ଖାଁ ଅବଦୁଲ ଗଫର ଖାଁ

ଭାରତୀୟ ସ୍ଵାଧିନତା ସଂଗ୍ରାମୀ
(ସୀମାନ୍ତ ଗାନ୍ଧୀରୁ ଲେଉଟି ଆସିଛି)

ଅବଦୁଲ ଗଫର ଖାଁ ବା ସୀମାନ୍ତ ଗାନ୍ଧୀ ବା ବଚ୍ଚା ଖାଁ ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ ।[୧] ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ଗାନ୍ଧୀଜୀଙ୍କର ଅହିଂସା ନୀତିର ଭରପୁର ସମର୍ଥନ କରିଥିଲେ ଏବଂ ନିଜେ ମଧ୍ୟ ଅହିଂସାପ୍ରେମୀ ଥିଲେ । ସେ ୧୯୨୯ ମସିହାରେ ଖୁଦାଇ ଖିଦମତ୍କର (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।[୨]

ଅବଦୁଲ ଗଫର ଖାଁ
୧୯୪୦ ମସିହାରେ ସୀମାନ୍ତ ଗାନ୍ଧୀଙ୍କ ଛବି
ଜନ୍ମ(1890-02-06)୬ ଫେବୃଆରୀ ୧୮୯୦
ମୃତ୍ୟୁ୨୦ ଜାନୁଆରୀ ୧୯୮୮(୧୯୮୮-୦୧-୨୦) (aged 97)
Peshawar, North West Frontier Province, Pakistan
Jalalabad, Nangarhar, Afghanistan
ଜାତୀୟତାBritish India (1890–1947)
Pakistan (1947–1988)
ରାଜନୈତିକ ଦଳIndian National Congress
National Awami Party
ଆନ୍ଦୋଳନPashtunistan movement
Khudai Khidmatgar movement
Indian independence movement
ବୈବାହିକ-ସାଥୀ(s)
Meharqanda Kinankhel
(m. ୧୯୧୨⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Nambata Kinankhel
(m. ୧୯୨୦⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନAbdul Ghani Khan
Abdul Wali Khan
Sardaro
Mehar Taja
Abdul Ali Khan
ପିତାମାତାBahram Khan
ପୁରସ୍କାରPrisoner of conscience (1962)
Jawaharlal Nehru Award (1967)
Bharat Ratna (1987)

ମୁସଲିମ ଲିଗଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ଼ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତାମାନଙ୍କୁ ନପଚାରି ଯେବେ ଭାରତୀୟ ଜାତୀୟ କଂଗ୍ରେସ ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହୋଇ ସେ କହିଥିଲେ "ତମେମାନେ ଆମକୁ ଗଧିଆମାନଙ୍କ ପାଖକୁ ଫୋପାଡ଼ିଦେଇଛ" ।[୩] ଜୁନ ମାସ ୧୯୯୪ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ ପାଶୁନିସ୍ଥାନ ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।[୪]

୧୯୮୪ ମସିହାରେ ସେ ଶାନ୍ତି ବିଭାଗରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ପରେ ୧୯୮୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା