ସମ୍ବାଦ (ଖବରକାଗଜ)
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । [୨] ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ ।[୩] 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା[୪] ଇତ୍ୟାଦି ଆରମ୍ଭ କରିଥିଲା ।
ମାଲିକ | ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ |
---|---|
ପ୍ରତିଷ୍ଠାତା | ସୌମ୍ୟରଞ୍ଜନ ପଟ୍ଟନାୟକ |
ପ୍ରକାଶକ | ବିଜୟ କୁମାର ପଟ୍ଟନାୟକ |
ସମ୍ପାଦକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ପ୍ରତିଷ୍ଠିତ | ୧୯୮୪ [୧] |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ୱେବସାଇଟ | http://sambadepaper.com |
ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଛି । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସମ୍ବାଦର ନିଜର ଅବଦାନ ରଖିଛି । ସମ୍ବାଦ, ଆମ ଓଡ଼ିଶା[୫] ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା[୬] ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ଆଗ୍ରହ ସୃଷ୍ଟିକରିବାକୁ ଚେଷ୍ଟା ହୋଇଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ[୭] କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ପରବର୍ତ୍ତୀ ସମୟରେ 'ଆମ ଓଡ଼ିଶା' ଏକ ରାଜନୈତିକ ଦଳ ଭାବରେ ରୂପାନ୍ତରିତ ହୋଇଛି ।
ଆଧାର
ସମ୍ପାଦନା- ↑ Economic and political weekly. Sameeksha Trust. 1997. Retrieved 16 July 2012.
- ↑ Vir Bala Aggarwal (1 January 2002). Media and Society: Challenges and Opportunities. Concept Publishing Company. pp. 151–. ISBN 978-81-7022-996-4. Retrieved 16 July 2012.
- ↑ "'ସମ୍ବାଦ'ର ପ୍ରଥମ ସମ୍ପାଦକ". ସମ୍ବାଦ ୨୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 December 2015.[permanent dead link]
- ↑ http://orissa.gov.in/e-magazine/Orissareview/Sept2004/englishPdf/growth.pdf
- ↑ "ଆର୍କାଇଭ୍ କପି". Archived from the original on 2013-01-16. Retrieved 2012-09-03.
{{cite web}}
: Cite has empty unknown parameter:|1=
(help) - ↑ http://www.aamaodisha.org.in/kahinki-kipari.php[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2013-07-15. Retrieved 2012-09-03.
{{cite web}}
: Cite has empty unknown parameter:|1=
(help)
ବାହାର ଲିଙ୍କ
ସମ୍ପାଦନା- ସମ୍ବାଦ
- ସମ୍ବାଦ ଇ-ପେପର Archived 2014-05-18 at the Wayback Machine.