|
ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା
|
---|
ସାଧାରଣତାନ୍ତ୍ରିକ ପ୍ରଶାସନ:
|
ଏକ କାର୍ଯ୍ୟପାଳିକା ଓ ଏକ ଭିନ୍ନ ପ୍ରଶାସନିକ ମୁଖ୍ଯ ଥିବା ଅର୍ଦ୍ଧ-ରାଷ୍ଟ୍ରପତିତନ୍ତ୍ର, ଯେଉଁଠାରେ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ପ୍ରଶାସନିକ ମୁଖ୍ଯ ରାଷ୍ଟ୍ରର ବିଧାୟିକାଠାରେ ଉତ୍ତରଦାୟୀ
ଏକ ନାମମାତ୍ର ଆନୁଷ୍ଠାନିକ କାର୍ଯ୍ୟପାଳିକା, ରାଷ୍ଟ୍ରପତି ଏବଂ ସଂସଦ ନିକଟରେ ଉତ୍ତରଦାୟୀ ଥିବା ଏକ ଭିନ୍ନ ବାସ୍ତବ ପ୍ରଶାସନିକ ମୁଖ୍ଯ, ପ୍ରଧାନମନ୍ତ୍ରୀ, ବିଶିଷ୍ଟ ସଂସଦୀୟ ଗଣତନ୍ତ୍ର
ସଂସଦଠାରେ ଉତ୍ତରଦାୟୀ ରହୁନଥିବା ଏକ ସଂଯୁକ୍ତ ରାଷ୍ଟ୍ରମୁଖ୍ୟ ଓ ପ୍ରଶାସନିକ ମୁଖ୍ଯ ବିଶିଷ୍ଟ ସାଧାରଣତନ୍ତ୍ର
|
ପ୍ରଶାସନ ପାଇଁ ନିର୍ଦ୍ଦିଷ୍ଟିତ ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବା ରାଷ୍ଟ୍ରଗୁଡ଼ିକ
ଉପରୋକ୍ତ ବ୍ୟବସ୍ଥାର କୌଣସି ରୂପଠାରୁ ଭିନ୍ନ ଏକ ରୂପ ଥିବା ରାଷ୍ଟ୍ର (ଉ.ସ୍ୱ. ମଧ୍ଯବର୍ତ୍ତୀକାଳୀନ ପ୍ରଶାସନ or ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି)
|
|
ସାଧାରଣତନ୍ତ୍ର (ଲାଟିନ:ରେସ୍ ପବ୍ଲିକା), ଅର୍ଥାତ୍ "ଲୋକ ସମ୍ବନ୍ଧୀୟ", ହେଉଛି ଏକ ପ୍ରଶାସନିକ ରୂପ ଯେଉଁଠାରେ "କ୍ଷମତା ଜନସାଧାରଣଙ୍କ ପାଖରେ ଥାଏ ଏବଂ ତାଙ୍କର ପ୍ରତିନିଧିଙ୍କ ଦ୍ବାରା ବ୍ୟବହାର କରାଯାଏ" ।[୧] ସାଧାରଣତନ୍ତ୍ରଗୁଡ଼ିକରେ, ଦେଶକୁ କୌଣସି ବ୍ଯକ୍ତିବିଶେଷଙ୍କ ବ୍ଯକ୍ତିଗତ ସମସ୍ୟା ବା ସମ୍ପତ୍ତି ପରିବର୍ତ୍ତେ ଏକ "ଲୋକ ସମ୍ପତ୍ତି" ରୂପେ ଗ୍ରହଣ କରାଯାଏ । କୌଣସି ସାଧାରଣତନ୍ତ୍ରରେ କ୍ଷମତାର ପ୍ରାଥମିକ ପଦଗୁଡ଼ିକ, ଗଣତନ୍ତ୍ର କିମ୍ବା କୌଣସି ଏକ ଅଳ୍ପତନ୍ତ୍ରୀ ବା ଏକତନ୍ତ୍ରୀଙ୍କ ପାଇଁ ନିରଙ୍କୁଶ ଭାବେ ସଂରକ୍ଷଣ କରାନଯାଇ ଗଣତନ୍ତ୍ର ସହ ମିଶ୍ରଣଦ୍ୱାରା ପ୍ରାପ୍ତ କରାଯାଇଥାଏ । ଆଧୁନିକ ସାଧାରଣତନ୍ତ୍ରବାଦ, ରାଜତନ୍ତ୍ରର ବିକଳ୍ପ ହୋଇପାରିଛି, ତେଣୁ ରାଜତନ୍ତ୍ର ପରି ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ କୌଣସି ବଂଶାନୁକ୍ରମିକ ରାଜତନ୍ତ୍ରୀ ନହୋଇ ସାଧାରଣ ଜନତାଙ୍କ ମଧ୍ଯରୁ ନିର୍ବାଚିତ ବ୍ଯକ୍ତି ହୋଇଥାନ୍ତି ।[୨][୩][୪]
ବର୍ତ୍ତମାନ (୨୦୧୭ ମସିହା) ସୁଦ୍ଧା ୨୦୬ ସାର୍ବଭୌମ ଦେଶମାନଙ୍କ ମଧ୍ଯରୁ ୧୫୯ଟି ଦେଶ ନିଜର ଆଧିକାରିକ ନାମରେ "ସାଧାରଣତନ୍ତ୍ର ବା ଗଣରାଜ୍ୟ (ଇଂରାଜୀରେ Republic ରିପବ୍ଲିକ)" ବ୍ୟବହାର କରିଛନ୍ତି । କିନ୍ତୁ ବାସ୍ତବରେ ଏମାନଙ୍କ ମଧ୍ଯରୁ କେତେକ ଦେଶରେ ଏକ ସାଧାରଣତାନ୍ତ୍ରିକ ସରକାର ସ୍ଥାପନ ହୋଇ ନାହିଁ କିମ୍ବା ସାଧାରଣତାନ୍ତ୍ରିକ ସରକାର ଥିଲେ ମଧ୍ଯ କେତେକ ଦେଶ ନିଜ ନାମରେ ସାଧାରଣତନ୍ତ୍ରର ବ୍ୟବହାର କରିନାହାନ୍ତି ।