ସରୋଜ କୁମାର ସାମଲ

ଓଡ଼ିଆ ରାଜନୀତିଜ୍ଞ

ସରୋଜ କୁମାର ସାମଲ (ଜନ୍ମ: ୧୯ ଫେବୃଆରୀ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସରୋଜ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଗଁଦିଆ ଓ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସରୋଜ କୁମାର ସାମଲ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀନବୀନ ନନ୍ଦ
ପର ଅଧିକାରୀସୁଧୀର କୁମାର ସାମଲ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀଗଁଦିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-02-19) ୧୯ ଫେବୃଆରୀ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅର୍ଚ୍ଚନା ସାମଲ
ବାପା/ବୋଉଇଶ୍ୱର ଚନ୍ଦ୍ର ସାମଲ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସରୋଜ ୧୯୬୩ ମସିହାର ଫେବୃଆରୀ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଇଶ୍ୱର ଚନ୍ଦ୍ର ସାମଲ ଓ ପତ୍ନୀଙ୍କ ନାମ ଅର୍ଚ୍ଚନା ସାମଲ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସରୋଜ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୨]

ଆଧାର ସମ୍ପାଦନା

  1. "Shri Saroj Kumar Samal". odishaassembly.nic.in. Odisha Assembly. Retrieved 2 August 2020.
  2. "Dhenkanal Assembly Election Results 2019 Live: Dhenkanal Constituency (Seat) Election Results, Live News". News18. June 2019. Retrieved 1 August 2020.