ରାଜତନ୍ତ୍ର ହେଉଛି ପ୍ରଶାସନର ଏକ ପ୍ରକାର, ଯେଉଁଥିରେ ରାଜତନ୍ତ୍ରୀ ଆଜୀବନ ରାଷ୍ଟ୍ର ମୁଖ୍ଯ ହୋଇ ରହିଥାନ୍ତି । ରାଜତନ୍ତ୍ରୀଙ୍କର ରାଜନୈତିକ ବୈଧତା ଓ ଅଧିକାର କେବଳ ନାମମାତ୍ର, ପ୍ରତିବନ୍ଧିତ (ସାମ୍ବିଧାନିକ ରାଜତନ୍ତ୍ର) ବା ପୂର୍ଣ୍ଣ ସ୍ୱୟଂତନ୍ତ୍ର (ସଂପୂର୍ଣ୍ଣ ରାଜତନ୍ତ୍ର) ହୋଇପାରେ ଏବଂ ଏହା କାର୍ଯ୍ୟପାଳିକା, ବିଧାୟିକା ତଥା ନ୍ଯାୟପାଳିକା ଅଧିନରେ ରହିପାରେ । ଏକ ରାଜତନ୍ତ୍ର, ଏକତ୍ରୀତ ରାଜ୍ଯ, ବ୍ଯକ୍ତିଗତ ସଂଘ, ସଂଘୀୟ ବ୍ଯବସ୍ଥା ଆଦି ରୂପରେ ରହିପାରେ । ରାଜା, ରାଣୀ, ସମ୍ରାଟ, ଖଲିଫା, ଖାନ୍, ଜାର୍, ସୁଲତାନ, ସାହ ଆଦି ଉପାଧିରେ ରାଜତନ୍ତ୍ରୀମାନେ ଭୂଷିତ ହୋଇ ଶାସନ କରିପାରିବେ ।

ହେମପୁଷ୍ପତି ସିଂହାସନ, ବିଶ୍ବର ସର୍ବପୂରାତନ ବଂଶାନୁକ୍ରମିକ ରାଜତନ୍ତ୍ର "ଜାପାନୀ ରାଜତନ୍ତ୍ର"ର ପ୍ରତୀକ

ଅନେକ ସମୟରେ, ରାଜତନ୍ତ୍ରରେ ପଦାନୁକ୍ରମଣ ବଂଶାନୁକ୍ରମିକ ହୋଇଥାଏ, ଯାହା ବଂଶୀୟ ଯୁଗର ସ୍ଥାପନ କରିଥାଏ । କିନ୍ତୁ ନିର୍ବାଚିତ ଏବଂ ସ୍ୱୟଂଘୋଷିତ ରାଜତନ୍ତ୍ରର ମଧ୍ଯ ଦୃଷ୍ଟାନ୍ତ ରହିଛି ।

ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ରାଜତନ୍ତ୍ର ପ୍ରଶାସନର ଏକ ରୂପ ଥିଲା । ବର୍ତ୍ତମାନ ବିଶ୍ୱର ପଇଁଚାଳିଶିଟି ସାର୍ବଭୌମ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏକ ରାଜତନ୍ତ୍ରୀ ଅଟନ୍ତି, ଏଥିରେ ଷୋହଳଟି ରାଷ୍ଟ୍ରମଣ୍ଡଳୀୟକ୍ଷେତ୍ର ମଧ୍ଯ ଅନ୍ତର୍ଭୁକ୍ତ ଯାହାର ରାଷ୍ଟ୍ରମୁଖ୍ୟ ଏଲିଜାବେଥ ଦ୍ୱିତୀୟ ଅଟନ୍ତି ।

ନୈରୁକ୍ତଶାସ୍ତ୍ରସମ୍ପାଦନ କରନ୍ତୁ

"ରାଜତନ୍ତ୍ର" ଶବ୍ଦଟି ଦୁଇଟି ଓଡ଼ିଆ ଶବ୍ଦ "ରାଜ" (ରାଜା) ଏବଂ "ତନ୍ତ୍ର" (ଶାସନ)ରୁ ଆସିଅଛି । ଏହା କୌଣସି ଗୋଟିଏ ରାଜପଦବୀଧାରୀଙ୍କ (କେବଳ ନାମମାତ୍ର ଶାସକ ହୋଇଥିଲେ ମଧ୍ଯ) ଏକଛତ୍ର ଶାସନକୁ ବୁଝାଏ ।

ଇତିହାସସମ୍ପାଦନ କରନ୍ତୁ

ରାଜତନ୍ତ୍ର ସଦୃଶ ସାମାଜିକ ଶ୍ରେଣୀ ବ୍ଯବସ୍ଥା ପ୍ରାକ୍-ଐତିହାସିକ କାଳରୁ ମୁଖିଆତନ୍ତ୍ର ବା ଜନଜାତୀୟ ରାଜତନ୍ତ୍ର ରୂପରେ ରହିଆସିଛି । ସବୁଠାରୁ ପ୍ରଚୀନ ପ୍ରମାଣିତ ରାଜତନ୍ତ୍ରଗୁଡ଼ିକ ହେଲେ - ମିଶରର ଫାରୋଃ, ନାର୍ମର ଖ୍ରୀ.ପୂ. ୩୧୦୦ ଏବଂ କିଶର ସୁମେରୀୟ ରାଜା ଏନ୍ମେବାରାଗେସୀ ଖ୍ରୀ.ପୂ. ୨୬୦୦ ।

ପ୍ରାଚୀନ କାଳରେ ମିଶରୀୟ, ମେସୋପଟାମୀୟ, ସୁଦାନୀୟ,[୧] ପ୍ରାକ୍-ଭାରତ-ୟୁରୋପୀୟ ଧର୍ମ ତଥା ଅନ୍ୟାନ୍ୟ ପ୍ରଥାଗୁଡ଼ିକରେ ରାଜାଙ୍କୁ ଦିବ୍ଯତାର ଅଧିକାରୀ ଭାବେ ସ୍ୱୀକାର କରାଯାଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. Traditions and encounters. McGraw–Hill Education. p. 63. ପ୍ରାୟ ୫୦୦୦ ଖ୍ରୀଷ୍ଟପୂର୍ବ ବେଳକୁ ଅନେକ ସୁଦାନୀୟ ଲୋକମାନେ କ୍ଷୁଦ୍ର ରାଜତନ୍ତ୍ର ତିଆରି କରିସାରିଥିଲେ, ଯେଉଁଥିରେ ରାଜାଙ୍କୁ ଦିବ୍ଯ ବା ଅର୍ଦ୍ଧଦିବ୍ଯ ବୋଲି ଗ୍ରହଣ କରାଯାଇଥିଲା (ଓଡ଼ିଆ ଅନୁବାଦ)।