ମୁଖ୍ୟ ସୂଚୀ ଦେଖିବେ

ବିଶ୍ୱରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।

ନୋବେଲ ପୁରସ୍କାର
A golden medallion with an embossed image of Alfred Nobel facing left in profile. To the left of the man is the text "ALFR•" then "NOBEL", and on the right, the text (smaller) "NAT•" then "MDCCCXXXIII" above, followed by (smaller) "OB•" then "MDCCCXCVI" below.
କାହା ନିମନ୍ତେ ପୁରସ୍କାରଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି
ଦାତାସ୍ୱେଦିଶ ଏକାଡେମି
ରୋୟାଲ ସ୍ୱେଦିଶ ଏକାଡେମି ଅଫ ସାଇନ୍ସ
କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ୍
Norwegian Nobel Committee
ଦେଶସ୍ୱିଡେନ
ନର୍ୱ୍ଏ (Peace Prize only)
ପ୍ରଥମ ପୁରସ୍କାର୧୯୦୧
ମୁଖ୍ୟ ୱେବସାଇଟnobelprize.org

ପ୍ରତିଷ୍ଠାତା ଓ ପୁରସ୍କାରସମ୍ପାଦନ କରନ୍ତୁ

ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶ ବୈଜ୍ଞାନିକ ତଥା ଡିନାମାଇଟର ଉଦ୍ଭାବକ ଡ.ଆଲଫ୍ରେଡ ନୋବେଲ। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ବ୍ୟାଙ୍କ ଅଫ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍,ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ। ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।[୧]

ନୋବେଲ ପୁରସ୍କାର ଓ ଭାରତସମ୍ପାଦନ କରନ୍ତୁ

ନୋବେଲ ପୁରସ୍କାର ପାଇବାରେ ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।ଭାରତରେ ପ୍ରଥମେ ୧୯୧୩ ମସିହାରେ ବିଶ୍ୱକବି ରବିନ୍ଦ୍ରନାଥ ଟାଗୋରଙ୍କୁ ସାହିତ୍ୟରେ ତାଙ୍କର ଲେଖା ଗିତାଞ୍ଜଳୀ ପାଇଁ ମିଳିଥିଲା। ତା ପରେ ସି.ଭି.ରମଣ ବିଜ୍ଞାନ ପାଇଁ ୧୯୩୦ରେ, ଡ.ହରଗୋବିନ୍ଦ ଖୁରାନାଙ୍କୁ ୧୯୮୬ରେ, ମଦର ଟେରେସାଙ୍କୁ ୧୯୭୯ରେ,ପ୍ରଫେସର ଅମର୍ତ୍ତ୍ୟ ସେନଙ୍କୁ ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ , ବିଦ୍ୟାଧର ସୁରତପ୍ରସାଦ ନୈପାଲ୍ ୨୦୦୧ରେ ସାହିତ୍ୟ ପାଇଁ, କୈଳାସ୍ ସତ୍ୟାର୍ଥୀଙ୍କୁ ବିଶ୍ୱ ଶାନ୍ତି କ୍ଷେତ୍ରରେ ନିଜର ଅବଦାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି ।ଏହିମାନେ ନିଜସ୍ୱ କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ବିଶ୍ୱର ଶ୍ରେଷ୍ଠ ପୁରସ୍କାର ପାଇ ଭାରତର ଗୌରବ ଦ୍ୱିଗୁଣିତ କରିପାରିଛନ୍ତି।[୨]

ଆଧାରସମ୍ପାଦନ କରନ୍ତୁ

ଆହୁରି ପଢ଼ନ୍ତୁସମ୍ପାଦନ କରନ୍ତୁ

  • Pais, Abraham (1983). Subtle Is the Lord: The Science and the Life of Albert Einstein (Third ed.). Oxford University Press. ISBN 0-19-520438-7. OCLC 8195995.

ବାହାର ତଥ୍ୟସମ୍ପାଦନ କରନ୍ତୁ