ସାବରମତୀ

ପରିବେଶବିତ ଓ ସ୍ୱେଚ୍ଛାସେବୀ

ସାବରମତୀ (ଜନ୍ମ: ୧୯୬୮), ଜୈବିକ କୃଷି, ପରିବେଶ ଓ ମୂର୍ତ୍ତିକା ସଂରକ୍ଷଣ, ନୂତନ ବିହନ ଆବିଷ୍କାର ଆଦି ଦିଗରେ କାମ କରୁଥିବା ଜଣେ ପରିବେଶବିତ ଓ ସ୍ୱେଚ୍ଛାସେବୀ । ତାଙ୍କ ପିତା ପ୍ରଫେସର ରାଧାମୋହନଙ୍କ ସହ ମିଶି ସମ୍ଭବ ନାମରେ ଏକ ଏନଜିଓ ସଂସ୍ଥା ଗଠନ କରି ସେ ଏ ଦିଗରେ କାର୍ଯ୍ୟ କରନ୍ତି ।[୨] ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କରୁଥିବା ଏହି ବାପ-ଝିଅ ଯୋଡ଼ିଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]

ସାବରମତୀ
ସାବରମତୀ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ୧୯୬୮
ରଙ୍ଗଣୀପାଟଣା, ଓଡ଼ଗାଁ, ନୟାଗଡ଼
ଜାତୀୟତାଭାରତୀୟ
ଅନ୍ୟ ନାମଟିକି[୧]
ସକ୍ରିୟ ବର୍ଷ୧୯୮୯-
ପିତାମାତାରାଧାମୋହନ
ବିଜୟଲକ୍ଷ୍ମୀ

ସାବରମତୀ ଜୈବିକ କୃଷି ସହିତ ୧୯୮୯ ମସିହାରୁ ଜଡ଼ିତ । ସେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଯୋଜନ ବିଭାଗ, ଜଳଛାୟା ମିଶନ ଆଦିରେ ଉପଦେଷ୍ଟା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୪]

ସମ୍ଭବ ସମ୍ପାଦନା

ସାବରମତୀଙ୍କ ପିତା ରାଧାମୋହନ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ । ଲକ୍ଷ ଥିଲା ପଡ଼ିଆ ଜମିକୁ ଜୈବିକ କୃଷି ମାଧ୍ୟମରେ ଉର୍ବର କରି ଚାଷ କରିବା ।[୫] ଏଥିପାଇଁ ସେମାନେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଏକ ଜମି ବାଛିଥିଲେ । କିଟନାଷକ ଓ ରାସାୟନିକ ସାର ପ୍ରୟୋଗ ବିନା କେବଳ ଜୈବିକ ସାର ପ୍ରୟୋଗ କରି ଏହି ଜମିକୁ ସେମାନେ ଚାଷ ଅନୁକୂଳ କରି ପାରିଥିଲେ । ଏକଦା ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ୩୬ ହେକ୍ଟର ପରିମିତ ସେ ଜମିରେ ବାପଝିଅ ମିଶି ଦୁର୍ଲଭ କିସମର କ୍ଲୋଭ ବିନ, ଜ୍ୟାକ ବିନ, ସୋର୍ଡ଼ ବିନ, କଳା ଚାଉଳ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାରେ ସମର୍ଥ ହେଇଥିଲେ । ଓଡ଼ଗାଁରେ ସେମାନଙ୍କଦ୍ୱାରା ବିକଶିତ ଜଙ୍ଗଲରେ ୧୦୦୦ଟି ବିଭିନ୍ନ କିସମର ବୃକ୍ଷ ଓ ୫୦୦ କିସମର ଧାନ ଓ ୭୦୦ କିସମର ବିହନ ଉତ୍ପାଦ କରାଯାଏ ।[୬] ସବୁ ଜଳବାୟୁରେ ବଞ୍ଚିପାରୁଥିବା ବିଭିନ୍ନ ବିହନର ସଂଗ୍ରହ ଓ ସଂରକ୍ଷଣ ସମ୍ଭବଦ୍ୱାରା କରାଯାଇଥାଏ । "ଆଡପ୍ଟ ଏ ସିଡ଼" କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ତାଙ୍କ ଅଞ୍ଚଳରେ ଉଧେଇ ପାରୁଥିବା ଉନ୍ନତ ବିହନ ମାଗେଣାରେ ଯୋଗେଇ ଦିଆଯାଇଥାଏ ଓ ସେହି ବିହନର ପୃଷ୍ଠପୋଷକ ହେବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଏ । ଏହାଦ୍ୱାରା ଚାଷୀମାନେ ସେହି ବିହନର ଉପଯୋଗ, ସଂରକ୍ଷଣ ଓ ବ୍ୟାପକ ପ୍ରଚାର ଦିଗରେ ସାହାଯ୍ୟ କରନ୍ତି ।[୭]

