ନାରୀ ଶକ୍ତି ପୁରସ୍କାର
ନାରୀ ଶକ୍ତି ପୁରସ୍କାର, ଭାରତରେ ମହିଳାମାନଙ୍କର ଅସାଧାରଣ ଉପଲବ୍ଧି ପାଇଁ ପ୍ରଦାନ କରାଯାଉଥିବା ଏକ ରାଷ୍ଟ୍ରୀୟ ସମ୍ମାନ । ଭାରତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଏହି ଉପାଧି ୬ଟି ଅଲଗା ଅଲଗା ବିଭାଗରେ ପ୍ରଦାନ କରାଯାଇଥାଏ । କଠିନ ପରିସ୍ଥିତିରେ ଏକ ମହିଳା ଯିଏ ନିଜର ବ୍ୟକ୍ତିଗତ କିମ୍ବା ବ୍ୟବସାୟିକ ଜୀବନରେ ସାହସର ଏହି ଭାବନାକୁ ସ୍ଥାପନା କରିଥାଏ ସ୍ତ୍ରୀ ଶକ୍ତି ପୁରସ୍କାର ତାହାର ପରିଚୟ ଅଟେ । ଏହି ପୁରସ୍କାର ନାରୀ ସଶକ୍ତି କରଣ ଓ ନାରୀ ଅତ୍ୟାଚାରକୁ ରୋକିବାର ଉଦ୍ୟମ କରୁଥିବା ନାରୀମାନଙ୍କୁ ମଧ୍ୟ ମିଳିଥାଏ ।[୧] ୧୯୯୧ରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଦାନ କରାଯାଇଥାଏ । ନଗତ ତିନି ଲକ୍ଷ ଟଙ୍କା ପୁରସ୍କାର ରାଶି ହିସାବରେ ପ୍ରଦାନ କରାଯାଇଥାଏ ।[୨]
ସ୍ତ୍ରୀ ଶକ୍ତି ପୁରସ୍କାର | ||
ପୁରସ୍କାର ତଥ୍ୟ | ||
---|---|---|
ପ୍ରକାର | ସର୍ବ ସାଧାରଣ | |
ଶ୍ରେଣୀ | ମହିଳାଙ୍କ ସକ୍ରିୟତା (ବ୍ୟକ୍ତିଗତ) | |
ସ୍ଥାପିତ | ୧୯୯୧ | |
ଦାତା | ଭାରତ ସରକାର | |
ନଗଦ ଅର୍ଥ | ୩,୦୦୦୦୦ |
୨୦୧୨ ବର୍ଷ ପାଇଁ ଏହି ପୁରସ୍କାର ଦିଲ୍ଲୀରେ ଗଣ ବଳତ୍କାରର ଶିକାର ହୋଇଥିବା ନିର୍ଭୟାକୁ ପ୍ରଦାନ କରାଯାଇଥିଲା ।[୪]
ଆୱାର୍ଡ
ସମ୍ପାଦନାଏହି ପୁରସ୍କାର ଭାରତ ଇତିହାସର ପ୍ରଖ୍ୟାତ ମହିଳାଙ୍କ ନାମରେ ନାମିତ କରାଯାଇଥାଏ ।[୧][୫]
- ଦେବୀ ଅହଲ୍ୟା ବାଇ ହୋଲକାର ଆୱାର୍ଡ: ଅହଲ୍ୟା ବାଇ ହୋଲକାରଙ୍କ ନାମରେ ନାମିତ,(ମାଲବା ଦେଶର ଶାସକ)
- କନ୍ନଗି ଆୱାର୍ଡ: କନ୍ନଗିଙ୍କ ନାମରେ ନାମିତ , ଏକ ପ୍ରସିଦ୍ଧ ତାମିଲ ମହିଳା
- ମାତା ଯିଯାବାଇ ଆୱାର୍ଡ : ଶିବାଜିଙ୍କ ମାତାଙ୍କ ନାମରେ ନାମିତ (ମାତା ଯିଯାବାଇ) ଯିଏ ମରଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
- ରାଣୀ ଗଇଡିଂଲିଉ ଜେଲୀଆଙ୍ଗ ଆୱାର୍ଡ : ରାଣୀ ଗଇଡିଂଲିଉଙ୍କ ନାମରେ ନାମିତ
- ରାଣୀ ଲକ୍ଷ୍ମୀ ବାଈ ଆୱାର୍ଡ : ଝାଁସୀ ରାଣୀ ଲକ୍ଷ୍ମୀ ବାଇଙ୍କ ନାମରେ ନାମିତ
- ରାଣୀ ରୁଦ୍ରମ୍ମା ଦେବୀ ଆୱାର୍ଡ (ଉଭୟ ପୁରୁଷ ଓ ସ୍ତ୍ରୀ) : ରୁଦ୍ରମ୍ମା ଦେବୀଙ୍କ ନାମରେ ନାମିତ
୨୦୧୩ର ବିଜେତା
ସମ୍ପାଦନାମାନସୀ ପ୍ରଧାନ, ଡା. ଏମ ଭେଙ୍କଇଆହ, ବୀଣା ଶେଠ ଲଶକାରୀ, ଟି. ରାଧିକା ,କେ. ପ୍ରଶାନ୍ତି, ଡା. ଭାରତିକା ନନ୍ଦ, ଡା. ସୀମା ସଖାରେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Stree Shakti Puraskar" (PDF). Ministry of Women and Child Development. Retrieved 14 ମାର୍ଚ୍ଚ 2014.
- ↑ "Stree Shakti Puruskar 2013: Invitation for Entries" (PDF). DAVP. Retrieved 14 ମାର୍ଚ୍ଚ 2014.
- ↑ "Stree Shakti Award for Nirbhaya". Daily News and Analysis. 7 ମାର୍ଚ୍ଚ 2013. Retrieved 3 ମାର୍ଚ୍ଚ 2014.
- ↑ "President gives Stree Shakti awards on International Women's Day". Yahoo News India. 8 ମାର୍ଚ୍ଚ 2013. Retrieved 3 ମାର୍ଚ୍ଚ 2014.
- ↑ "Women's Award". Ministry of Women and Child Development. Retrieved 14 ମାର୍ଚ୍ଚ 2014.