ସନ୍ୟାସୀ ଚରଣ ପିଦିକା
ଓଡ଼ିଆ ରାଜନୀତିଜ୍ଞ
ସନ୍ୟାସୀ ଚରଣ ପିଦିକା (୫ ମଇ ୧୯୩୩ - ୫ ମାର୍ଚ୍ଚ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ସ୍ୱାଧୀନ ଭାରତରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସନ୍ୟାସୀ ଚରଣ ପିଦିକା | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଶବର ଡୁମ୍ବା |
ପର ଅଧିକାରୀ | ନରସିଂହ ପାତ୍ର |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ମଇ ୧୯୩୩ |
ମୃତ୍ୟୁ | ୫ ମାର୍ଚ୍ଚ ୧୯୯୬ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଅମି ପିଦିକା |
ସନ୍ତାନ | ୩ |
ବାପା/ବୋଉ | ପୁଞ୍ଜୁରୀ ବିଶି ମାଝୀ ପିଦିକା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସନ୍ୟାସୀ ଚରଣ ପିଦିକା ୧୯୩୩ ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜୁରୀ ବିଶି ମାଝୀ ପିଦିକା ଓ ପତ୍ନୀଙ୍କ ନାମ ଅମି ପିଦିକା[୧]
ରାଜନୈତିକ ଜୀବନ
ସମ୍ପାଦନାସନ୍ୟାସୀ ଚରଣ ପିଦିକା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାସନ୍ୟାସୀ ଚରଣ ପିଦିକା ୧୯୯୬ ମସିହାର ମାର୍ଚ୍ଚ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Sanyasi Charan Pidika". odishaassembly.nic.in. Odisha Assembly. Retrieved 2 February 2022.