚ୍ଚନା ରେଖା ବେହେରା ।[୧] ତାଙ୍କ ପତ୍ନୀ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାସ୍ତ ହୋଇଥିଲେ ।[୨]
ରାଜନୈତିକ ଜୀବନ
ସମ୍ପାଦନାସୁବ୍ରତ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧] ସେ ୨୦୧୨ରୁ ୨୦୧୪ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୪]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ରଘୁନାଥପାଲୀ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ରଘୁନାଥପାଲୀ | ବିଜୁ ଜନତା ଦଳ |
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ରଘୁନାଥପାଲୀ | ବିଜୁ ଜନତା ଦଳ |
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Subrat Tarai". odishaassembly.nic.in. Odisha Assembly. Retrieved 1 November 2020.
- ↑ "General Election to Assembly Constituencies 2024: Raghunathpali (Odisha)". Election Commission of India. Retrieved 3 July 2024.
- ↑ "ରଘୁନାଥପାଲୀ ବିଧାନ ସଭା କ୍ଷେତ୍ର : ଗୋଷ୍ଠୀକନ୍ଦଳ ସୁବ୍ରତଙ୍କ ପାଇଁ ଅଡୁଆ | Sambad". ସମ୍ବାଦ. sambad.in. 15 March 2019. Retrieved 1 November 2020.
- ↑ "No ministerial berth disappoints Sundargarh BJD workers". The New Indian Express. 30 May 2019. Retrieved 1 November 2020.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Subrat Tarai-ସମ୍ପର୍କିତ ମିଡ଼ିଆ