ସନ୍ତରଣ ଗଲୁ

ଏହି ରୋଗରେ ଚର୍ମରେ ଗଲୁ ହୁଏ, ଛୋଟ ଫୁଲା, ଫୋଟକା ଆଦି ହୁଏ ଯାହା ସିଧାସଳଖ ଜଳ ସହିତ ସଂସ୍ପର୍ଶରେ ଆସିଥିବା ଚର୍ମରେ

ସନ୍ତରଣ ଗଲୁ, ଏକ ଚର୍ମର ଏକ ଆଲର୍ଜି ପ୍ରତିକ୍ରିୟା ଯାହା କେତେକ ଅଣୁବୀକ୍ଷଣ ସମ୍ପର୍କୀୟ ବା ମାଇକ୍ରୋସ୍କୋପିକ୍ ପରଜୀବୀ ଯୋଗୁ ହୁଏ ।[୨] ଏହାର ଲକ୍ଷଣ ମଧ୍ୟରେ ଚର୍ମରେ ଗଲୁ ହୁଏ, ଛୋଟ ଫୁଲା, ଫୋଟକା ଆଦି ହୁଏ ଯାହା ସିଧାସଳଖ ଜଳ ସହିତ ସଂସ୍ପର୍ଶରେ ଆସିଥିବା ଚର୍ମରେ ହୁଏ ।[୨] [୩] ସଂସ୍ପର୍ଶରେ ଆସିବାର କିଛି ମିନିଟରୁ କିଛି ଦିନ ମଧ୍ୟରେ ଆରମ୍ଭ ହୁଏ । [୨] ଏହି ଲକ୍ଷଣ କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୨] [୩] ଜଟିଳତା ମଧ୍ୟରେ ଅନ୍ୟାନ୍ୟ ଚର୍ମ ଜୀବାଣୁ ସଂକ୍ରମଣ ହୋଇପାରେ ।[୨] ବାରମ୍ବାର ସଂସ୍ପର୍ଶରେ ଆସିଲେ ଖରାପ ଲକ୍ଷଣ ସୃଷ୍ଟି କରିପାରେ ।[୨]

Swimmer's itch
Schistosome dermatitis,[୧] cercarial dermatitis,[୨] duck itch[୩]
Cercarial dermatitis on lower legs, four days after spending a day in the shallows of a lake
ବିଭାଗDermatology
ଲକ୍ଷଣItchy skin, red bumps, small blisters[୨]
ଆକ୍ରାନ୍ତ ସମୟMinutes to days of exposure[୨]
ଅବଧିUp to 3 week[୩]
କାରଣSchistosome[୧]
ବିପଦ କାରକShallow warm water[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୩]
ସଠିକ ରୋଗ ନିର୍ଣ୍ଣୟInsect bites, contact dermatitis, seabather's eruption, seaweed dermatitis[୪][୩]
ଚିକିତ୍ସାHydrocortisone cream, baking soda, Epsom salts, colloidal oatmeal baths[୨]
PrognosisGood[୧]

ଏହା ଏକ ପ୍ରକାର ଜଳବାହିତ ଫ୍ଲାଟ ୱାର୍ମ ସିଷ୍ଟୋସୋମ ଯୋଗୁ ଘଟିଥାଏ ।[୧] ପରଜୀବୀମାନଙ୍କର ଜୀବନଚକ୍ରରେ ପକ୍ଷୀ, ଗେଣ୍ଡା, ଶାମୁକା ଏବଂ କେତେକ ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଆନ୍ତି ।[୨] ଏହା ସାଧାରଣତଃ ସଂକ୍ରମିତ ମଧୁର କିମ୍ବା ଲୁଣିଆ ପାଣିରେ ପହଁରିଲେ ହୋଇଥାଏ ।[୨] ଧାନ ଚାଷୀଙ୍କ ମଧ୍ୟରେ ଏହି ଅବସ୍ଥା ଦେଖିବାକୁ ମିଳିଛି ।[୪] ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପେ ନାହିଁ । [୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[୩]

ଚିକିତ୍ସାରେ ହାଇଡ୍ରୋକର୍ଟିଜୋନ କ୍ରିମ୍, ବେକିଂ ସୋଡା, ଏପସମ ଲୁଣ, ଏବଂ କଲଏଡାଲ୍ ଓଟମିଲ୍ ସ୍ନାନ କରାଯାଇପାରେ ।[୨] ଆଣ୍ଟିହାଇଷ୍ଟାମିନ ପାଟିରେ ଦିଆଯାଇପାରେ ।[୪] ଏହାର କୌଣସି ସ୍ଥାୟୀ ପ୍ରଭାବ ନାହିଁ ।[୧] ଅବସ୍ଥାକୁ ରୋକିବା ପ୍ରୟାସରେ ପାଣିରୁ ବାହାରିବା ପରେ ସଙ୍ଗେ ସଙ୍ଗେ ପୋଛିହେବା ଏବଂ ଅଗଭୀର ଉଷୁମ ପାଣି ଏଡ଼େଇବା ଆବଶ୍ୟକ ହୁଏ ।[୪] [୩]

ସାରା ପୃଥିବୀରେ ସନ୍ତରଣ ଗଲୁ ହୁଏ ।[୨] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨] ରୋଗର ହାର ବଢ଼ୁଥିବା ଦେଖାଯାଏ; ଏହା ଅଧିକ ଅଞ୍ଚଳରେ ଘଟିବା କିମ୍ବା ଭଲ ରିପୋର୍ଟ ହେବା ହେତୁ ହେଉଛି ।[୪] ଅବସ୍ଥାର କାରଣ ୧୯୨୮ ମସିହାରେ ନିର୍ଣ୍ଣୟ କରାଯାଇଥିଲା । [୪] ପର୍ଯ୍ୟଟନ ଉପରେ ରୋଗ ପ୍ରଭାବ ପକାଇପାରେ ।[୪] ଏହାକୁ ଉଦୀୟମାନ ସଂକ୍ରାମକ ରୋଗ ଭାବରେ ବିବେଚନା କରାଯାଏ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "With warm weather, Swimmers Itch makes annual appearance". dnr.wi.gov. Archived from the original on 2016-03-08. Retrieved 2016-03-07.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Prevention, CDC-Centers for Disease Control and (18 September 2020). "CDC - Cercarial Dermatitis - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 10 June 2021. Retrieved 21 July 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Swimmer's itch | DermNet NZ". dermnetnz.org (in ଇଂରାଜୀ). Archived from the original on 13 December 2021. Retrieved 21 July 2022.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Horák, Petr; Mikeš, Libor; Lichtenbergová, Lucie; Skála, Vladimír; Soldánová, Miroslava; Brant, Sara Vanessa (January 2015). "Avian schistosomes and outbreaks of cercarial dermatitis". Clinical Microbiology Reviews. 28 (1): 165–190. doi:10.1128/CMR.00043-14. ISSN 1098-6618. PMC 4284296. PMID 25567226.