ହଳୁ ମୁଣ୍ଡାରୀ

ଓଡ଼ିଆ ରାଜନୀତିଜ୍ଞ

ହଳୁ ମୁଣ୍ଡାରୀ (ଜନ୍ମ: ୧୪ ଜାନୁଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ହଳୁ ମୁଣ୍ଡାରୀ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଶଙ୍କର ଓରାମ
ପର ଅଧିକାରୀସୁବ୍ରତ ତରାଇ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-01-14) ୧୪ ଜାନୁଆରୀ ୧୯୬୪ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
ଜୀବନ ସାଥୀଶ୍ରୀମତି ମୁଣ୍ଡାରୀ
ବାପା/ବୋଉହଗୁରୁ ମୁଣ୍ଡାରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ହଳୁ ମୁଣ୍ଡାରୀ ୧୯୬୪ ମସିହାର ଜାନୁଆରୀ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହଗୁରୁ ମୁଣ୍ଡାରୀ ଓ ପତ୍ନୀଙ୍କ ନାମ ଶ୍ରୀମତି ମୁଣ୍ଡାରୀ ।[୨]

ରାଜନୈତିକ ଜୀବନ ସମ୍ପାଦନା

ହଳୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Halu Mundari". odishaassembly.nic.in. Odisha Assembly. Retrieved 31 October 2020.