ସଞ୍ଜୟ କୁମାର ଦାସ ବର୍ମା
ଓଡ଼ିଆ ରାଜନୀତିଜ୍ଞ
(ସଞ୍ଜୟ କୁମାର ଦାସବର୍ମାରୁ ଲେଉଟି ଆସିଛି)
ସଞ୍ଜୟ କୁମାର ଦାସ ବର୍ମା (ଜନ୍ମ: ୬ ଜୁଲାଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଞ୍ଜୟ କୁମାର ଦାସ ବର୍ମା | |
---|---|
![]() | |
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର |
ପର ଅଧିକାରୀ | ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଜୁଲାଇ ୧୯୬୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଶୈଳବାଳା ଦାସ ବର୍ମା |
ବାପା/ବୋଉ | ରାମକୃଷ୍ଣ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
ସଞ୍ଜୟ ୧୯୬୬ ମସିହାର ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମକୃଷ୍ଣ ଦାସ ଏବଂ ପତ୍ନୀଙ୍କ ନାମ ଶୈଳବାଳା ଦାସ ବର୍ମା ।[୧]
ରାଜନୈତିକ ଜୀବନ ସମ୍ପାଦନା
ସଞ୍ଜୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ୧୫ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ଆଧାର ସମ୍ପାଦନା
- ↑ ୧.୦ ୧.୧ "Shri Sanjay Kumar Das Burma". odishaassembly.nic.in. Odisha Assembly. Retrieved 24 February 2021.