ଧାନ କ୍ଷେତରେ କାମ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର ପ୍ରଭାବକୁ ନେଇ ସାବରମତୀ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରୁ ସେ ଏସ.ଆର.ଆଇ(System of Rice Intensification) ନାମକ ଏକ ବ୍ୟବସ୍ଥାକୁ ବିକାଶ କରିଛନ୍ତି । ଏହି ବ୍ୟବସ୍ଥାରେ ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର କମ ପ୍ରଭାବ ପଡିଥାଏ ।[୮] ସମ୍ଭବ ତରଫରୁ ଚାଷୀମାନଙ୍କୁ ସ୍ଥାୟୀ ଜୈବିକ ଚାଷ, ଜୈବବିବିଧତା ସଂରକ୍ଷଣ, ଏସ.ଆର.ଆଇ ବାବଦରେ ସମ୍ଭବ ତରଫରୁ ରାଜ୍ୟ, ଅନ୍ୟରାଜ୍ୟ ତଥା ଭାରତ ବାହାରୁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ।[୯]

ଜୀବନୀ ସମ୍ପାଦନା

ସାବରମତୀ‌, ୧୯୬୮ ମସିହାରେ ପିତା ରାଧାମୋହନ ଓ ମାତା ବିଜୟଲକ୍ଷ୍ମୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ ।[୧୦] ୧୯୯୩ ମସିହାରୁ ସେ ସମ୍ଭବ ସହିତ ଜଡ଼ିତ ରହିଛନ୍ତି ।[୧୧] ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରୁ ଅନୁପ୍ରାଣିତ ହୋଇ, ରାଧାମୋହନ ଝିଅର ନାମ ସାବରମତୀ ରଖିଥିଲେ ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ପଦ୍ମଶ୍ରୀ - ୨୦୨୦
  • ଉତ୍କଳ ସେବା ସମ୍ମାନ[୧୨]
  • ନାରୀ ଶକ୍ତି ପୁରସ୍କାର - ୨୦୧୭[୧୩]
  • ସମ୍ଭବୀ ପୁରସ୍କାର - ୨୦୧୬ (ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୧୪]
  • ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ - ୨୦୨୨[୧୫]

ଆଧାର ସମ୍ପାଦନା

  1. "Importance of organic farming". english.mathrubhumi.com. mathrubhumi. Archived from the original on 2020-02-06. Retrieved 2020-02-06.
  2. "Organic Firms" (PDF). ofai.org/. Organic Farming Association of India. Retrieved 6 February 2020.
  3. "Padma Shri For Father-Daughter Who Transformed Wasteland Into A Forest". www.ndtv.com/. ndtv. Retrieved 6 February 2020.
  4. "Odisha's padma prides". www.newindianexpress.com. new indian express. Retrieved 7 February 2020.
  5. Orissa Society of Americas 37th Annual Convention Souvenir: For Annual Convention Held in 2006 at Columbia, Maryland. Odisha Society of the Americas. pp. 65–. GGKEY:8G2ZU2ASK4Z.
  6. "Father, daughter duo gets Padma Shri for 30-year-long conservation experiment". www.thehindu.com. The Hindu. Retrieved 4 February 2020.
  7. "Father-Daughter Duo From Odisha Awarded Padma Shri". sambadenglish.com. sambad english. Retrieved 7 February 2020.
  8. "Odisha's Environmental Crusader Gets 'Nari Shakti Puraskar' From President". odishatv.in. odisha tv. Retrieved 7 February 2020.
  9. "Conservation measures fetch Padma award to Odisha's father-d". timesofindia.indiatimes.com. The Times of India. Retrieved 6 February 2020.
  10. "ପଦ୍ମଶ୍ରୀ ପାଇବେ ନୟାଗଡ଼ର ବାପ, ଝିଅ". www.baghuabarta.com/. ବାଘୁଆ ବାର୍ତ୍ତା. Retrieved 6 February 2020.
  11. "'ପଦ୍ମ' ଉପାଧିରେ ବିଭୂଷିତ ହେବେ ଓଡ଼ିଶାର ୧୧ଜଣ". www.samajalive.in/. ସମାଜ. Retrieved 6 February 2020.
  12. "ଆମ ପଦ୍ମ". No. ରବିବାର ସମ୍ବାଦ ୨/୨/୨୦୨୦ ପୃଷ୍ଠା ୩. ସମ୍ବାଦ. Retrieved 6 February 2020.
  13. "Odisha's Sabarmatee Tiki Receives 'Nari Shakti Award'". kalingatv.com/. kalinga tv. Retrieved 6 February 2020.
  14. "Sabarmati gets Shambhavi Puraskar". odishachannel.com/. dishachanne. Retrieved 6 February 2020.
  15. "ପଦ୍ମଶ୍ରୀ ସାବରମତୀଙ୍କୁ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ". No. ଧରିତ୍ରୀ ୧୯/୦୪/୨୦୨୨ କଟକ ସଂସ୍କରଣ ପୃଷ୍ଠା ୮. ଧରିତ୍ରୀ. Archived from the original on 19 April 2022. Retrieved 19 April 2022.